Business

ଏସ୍‌କେ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଗାଡ଼ି ଓ ଏମ୍‌ଏସ୍‌ଏମ୍‌ଇ ଫାଇନାନ୍ସ ସଂସ୍ଥା ଏସ୍‌କେ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । କମ୍ପାନି ପବ୍ଲିକ୍ ଅଫରିଂ ଜରିଆରେ ୨,୨୦୦ କୋଟି ଟଙ୍କା ହାସଲ କରିବାକୁ ଯୋଜନା ରଖିଛି ।
କମ୍ପାନିର ପ୍ରତିଷ୍ଠାତା ହେଉଛନ୍ତି ରାଜେନ୍ଦ୍ର କୁମାର ସେଟିଆ, ୟସ୍ ସେଟିଆ ଓ ରାଜେନ୍ଦ୍ର କୁମାର ସେଟିଆ ଏଚ୍‌ୟୁଏଫ୍ ।
ଏହି ଅଫରରେ କମ୍ପାନି ପକ୍ଷରୁ ୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ୧୭୦୦ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ଅଫର ଫର୍ ସେଲ୍‌ରେ ଉପଲବ୍ଧ କରାଯିବ । ଅଫର ଫର ସେଲ୍‌ରେ ରାଜେନ୍ଦ୍ର କୁମାର ସେଟିଆ ୧୮୦ କୋଟି ଟଙ୍କା, ରାଜେନ୍ଦ୍ର କୁମାର ସେଟିଆ ଏଚ୍‌ୟୁଏଫ୍ ୨୦ କୋଟି ଟଙ୍କା, ଇଭଲଭେନ୍ସ କୋଇନଭେଷ୍ଟ- । ୭୫ କୋଟି ଟଙ୍କା, ଇଭଲ୍‌ଭେନ୍‌ସ ଇଣ୍ଡିଆ ୩ ଲିମିଟେଡ୍ ୨୫ କୋଟଇ ଟଙ୍କା, ନରୱେଷ୍ଟ ଭେଂଚର୍ସ ପାର୍ଟନର୍ସ ଏକ୍ସ-ମରିସସ୍ ୭୦୦ କୋଟି ଟଙ୍କା ଏବଂ ଟିପିଜି ଗ୍ରୋଥ୍‌-୪ ଏସ୍‌ଏଫ୍ ପିଟିଇ ଲିମିଟେଡ୍ ୭୦୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରିବେ ।
କମ୍ପାନି ହେଉଛି ଏକ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନରେ ପଞ୍ଜୀକୃତ ହୋଇଛି । କମ୍ପାନି ଗାଡ଼ି ଫାଇନାନ୍ସ ଓ ଏମ୍‌ଏସ୍‌ଏମ୍‌ଇ ଫାଇନାନ୍ସ ଭଳି ଦୁଇଟି କ୍ଷେତ୍ରରେ କାର୍ଯ୍ୟ କରୁଛି । ଦେଶରେ ୫୩୫ ଶାଖଶ ସହିତ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଏହାର ଉପସ୍ଥିତି ରହିଛି । ଗାଡ଼ି ଋଣ ବର୍ଗରେ କମ୍ପାନି କାର୍‌, ଦୁଇଚକିଆ ଓ ଟ୍ରାକ୍ଟର ଆଦି ନୂଆ ଓ ପୁରୁଣା ଗାଡ଼ି କିଣିବା ଲାଗି ଫାଇନାନ୍ସ ପ୍ରଦାନ କରୁଛି । ଏମଏସ୍‌ଏମ୍‌ଇ ବର୍ଗରେ କମ୍ପାନି କାର୍ଯ୍ୟକାରୀ ପୁଞ୍ଜି ପ୍ରଦାନ କରୁଛି । ସଂଗଠିତ କ୍ଷେତ୍ରଠାରୁ ଦୂରରେ ରହିଥିବା ସର୍ଧ ସହରାଚଂଳ ଓ ଗ୍ରାମାଂଚଳରେ ବାସ କରୁଥିବା ସ୍ୱାବଲମ୍ବୀ ଓ ଠିକ୍ ଭାବେ ବ୍ୟାଙ୍କ ସେବା ପାଉନଥିବା ନିମ୍ନ-ମଧ୍ୟମ ଆୟ ବର୍ଗର ଗ୍ରାହକମାନଙ୍କୁ ଏହି ଋଣ ପ୍ରଦାନ କରାଯାଉଛି ।
କମ୍ପାନିର ଗାଡ଼ି ଋଣ ଫାଇନାନ୍ସ ପରିମାଣ ୧୧.୮୫ ଲକ୍ଷ କୋଟି ଟଙ୍କା ରହିଛି ଯାହା ୨୦୧୮-୧୯ ଆର୍ଥିକ ବର୍ଷଠାରୁ ବାର୍ଷିକ ୧୧.୦୭% ହାରରେ ଆଗକୁ ବଢ଼ୁଛି । କ୍ରିସିଲ୍ ଆକଳନ ଅନୁସାରେ ୨୦୨୬-୨୭ ସୁଦ୍ଧା ଏହା ୨୧ ଲକ୍ଷ କୋଟି ଟଙ୍କାରେ ପହଂଚିବ ।
କମ୍ପାନି ଏହି ଅଫରରୁ ମିଳିବାକୁ ଥିବା ପାଣ୍ଠିକୁ ବ୍ୟବସାୟ ଆବଶ୍ୟକତା ପୂରଣ କରିବା, ଋଣ ଦେବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ । ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ମୋତିଲାଲଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ଓ ନୋମୁରା ଫାଇନାନ୍ସିଆଲ୍ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

twelve + 17 =