Business

ସୁରକ୍ଷା ଡାଏଗ୍ନୋଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: କ୍ରିସିଲ୍ ରିପୋର୍ଟ ଅନୁସାରେ ପରିଚାଳନା ଆୟ ଦୃଷ୍ଟିରୁ ଦେଶର ଅଗ୍ରଣୀ ନିଦାନ ଶୃଙ୍ଖଳା ସୁରକ୍ଷା ଡାଏଗ୍ନୋଷ୍ଟିକ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ପ୍ରସ୍ତାବ ଅନୁସାରେ କୋଲକାତାରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଏହି କମ୍ପାନି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ପାଣ୍ଠି ସଂଗ୍ରହ କରିବ, ଯେଉଁଥିରେ ୧୯,୧୮୯,୩୩୦ ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ଅଫର ଫର୍ ସେଲ୍‌ରେ ବିକ୍ରି କରିବେ ।
ଅଫର ଫର ସେଲ୍‌ରେ ଅରବିମେଡ୍ ଏସିଆ ୨ ମରିସସ୍ ଲିମିଟେଡ୍ ୧୦,୬୬୦,୭୩୭ ଇକ୍ୱିଟି ସେୟାର, ଡକ୍ଟର ସୋମନାଥ ଚାଟାର୍ଜୀ , ରିତୁ ମିତଲ ଓ ସତୀଶ କୁମାର ବର୍ମା ୨,୧୩୨,୧୪୮ ଇକ୍ୱିଟି ସେୟାର ବିକ୍ରି କରିବେ । ସେହିପରି, ମୁନାଲାଲ କେଜ୍ରିୱାଲ ଓ ସନ୍ତୋଷ କୁମାର କେଜ୍ରିୱାଲ ଯଥାକ୍ରମେ ୭୯୯,୫୫୬ ଇକ୍ୱିିଟି ସେୟାର ଓ ୧,୩୩୨,୫୯୩ ଇକ୍ୱିଟି ସେୟାର ବିକ୍ରି କରିବେ ।
ଡକ୍ଟର ସୋମନାଥ ଚାଟାର୍ଜୀ ସ୍ୱର୍ଗତଃ କିସାନ କୁମାର କେଜ୍ରିୱାଲଙ୍କ ସହ ମିଶି କୋଲକାତାରେ ଏକ ବ୍ୟାପକ ନିଦାନ କେନ୍ଦ୍ର ସ୍ଥାପନ କରିଥିଲେ ଯାହାର ନାମ ୧୯୯୨ରେ “ସୁରକ୍ଷା’ ରଖାଯାଇଥିଲା । ଯୁଗ୍ମ ପରିଚାଳନା ନିର୍ଦେଶକ ଡକ୍ଟର ସୋମନାଥ ଚାଟାର୍ଜୀ ଏବଂ ଯୁଗ୍ମ ପରିଚାଳନା ନିର୍ଦେଶକ ତଥା ସିଇଓ ରିତୁ ମିତଲଙ୍କ ଦ୍ୱାରା ପରିଚାଳିତ ଏହି କେନ୍ଦ୍ର ହେଉି ପାଥୋଲୋଜି ଓ ରେଡିଓଲୋଜି ପରୀକ୍ଷା ଓ ମେଡିକାଲ୍ ପରାମର୍ଶ ସେବା ପାଇଁ ହେଉଛି ଏକକ ସମାଧାନ । ଏହା କେନ୍ଦ୍ରୀୟ ରେଫରେନ୍ସ ଲାବୋରେଟୋରି, ୮ ସାଟେଲାଇଟ ଲାବୋରେଟୋରି, ୧୯୪ ଗ୍ରାହକ ଟଚପଏଂଟ୍ ସମେତ ପଶ୍ଚିମବଙ୍ଗ, ବିହାର, ଆସାମ ଓ ମେଘାଳୟରେ ୪୮ଟି ଡାଏଗ୍ନୋଷ୍ଟିକ୍ କେନ୍ଦ୍ର ଓ ୧୪୬ ନମୁନା ସଂଗ୍ରହ କେନ୍ଦ୍ର ଜରିଆରେ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଏବଂ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ । କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି ।

Share

Leave a Reply

Your email address will not be published. Required fields are marked *

7 − 1 =