Business

ଚେନ୍ନାଇରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ତୃତୀୟ ରାଉଣ୍ଡର ଦ୍ୱିତୀୟ ରେସ୍‌ରେ ସିଦ୍ଧେଶ ସାୱନ୍ତ ବିଜୟୀ


ଭୁବନେଶ୍ୱର: ଗତକାଲିର ଆକ୍ସନରେ ଭରା ରେସ୍ ୧ ପରେ ହୋଣ୍ଡା ରେସିଂ ଇଣ୍ଡିଆର ଯୁବ ରାଇଡରମାନେ ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଚାଲିଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ତୃତୀୟ ରାଊଣ୍ଡର ରେସ୍‌-୨ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।
ରେସ୍ ଟ୍ରାକ୍‌ରେ ଯୁବ ରାଇଡର୍‌ମାନେ ସେମାନଙ୍କ ରେସିଂ ଶକ୍ତି ପ୍ରଦର୍ଶନ କରିଥିଲେ । ରେସ୍‌-୨ ଆକ୍ସନ ଓ ଉତ୍ସାହର ସମିଶ୍ରଣ ଥିଲା ଯେଉଁଥିରେ କୋହ୍ଲାପୁରର ୨୨ ବର୍ଷୀୟ ସିଦ୍ଦେଶ ସାୱନ୍ତ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ବର୍ଗରେ ଅପ୍ରତିଦ୍ୱନ୍ଦ୍ୱୀ ବିଜୟୀ ହୋଇଥିଲେ । ସେ ରେସ୍ ଟ୍ରାକ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଏବଂ ୮ ଲ୍ୟାପ୍ ବିଶିଷ୍ଟ ଏହି ରେସ୍‌ରେ ସେ ୧୫:୧୧.୬୭୯ ସମୟ ନେଇ ରେସ୍ ଶେଷ କରିଥିଲେ । ସେ ଉପଯୁକ୍ତ ସମୟ, ଦକ୍ଷତା ପ୍ରଦର୍ଶନ କରି ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଅତିକ୍ରମ କରିଥିଲେ ।
ତାଙ୍କ ପଛକୁ ରହିଥିଲେ ବାଙ୍ଗାଲୋରର ୧୬ ବର୍ଷୀୟ ରାଇଡର୍ ସାବିଆନ୍ ସାବୁ । ସେ ରେସ୍ ଆରମ୍ଭରୁ ଦକ୍ଷତା ପ୍ରଦର୍ଶନ କରି ନିଜର ସୀମାକୁ ଅତିକ୍ରମ କରିବା ସହ ପ୍ରତିଦ୍ୱ୍‌ନ୍ଦ୍ୱୀମାନଙ୍କଠାରୁ ପ୍ରତି ଲ୍ୟାପ୍‌ରେ ଆଗକୁ ବଢ଼ିଥିଲେ । ତାଙ୍କ ତୀବ୍ର ରେସିଂ ଷ୍ଟାଇଲ୍ ଓ ଗୁରୁତ୍ୱପୂର୍ଣ୍ଣ ଭାବନା ତାଙ୍କୁ ଦ୍ୱିତୀୟ ସ୍ଥାନ ପ୍ରଦାନ କରିଥିଲା । ସେ ୧୫:୧୪.୬୬୧ ସମୟ ନେଇ ରେସ୍‌ୁ ଶେଷ କରିଥିଲେ ।
ହାଇଦ୍ରାବାଦର ୧୯ ବର୍ଷୀୟ ରାଇଡର୍ ବିଦାନି ରାଜିନ୍ଦର ତୃତୀୟ ସ୍ଥାନରେ ରହିଥିଲେ । କ୍ଷୀପ୍ର ଗତିକୁ ବଜାୟ ରଖିବାରେ ତାଙ୍କ ଦକ୍ଷତା ଏବଂ ଭାବିଚିନ୍ତି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅତିକ୍ରମ କରିବା ରେସ୍‌କୁ ସେ ଭଲ ଭାବେ ବୁଝିଥିବା ଜଣାଉଛି । ୮ ଲ୍ୟାପ୍ ବିଶିଷ୍ଟ ରେସ୍‌କୁ ସେ ୧୫:୨୫.୭୮୪ ସମୟ ନେଇ ଶେଷ କରିଥିଲେ ।
ଦୁର୍ଭାଗ୍ୟବସତଃ ଚାରି ରାଇଡର ମୋହସିନ ପରମବାନ, ପ୍ରକାଶ କାମାତ, ଶ୍ୟାମ ସୁନ୍ଦର ଓ ରକ୍ଷୀତା ଏସ୍ ଡାଭେ ରେସ୍ ଶେଷ କରିପାରିନଥିଲେ ।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ପରବର୍ତୀ ରାଉଣ୍ଡ ତାମିଲନାଡୁର ଚେନ୍ନାଇରେ ୨୦୨୪ ସେପ୍ଟେମ୍ବର ଅକ୍ଟୋବରରେ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

5 × 4 =