Business

ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ସିିରିଜ୍ ନୂଆ ବ୍ଲାକ୍ ଏଡିସନ୍‌ର ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ମୋଟରସାଇକଲ୍ ନିର୍ମାତା ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଟିଭିଏସ୍ ଆପାଚି ୧୬୦ ସିରିଜ୍‌କୁ “ଏ ବ୍ଲେକ ଅଫ୍ ବ୍ଲାକ୍‌” ଡାର୍କ ଟିଭଏସ୍ ଆପାଚି ଆରଟିଆର ୧୬୦ ଓ ଆରଟିଆର ୧୬୦ ୪ଭି ନାମରେ ଉନ୍ମୋଚନ କରାଯାଇଛି । ଆପାଚି ଆରଟିଅର୍ ୧୬୦ ୪ଭିରେ ଭାରତର ସବୁଠୁ ଶକ୍ତିଶାଳୀ ୧୬୦ ସିସି ଅଏଲ୍ କୁଲ୍‌ଡ ଇଞ୍ଜିନ ରହିଛି । ଉଭୟ ମୋଟରସାଇକଲ୍‌ରେ ଶ୍ରେଷ୍ଠ ମାନର ପ୍ରଦର୍ଶନ ପାଇଁ ତିନି ପ୍ରକାର ରାଇଡ୍ ମୋଡ୍‌, ଡିଜିଟାଲ୍ ଏଲସିଡି କ୍ଲଷ୍ଟର, ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, ଟେଲ୍‌ଲ୍ୟାମ୍ପ୍ ଓ ଜିଟିଟି ରହିଛି । ଏହି ବର୍ଗର ପ୍ରଥମ ଇଞ୍ଜିନ ଓ ଏବିଏସ୍‌ର ସମିଶ୍ରଣ ସହ ସ୍ପୋର୍ଟସ୍‌, ଅର୍ବାନ୍ ଓ ରେନ୍ ଭଳି ତିନି ପ୍ରକାର ମୋଡ୍ ରହିଛି ଯାହାକୁ ତିନି ଭିନ୍ନ ପରିବେଶକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।
୬୦ରୁ ଅଧିକ ଦେଶରେ ଉପସ୍ଥିତି ସହିତ ଟିଭିଏସ୍ ଆପାଚି ଆର୍‌ଟିଆର୍ ସାରା ବିଶ୍ୱରେ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ପୋର୍ଟସ୍ ମୋଟରସାଇକଲ୍ ବ୍ରାଣ୍ଡ୍‌ରେ ପରିଣତ ହୋଇଛି । ଟିଭିଏସ୍ ରେସିଂ ଡିଏନ୍‌ଏରୁ ସୃଷ୍ଟି ହୋଇଥିବା ଏହି ସିରିଜ୍ ପ୍ରଦର୍ଶନ, ଡିଜାଇନ୍‌, ପ୍ରଯୁକ୍ତି ଦୃଷ୍ଟିରୁ ନବସୃଜନରେ ଅଗ୍ରଣୀ ରହିଛି ଏବଂ ଏହାକୁ ଚାଳକଙ୍କ ସଂପୃକ୍ତି, ସୁରକ୍ଷା ଓ ଆରାମ ଅନୁସାରେ ଡିଜାଇନ୍ କରାଯାଇଛି । ଟ୍ରାକ୍‌ରୁ ସଡ଼କ ପର୍ଯ୍ୟନ୍ତ ଦର୍ଶନ ଉପରେ ବିକାଶ ଓ ଗଠନ କରାଯାଇଥିବା ଟିଭିଏସ୍ ଆପାଚି ଆର୍‌ଟିଆର୍ ସିରିଜ୍ ରେସିଂକୁ ସମସ୍ତଙ୍କ ନିକଟରେ ପହଂଚାଇଛି ଏବଂ ଏକ ଉତ୍ପାଦଠାରୁ ଆଗକୁ ବଢ଼ି ଏକ ଅଭିଳାଷର ମୋଟରସାଇକଲ୍ ବ୍ରାଣ୍ଡ୍‌ରେ ପରିଣତ ହୋଇଛି ।
ଟିଭିଏସ୍ ମୋଟର କମ୍ପାନିର ବ୍ୟବସାୟ ମୁଖ୍ୟ-ପ୍ରିମିୟମ୍ ବିମଳ ସୁମ୍ବଲି କହିଛନ୍ତି ଯେ, “ଚାରି ଦଶନ୍ଧୀ ଧରି ସମୃଦ୍ଧ ରେସିଂ ପରମ୍ପରାକୁ ନେଇ ଟିଭିଏସ୍ ଆପାଚି ସିରିଜ୍ ୫.୫ ନିୟୁତ ଉତ୍ସାହୀଙ୍କ ଏକ ବିଶ୍ୱସ୍ତରୀୟ ଗୋଷ୍ଠୀରେ ପରିଣତ ହୋଇଥିବା ବେଳେ ଏହାକୁ ବିଶ୍ୱସ୍ତରରେ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରିମିୟମ୍ ମୋଟରସାଇକଲ୍ ବ୍ରାଣ୍ଡ୍‌ରେ ପରିଣତ କରିଛି । ପ୍ରଦର୍ଶନର ନିରନ୍ତର ସନ୍ଧାନକୁ ପ୍ରଦର୍ଶିତ କରି ଟିଭିଏସ୍ ଆପାଚି ସିରିଜ୍ ଉନ୍ନତ ପ୍ରଯୁକ୍ତିର ପ୍ରମାଣ ଭାବେ ଉଭା ହୋଇଛି । ଏବେ ଆକର୍ଷରୀୟ ନୂଆ ବ୍ଲାକ୍ ଏଡିସନ୍ ସହିତ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ସିରିଜ୍ ସହ ଏହା ଏକ ଶକ୍ତିଶାଳୀ ଓ ସ୍ପୋର୍ଟି ଲୁକ୍ ଜରିଆରେ ଆମ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରସ୍ତୁତ ।’’
ଏହାର ଚମକପ୍ରଦ ବ୍ଲାକ୍ ଫିନିସ୍ ଏବଂ ସମ୍ପୂର୍ଣ୍ଣ ନୂଆ ରୂପ ସହିତ ଏହି ବାଇକ୍ ହେଉଛି ଏକ ସାହସୀ ଏବଂ ନିରବଚ୍ଛିନ୍ନ ଭାବର ଏକ ପ୍ରତୀକ ଯାହା ଏହାକୁ ଅନ୍ୟମାନଙ୍କଠାରୁ ଅଲଗା କରିଛି । ସର୍ବନିମ୍ନ ଗ୍ରାଫିକ୍ ସହିତ ଟାଙ୍କିରେ କଳା ରଙ୍ଗର ଟିଭିଏସ୍ ଲୋଗୋ ଏବଂ କଳା ରଙ୍ଗର ଏକ୍‌ଜଷ୍ଟ ସହିତ ଏହା ଏକ ଆକର୍ଷଣୀୟ ମେସିନ୍‌ରେ ପରିଣତ ହୋଇଛି ।
ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ର ଦିଲ୍ଲୀ -ଏକ୍ସ ସୋ’ରୁମ୍ ଦାମ୍ ୧,୨୦,୪୨୦ ଟଙ୍କା ଏବଂ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ୪ଭିର ଦିଲ୍ଲୀ -ଏକ୍ସ ସୋ’ରୁମ୍ ଦାମ୍ ୧,୨୪,୮୭୦ ଟଙ୍କା ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

8 + five =