Business

ପିଲାମାନଙ୍କ ବିବାହ ପାଇଁ ଟାଟା ଏଆଇଏ ଲାଇଫ୍ ପକ୍ଷରୁ ‘ଶୁଭ ମୁହୁରତ’ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ଅଭିନବ ଜୀବନ ବୀମା ସମାଧାନ ‘ଶୁଭ ମୁହୁରତ’ର ଶୁଭାରମ୍ଭ କରାଯାଇଛି। ଏଥିରେ ଇକ୍ୱିଟି ନିବେଶ ସହିତ କ୍ୟାପିଟାଲ୍‌ର ଗ୍ୟାରେଂଟି ରହିଛି ଯାହା ହିତାଧିକାରୀ ଚାହୁଁଥିବା ଲାଭ, ଜୀବନ ବୀମା ସୁରକ୍ଷା, ତତ୍କାଳ ମୃତ୍ୟୁକାଳୀନ ଲାଭ ଓ ପିଲାମାନଙ୍କ ସ୍ୱପ୍ନର ବାହାଘର ପାଇଁ ଅଭିଭାବକଙ୍କୁ ସହାୟକ ହେବା ଓ ତାହାକୁ ଜୀବନବ୍ୟାପୀ ସ୍ମରଣୀୟ କରିବାର ସୁଯୋଗ ପ୍ରଦାନ କରିବ।
ଟାଟା ଏଆଇଏର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭେଙ୍କି ଆୟାର କହିଛନ୍ତି ଯେ, “ଟାଟା ଏଆଇଏ ଲାଇଫରେ ଆମେ ଗ୍ରାହକଙ୍କ ଜୀବନଶୈଳୀ ଆଧାରରେ ସେମାନଙ୍କ ଅନନ୍ୟ ଆବଶ୍ୟକତାକୁ ବୁଝିବା ଏବଂ ଏହାର ସମାଧାନ କରିବାକୁ ଚେଷ୍ଟା କରୁଛୁ। ଏହାବ୍ୟତୀତ ଆମେ ବିବାହର ମହତ୍ୱକୁ ବୁଝିଥାଉ। ବିବାହ କେବଳ ପ୍ରେମ ଏବଂ ଏକତ୍ରତାର ଉତ୍ସବ ନୁହେଁ ବରଂ ପାରିବାରିକ ଭାବନା ଏବଂ ଆକାଂକ୍ଷାର ପ୍ରମାଣ ମଧ୍ୟ ଅଟେ। ଶୁଭ ମୁହୂରତର ଉଦ୍ଦେଶ୍ୟ ହେଉଛି ପରିବାରକୁ ଆଗୁଆ ଯୋଜନା କରିବାରେ ସାହାଯ୍ୟ କରିବା। ଏଥିସହିତ ଆମେ ଏକ ସମାଧାନ ଦେବାକୁ ଚାହୁଁଥିଲୁ ଯାହା ପିତାମାତାଙ୍କ ଜୀବନ ହାନି ଭଳି ଅପ୍ରତ୍ୟାଶିତ ଘଟଣାରେ ବି ଲକ୍ଷ୍ୟ ସୁରକ୍ଷିତ ରହିପାରିବ। ଶୁଭ ମୁହୂରତ ଜରିଆରେ ଆମେ ଏହି ଖୁସିର ମୁହୂର୍ତଗୁଡ଼ିକୁ ଆତ୍ମବିଶ୍ୱାସର ସହ ଯୋଜନା କରିବାରେ ପରିବାରଗୁଡ଼ିକୁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛୁ। ’’
ଏହି ବୀମା ୩୧ରୁ ୫୦ ବର୍ଷ ବୟସର ପିତାମାତାମାନଙ୍କ ପାଇଁ ଉପଯୁକ୍ତ, ଯେଉଁମାନଙ୍କ ପିଲାଙ୍କ ବୟସ ୧ରୁ ୨୦ ବର୍ଷ ମଧରେ ରହିଛି। ଏଥିରେ ଆଗୁଆ ନିବେଶ ପିତାମାତାଙ୍କୁ ସେମାନେ ପିଲାଙ୍କ ବିବାହ ଲାଗି ଚାହୁଥିବା ପାଣ୍ଠି ସଂଗ୍ରହ କରିବାରେ ସହାୟକ ହେବ।
