Business

ମୋଦିକେୟାରର ଲିପ୍‌ଷ୍ଟିକ୍ କଲେକ୍ସନ ସୌନ୍ଦର୍ଯ୍ୟର ବିବିଧତାକୁ ପାଳନ କରୁଛି


ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସୌନ୍ଦର୍ଯ୍ୟର ବିବିଧତାକୁ ପାଳନ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ମୋଦିକେୟାର ଲିମିଟେଡ୍ ମଧ୍ୟ ଚର୍ମର ରଙ୍ଗ, ବ୍ୟକ୍ତିତ୍ୱ ଓ ଷ୍ଟାଇଲ୍‌ର ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାପକ ସେଡ୍‌ର ଲିପ୍‌ଷ୍ଟିକ୍ ପ୍ରଦାନ କରି ସେହି କାର୍ଯ୍ୟ କରୁଛି ।
ନିଜର ଉପସ୍ଥିତି ଜାହିର କରିବା ଲାଗି ଗାଢ଼ ଲାଲ୍ ରଙ୍ଗର ଲିପ୍‌ଷ୍ଟିକ୍ ହେଉ କିମ୍ବା ନିତିଦିନିଆ ଭଲ ଦେଖାଯିବା ପାଇଁ ଉପଯୁକ୍ତ ସେଡ୍ ପର୍ଯ୍ୟନ୍ତ ମୋଦିକେୟାରର ଲିପ୍‌ଷ୍ଟିକ୍ ସମ୍ଭାରରେ ସବୁ କିଛି ରହିଛି । ବିବିଧତାରେ ସୌନ୍ଦର୍ଯ୍ୟର ଭାବକୁ ପାଳନ କରୁଥିବା ଲିପ୍‌ଷ୍ଟିକ୍ ସମ୍ଭାରକୁ ଏଠାରେ ଉପସ୍ଥାପନ କରାଯାଇଛି ।
ଦିନଟିକୁ ମୋଦିକେୟାରର ଅର୍ବାନ୍ କଲର ଲଣ୍ଡନର ଲଭ୍ ମି ମାଟେ ଲିପ୍‌କଲର୍ ଓ ଠୁ ଗୁଡ୍ ଟୁ ବି ମ୍ୟାଟ୍ ଲିପ୍‌ଷ୍ଟିକ୍ ସହ ଆରମ୍ଭ କରନ୍ତୁ । ଏହି ଲିପ୍‌ଷ୍ଟିକ୍ ସମ୍ଭାରରେ ରହିଛି ଭେଲ୍‌ଭେଟ୍ ମ୍ୟାଟ୍ ଫିନିସ୍ ଯାହା ଉଭୟ ବୋଲ୍‌ଡ ଓ ସମୃଦ୍ଧ । ସବୁ ପ୍ରକାର ଚର୍ମକୁ ସୁହାଇବା ଭଳି ସେଡ୍‌ରେ ଏହା ଆସୁଛି । ଏହାର ୧.୪ ଗ୍ରାମ୍‌ର ଦାମ୍ ୭୯୫ ଟଙ୍କା ରହିଛି । ଲଭ୍ ମି ମ୍ୟାଟ୍ ଅଲ୍‌ଟ୍ରା-ସ୍ଲିମ୍ ଲିପ୍‌କଲର୍ ଲଗାଇବାକୁ ଦୀର୍ଘସ୍ଥାୟୀ । ଏହା ୧୨ ପ୍ରକାର ସେଡ୍‌ରେ ଉପଲବ୍ଧ ରହିଛି । ଠୁ ଗୁଡ୍ ଟୁ ବି ମ୍ୟାଟ୍ ଲିପ୍‌ଷ୍ଟିକ୍‌ର ୪.୨ ଗ୍ରାମର ଦାମ୍ ୩୭୫ ଟଙ୍କା । ଏଥିରେ ବାଦାମ ତେଲ ଥିବା ବେଳେ ତାହା ୧୫ଟି ସେଡ୍‌ରେ ଆସୁଛି ।
