Business

ଏସବିଆଇ ଲାଇଫ ପକ୍ଷରୁ ଭୁବନେଶ୍ୱରରେ ‘ଥାଙ୍କସ ଏ ଡଟ’ ଅଭିଯାନ ଅନ୍ତର୍ଗତ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ଭୁବନେଶ୍ୱରରେ ‘ଥାଙ୍କସ ଏ ଡଟ୍‌’ ଅଭିଯାନ ଅଧୀନରେ ମହାନଗର ନିଗମ (ବିଏମସି)ର ମହିଳା ସଫେଇ କର୍ମଚାରୀଙ୍କ ମଧ୍ୟରେ ନିଜେ ସ୍ତନ ପରୀକ୍ଷା କରିବାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରାକ୍ଟ କ୍ଲବ ଅଫ ଭୁବନେଶ୍ୱର ସହ ମିଳିତ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଆତ୍ମ ସ୍ତନ ପରୀକ୍ଷା ପାଇଁ ଏକ ଅଭିନବ ସହଜ ଉପକରଣ ସହିତ ସଶକ୍ତ କରିବା ଓ ଆଚରଣଗତ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ୯୦ରୁ ଅଧିକ ସଫେଇ କର୍ମଚାରୀ ଯୋଗ ଦେଇଥିଲେ । ସେମାନେ ନିୟମିତ ଭାବରେ ଆତ୍ମ ସ୍ତନ ପରୀକ୍ଷା କରିବାର ଦକ୍ଷତା ଏବଂ ଆତ୍ମବିଶ୍ୱାସ ହାସଲ କରିଛନ୍ତି ।
ଅଧିକାଂଶ ସମୟରେ ଏହି ସଫେଇ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ସମ୍ବଳ ହାସଲ କରିବାରେ ପ୍ରତିବନ୍ଧକର ସମ୍ମୁଖୀନ ହୁଅନ୍ତି ଯାହା ସାମାଜିକ-ଅର୍ଥନୈତିକ ଆହ୍ୱାନ ଦ୍ୱାରା ଜଟିଳ ହେବା ସହ ସେମାନଙ୍କ କଲ୍ୟାଣରେ ବାଧା ସୃଷ୍ଟି କରିଥାଏ । ସ୍ତନ କର୍କଟ ଏବଂ ଆତ୍ମ ସ୍ତନ ପରୀକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତାକୁ ସ୍ୱୀକାର କରି ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ମହିଳା ସଫେଇ କର୍ମଚାରୀମାନଙ୍କୁ ଏହି ମାରାତ୍ମକ ରୋଗର ମୁକାବିଲା ପାଇଁ ସଚେତନ କରିବା ଦିଗରେ ଏହି ପଦକ୍ଷେପ ଗ୍ରହଣ କରିଛି ।
ଏହି ସଚେତନତା କାର୍ଯ୍ୟକ୍ରମରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସର ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ ରାଜେଶ ଭୂଗ୍ରା, ଉତ୍କଳ ହସ୍ପିଟାଲର ରେଡିଓଲୋଜି ଅଙ୍କୋଲୋଜି ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ କୁମାର ମିଶ୍ର, ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର ଉପାଧ୍ୟକ୍ଷ ନନ୍ଦିତା ଶାହାଙ୍କ ସହ ରୋଟାରୀ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ । ସେମାନେ ଏହି ସଫେଇ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବା ସହ ଅଭିନବ ‘ଥାଙ୍କସ ଏ ଡଟ୍‌’ ଗରମ ପାଣି (ହଟ ୱାଟର) ବ୍ୟାଗ୍ ବଣ୍ଟନ କରିଥିଲେ ।
ଅଭିନବ ଥାଙ୍କସ ଏ ଡଟ୍ ଟୁଲରେ ଋତୁସ୍ରାବ ଯନ୍ତ୍ରଣାର ମୁକାବିଲା ପାଇଁ ସାଧାରଣତଃ ଦେଶବ୍ୟାପୀ ମହିଳାମାନେ ବ୍ୟବହାର କରୁଥିବା ‘ହଟ୍ ୱାଟର ବ୍ୟାଗ୍‌’କୁ ବ୍ୟବହାର କରାଯାଇଛି ଯାହା ବ୍ୟାଗର ସମ୍ମୁଖ ପାର୍ଶ୍ୱରେ ସ୍ୱତନ୍ତ୍ର ଗଣ୍ଠି ତିଆରି କରି ମହିଳାମାନଙ୍କୁ ଆତ୍ମ-ପରୀକ୍ଷା ସମୟରେ ପ୍ରକୃତ ସ୍ତନ କର୍କଟ ଗଣ୍ଠି କିପରି ଅନୁଭବ କରିବ ତାହାର ଅନୁଭବ ପ୍ରଦାନ କରୁଛି । ଏହି ଅଭିନବ ତଥା ସରଳ ଉପକରଣ ହେଉଛି ପ୍ରତ୍ୟେକ ଘରେ ନିରବଚ୍ଛିନ୍ନ ଭାବରେ ପ୍ରବେଶ କରି ଆତ୍ମ-ଯାଞ୍ଚକୁ ପ୍ରୋତ୍ସାହିତ କରିବାର ଏକ ପ୍ରୟାସ । ଏହା ପ୍ରତ୍ୟେକ ମହିଳାଙ୍କୁ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ବିଷୟ ମନେ ପକାଇବା ସହ ଆତ୍ମ-ସ୍ତନ ପରୀକ୍ଷା ଅଭ୍ୟାସକୁ ମାସିକ ଅଭ୍ୟସ୍ତରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି ଜଣାଉଛି ।
ମହିଳା ସଫେଇ କର୍ମଚାରୀଙ୍କୁ ହଟ ୱାଟର ବ୍ୟାଗ ବଣ୍ଟନ ସହ ପ୍ରାରମ୍ଭିକ ଚିହ୍ନଟ ଓ ଆତ୍ମ ସ୍ତନ ପରୀକ୍ଷାର କୌଶଳ ସମ୍ପର୍କରେ ସଚେତନ କରାଇବା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ସାରା ଦେଶରେ ସ୍ତନ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ପାଇଁ ସଚେତନତା ଏବଂ ଅଭିନବ ଉପକରଣ ଉପଲବ୍ଧ କରାଇବା ପାଇଁ ପ୍ରୟାସ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇ ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ଏହି ଉଦ୍ଦେଶ୍ୟ ପ୍ରତି ନିଜର ସମର୍ପଣକୁ ଦୋହରାଇଛି ।

Share

Leave a Reply

Your email address will not be published. Required fields are marked *

9 + 6 =