‘ଶୁଭ ମୁହୁରତ’ର ଲାଭଗୁଡ଼ିକ ମଧ୍ୟରେ ରହିଛି ବିବାହ ସମ୍ପର୍କିତ ବିଭିନ୍ନ ଖର୍ଚ୍ଚ ପାଇଁ ଯୋଜନା କରିବା, ଇକ୍ୱିଟି ନିବେଶ ସହିତ ପୁଞ୍ଜି ଗ୍ୟାରେଂଟି ପ୍ରଦାନ କରିବା, ଦୀର୍ଘକାଳୀନ ସମ୍ପତି ଅଭିବୃଦ୍ଧି, ଡବ୍ଲୁଏମ୍‌ପିଏରେ ସ୍ୱତନ୍ତ୍ର ସୁରକ୍ଷା। ଏଥିରେ ଅନେକ ପ୍ରକାର ସୁରକ୍ଷା ରାଇଡର୍ ରହିଛି ଯଥା ତତ୍କାଳ ମୃତ୍ୟୁକାଳୀନ ଲାଭ, ପ୍ରିମିୟମ୍ ଛାଡ ଓ ନୋମିନିଙ୍କ ପାଇଁ ମାଚ୍ୟୁରିଟି ଲାଭ।
ଶୁଭ ମୁହୁରତ ହେଉଛି କମ୍ପାନିର ଶୁଭ ସମାଧାନର ଏକ ଅଂଶ ଯାହାକୁ ଲୋକମାନଙ୍କ ଜୀବନର ପ୍ରତିଟି ମୁହୂର୍ତ ଯଥା ଜୀବନରେ ଆଗୁଆ ସଂପତି ସୃଷ୍ଟି କରିବାଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା, ବିବାହ, ଅଭିଳାଷ ପୂରଣ କରିବା ଏବଂ ଅବସରକାଳୀନ ଜୀବନ ପାଇଁ ଯୋଜନା ପ୍ରସ୍ତୁତ କରିବା। “ସବୁ ସମୟ ଲାଗି ପ୍ରସ୍ତୁତ ରହିବା’ ପାଇଁ ଟାଟା ଏଆଇଏର ରହିଥିବା ବ୍ରାଣ୍ଡ୍ ପ୍ରତିଶ୍ରୁତି ସହ ଏହା ସମନ୍ୱିତ ରହିଛି।
ପ୍ରତିଟି ପରିବାରର ଆବଶ୍ୟକତା ଅଲଗା ଅଲଗା ବୋଲି ବୁଝିପାରି ଟାଟା ଏଆଇଏ ପକ୍ଷରୁ ‘ଶୁଭ ଫର୍ଚୁନ୍‌’ ନାମରେ ଅନ୍ୟ ଏକ ବୀମା ଉନ୍ମୋଚନ କରାଯାଇଛି। ଏହା ଏକ ବ୍ୟାପକ ଆର୍ଥିକ ସମାଧାନ, ଯାହା ଜୀବନର ବିବିଧ ମାଇଲଖୁଂଟକୁ ପାଳନ କରିବା ଲାଗି ସୃଷ୍ଟି କରାଯାଇଛି। ଆଗୁଆ ସମ୍ପତି ସୃଷ୍ଟି ହେଉ କିମ୍ବା, ପିଲାଙ୍କ ପାଠପଢ଼ା ପାଇଁ ଯୋଜନା କିମ୍ବା ଘର କିଣିବାର ଅଭିଳାଷକୁ ପୂରଣ କରିବା ହେଉ, ଜୀବନର ପ୍ରମୁଖ ମୂହୁର୍ତ୍ତକୁ ଉତ୍ସାହର ସହ ପାଳନ କରିବା ଲାଗି ଶୁଭ ଫର୍ଚୁନ୍‌କୁ ପ୍ରସ୍ତୁତ କରାଯାଇଛି।

Share

Leave a Reply

Your email address will not be published. Required fields are marked *

three × 5 =