ମୋଦିକେୟାରର ଅର୍ବାନ କଲର ଲଣ୍ଡନ ଠୁ ଗୁଡ୍ ଟୁ ବି କ୍ରିମ୍ ଲିପ୍‌ଷ୍ଟକ୍ କୋମଳ ହୋଇଥିବା ବେଳେ ଗ୍ଲସି ଫିନିସ୍ ପ୍ରଦାନ କରୁଛି । ଦିନ ବେଳା ତାହାକୁ ଲଗାଇବା ବେଶ୍ ଉପଯୁକ୍ତ । ଏହା ଉଭୟ ଆରାମଦାୟକ ଓ ସୁନ୍ଦର ମଧ୍ୟ ଯାହା ଯୁବସୁଲଭ ଚମକ ପ୍ରଦାନ କରୁଛି । ୯ ପ୍ରକାର ସେଡ୍‌ରେ ଉପଲବ୍ଧ ହେଉଥିବା ଏହି ଲିପ୍‌ଷ୍ଟିକ୍‌ର ୪.୨ ଗ୍ରାମ୍‌ର ଦାମ୍ ୩୫୯ ଟଙ୍କା ରହିଛି ।
ମୋଦିକେୟାରର ଅର୍ବାନ କଲର ଲଣ୍ଡନ ଅଲ୍‌ଟ୍ରା ପ୍ରେସିସନ୍ ଲିପ୍ ଲାଇନ୍‌ର ହେଉଛି ତୀକ୍ଷ୍‌ଣ, ସ୍ପଷ୍ଟ ଓ ଆପଣଙ୍କ ଲିପ୍‌ଷ୍ଟିକ୍‌କୁ ସୁରକ୍ଷିତ ପ୍ରଦାନ କରିବ । ଏହାକୁ ଦିନ କିମ୍ବା ରାତିରେ ବ୍ୟବହାର କରିହେବ । ଏହାର ଜଳ ନିରୋଧୀ ହୋଇଥିବା ବେଳେ ଏଥିରେ ଥିବା ଦୀର୍ଘସ୍ଥାୟୀ ଫର୍ମୁଲା ଆପଣଙ୍କ ଓଠକୁ ସୁନ୍ଦରତା ପ୍ରଦାନ କରୁଛି । ଏହାର ୧.୧୪ ଗ୍ରାମ ଦାମ୍ ୩୫୦ ଟଙ୍କା ରହିଛି ଏବଂ ତାହା ୮ଟି ସେଡ୍‌ରେ ଉପଲବ୍ଧ ହୋଇଛି ।
ମୋଦିକେୟାରର ଅର୍ବାନ କଲର ଲଣ୍ଡନ ପାୱାର ମ୍ୟାଟ୍ ଟ୍ରାନ୍ସଫର୍ ପ୍ରୁଫ୍ ଲିକ୍ୱିଡ୍ ଲିପ୍ କଲର୍ ଉତ୍କୃଷ୍ଟ ମ୍ୟାଟ୍ ଫିନିସ୍ ପ୍ରଦାନ କରୁଛି । ସନ୍ଧ୍ୟା ସମୟର ଲୁକ୍ ପାଇଁ ଏହା ଉପଯୁକ୍ତ । ଖାଇବା, ପିଇବା ଓ ଉତ୍ସବ ପାଳନ କରିବା ବେଳେ ତାହା ଓଠରେ ସେହିଭଳି ରହିଥିବ । ଏଥିରେ ଭିଟାମିନ୍ ଇ ରହିଛି । ଏହା ୮ ଘଂଟା ପର୍ଯ୍ୟନ୍ତ ରହିବ । ୧୦୦% ଭେଗାନ୍ ଓ ଡର୍ମାଟୋଲୋଜି ପରୀକ୍ଷଣ ହୋଇଥିବା ଏହି ଲିପ୍‌ଷ୍ଟିକ୍ ୧୮ଟି ସେଡ୍‌ରେ ଉପଲବ୍ଧ ହୋଇଛି ଯାହାର ୫ ଏମ୍‌ଏଲ୍ ଦାମ୍ ହେଉଛି ୪୯୯ ଟଙ୍କା । ଗ୍ରାହକମାନେ ମୋଦିକେୟାର କନସଲଟାଂଟ୍‌ଙ୍କଠାରୁ ଏହାକୁ କିଣିପାରିବେ ।

Share

Leave a Reply

Your email address will not be published. Required fields are marked *

1 × two =