Business

ସୋନି ଇଣ୍ଡିଆ ପକ୍ଷରୁ ଜେଡଭି-ଇ୧୦-୨ ଭ୍ଲଗିଂ କ୍ୟାମେରାର ଶୁଭାରମ୍ଭ


ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ପିଢ଼ିର ଜେଡଭି-ଇ୧୦-୨ ଭ୍ଲଗିଂ କ୍ୟାମେରାର ୁଭାରମ୍ଭ କରାଯାଇଛି। କଂଟେଂଟ କ୍ରିଏଟରମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଏହାକୁ ବିକାଶ କରାଯାଇଛି ଯାହା ସେମାନଙ୍କୁ ସହଜ, କଂପାକ୍ଟ ଓ ବିବିଧ ଟୁଲ ପ୍ରଦାନ କରିବ। କଂଟେଂଟ କ୍ରିଏଟରମାନେ ଭଲ ପାଉଥିବା ଟୁଲ ଯଥା କ୍ରିଏଟିଭ ଟୁଲ, ପ୍ରଡକ୍ଟ ସୋକେସିଂ ସେଟିଂ, ବ୍ୟାକଗ୍ରାଉଣ୍ଡ ଡିଫୋକସ ସୁବିଧା ଏବଂ ଭାରି ଆଙ୍ଗେଲ ଫ୍ଲିପ ସ୍କ୍ରିନ ଭଳି ସୁବିଧା ଏଥିରେ ରହିଛି।
ଜେଡଭି-ଇ୧୦-୨ କ୍ୟାମେରାର ହାର୍ଡୱେରରେ ଉନ୍ନତୀକରଣ କରାଯାଇଥିବା ବେଳେ ସେଥିରେ ୨୬ ମେଗାପିକସେଲ ଅପଗ୍ରେଡ୍ କରାଯାଇଛି। ଏହା ସହିତ ଏକ୍ସମୋର ଆର ସିଏମଓଏସ ସେନ୍ସର ଓ ସୋନିର ବିଆଇଓଏନଜେଡ ଏକ୍ସଆର ଇମେଜ ପ୍ରୋସେସିଂ ଇଂଜିନ ସେଥିରେ ରହିଛି। ଏଥିରେ ଥିବା ସିନେମାଟିକ ଭ୍ଲଗ ସେଟିଂ ଦ୍ୱାରା ସହଜରେ ଲାଇଭ ଷ୍ଟ୍ରିମିଂ ଓ ଡାଟା ଟ୍ରାନ୍ସଫର କରିହେବ। ଏହା ଛୋଟ ଓ ହାଲୁକା ମଧ୍ୟ, ଯାହାର ଓଜନ ହେଉଛି ପାଖାପାଖି ୩୭୭ ଗ୍ରାମ।
ଜେଡଭି-ଇ୧୦-୨ର ଲେନ୍ସ କିଟରେ ଅତିରିକ୍ତ ଭାବେ ଏକ ଏପିଏସ-ସି ପାୱାର ଜୁମ ଲେନ୍ସ ଉପଲବ୍ଧ ହେବ। ଏହି ଲେନ୍ସ କିଟ ହାଲୁକା ହୋଇଥିବା ବେଳେ ଏହା ଉନ୍ନତ ଅଟୋଫୋକସ ଓ ଭିଡିଓ ପ୍ରଦର୍ଶନ ପ୍ରଦାନ କରିବ। ଏହି ଫୋନରେ ସିଧାସଳଖ ଭାବେ ପ୍ରିମିୟମ କଂଟେଂଟ ପ୍ରସ୍ତୁତ କରାଯାଇପାରିବ। ସେଥିରେ ୧୦ଟି କ୍ରିଏଟିଭ ଲୁକ ବିକଳ୍ପ ରହିଛି। ସିନେମାଟିକ ଭ୍ଲଗ ସେଟିଂ ଜରିଆରେ କଂଟେଂଟ କ୍ରିଏଟରମାନେ ଗୋଟିଏ ସ୍ପର୍ଶରେ ସିନେମା ଭଳି ଭିଡିଓ ଉତୋଳନ କରିପାରିବେ।
କଂଟେଂଟ କ୍ରିଏଟରମାନଙ୍କ ଲାଗି ସେଥିରେ ପ୍ରଚ୍ଛଦ ଅଂଶକୁ ଡିଫୋକସ କରିବା ସୁବିଧା ରହିଛି। କ୍ୟାମେରାରେ ଥିବା ଫେସ ପ୍ରାୟରିଟି ଅଟୋ ଏକ୍ସପୋଜର ଚେହେରାକୁ ତୁରନ୍ତ ଚିହ୍ନଟ କରି ବ୍ରାଇଟନେସ ବଢ଼ାଇବ। କୋମଳ ଚର୍ମ ଇଫେକ୍ଟ ଦ୍ୱାରା ଚର୍ମରେ ଉନ୍ନତି ଅଣାଯାଇପାରିବ। ଏଥିରେ ୩-ମାଇକ୍ରୋ କ୍ୟାପସୁଲ ମଧ୍ୟ ରହିଛି ଯାହା ସ୍ୱଚ୍ଛ, ଉଚ୍ଚ ମାନର ସ୍ୱରକୁ ସଂଗ୍ରହ କରିବ। ସାମ୍ନାରୁ, ପଛରୁ କିମ୍ବା ଚାରି ଦିଗରୁ ଯେଉଁ ଆଡ଼କୁ ସ୍ୱରକୁ ଧରିବାକୁ ଚାହୁଛନ୍ତି ସେହି ସେଟିଂ କରାଯାଇପାରିବ। ପରିବେଶ ଅନୁସାରେ ଅଡିଓ ସେଟିଂ କରିହେବ।
ଗ୍ରାହକମାନେ ଭିଜେଡ-ଇ୧୦-୨ କ୍ୟାମେରାକୁ ଦେଶରେ ଥିବା ସମସ୍ତ ସୋନି ସେଂଟର, ସପଆଟଏସସି ଡଟ କମ, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ୱେବସାଇଟରୁ ୨୦୨୪ ଅଗଷ୍ଟ ୨୭ଠାରୁ କିଣିପାରିବେ। ଏହାର ଜେଡଭି-ଇ୧୦ଏମ୨ର ଦାମ ୯୪,୯୯୦ ଟଙ୍କା ରହିଛି। ଜେଡଭି-ଇ୧୦ଏମ୨କେର ଦାମ୍ ଶୀଘ୍ର ଘୋଷଣା କରାଯିବ।
ସ୍ୱତନ୍ତ୍ର ଅଫର ଭାବେ କମ୍ପାନି ପକ୍ଷରୁ ୩ ବର୍ଷର ୱାରେଂଟି, ମାଗଣାରେ ଏକ ଏସଡି କାର୍ଡ, ଏକ କ୍ୟାରି ବ୍ୟାଗ୍ ପ୍ରଦାନ କରାଯାଉଛି। ଏହା ଉପରେ ସହଜ ଫାଇନାନ୍ସ ସୁବିଧା ମଧ୍ୟ ରହିଛି।

Share

Leave a Reply

Your email address will not be published. Required fields are marked *

2 + 16 =