Business

ଏସଏମପିପି ଲିମିଟେଡ ପକ୍ଷରୁ ୪୦୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଅସ୍ତ୍ରଶସ୍ତ୍ର ଉପକରଣ, ବ୍ୟକ୍ତିଗତ ସୁରକ୍ଷା ଉତ୍ପାଦ ଓ ସ୍ଥଳ ବାୟୁ ଓ ସମୁଦ୍ର ପାଇଁ ସୁରକ୍ଷା କିଟ ଆଦି ଉତ୍ପାଦନ କରୁଥିବା ଅଗ୍ରଣୀ ପ୍ରତିରକ୍ଷା ଉପକରଣ ନିର୍ମାତା ଏସଏମପିପି ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ଇକ୍ୱିଟି ସେୟାର ପ୍ରଦାନ କରି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୪୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିବାକୁ ଯୋଜନା ରଖିଛି।
ଏହି ଅଫରରେ ୫୮୦ କୋଟି ଟଙ୍କା ପର୍ଯ୍ୟନ୍ତର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ନିବେଶକମାନେ ୩୪୨୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରିବେ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ ଅଫ ଇଣ୍ଡିଆ ଲିମିଟେଡରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସରେ ପ୍ରସ୍ତାବ ଦିଆଯାଇଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆକ୍ସିସ କ୍ୟାପିଟାଲ ଲିମିଟେଡ, ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେହ, ଆଇଆଇଏଫଏଲ ସିକ୍ୟୁରିଟିଜ ଲିମିଟେଡ, ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

2 × one =