Business

ଏସ୍‌ବିଆଇ ପକ୍ଷରୁ ଜାଗୃତି ଯାତ୍ରା ୨୦୨୪ ଜରିଆରେ ଗ୍ରାମୀଣ ଯୁବ ଉଦ୍ୟୋଗୀଙ୍କ ସଶକ୍ତୀକରଣ

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଭ୍‌କ ପକ୍ଷରୁ ଜାଗୃତି ଯାତ୍ରା ୨୦୨୪ ସହିତ ସହଯୋଗିତା ସ୍‌ଥାପନ କରାଯାଇଛି। ଏହା ହେଉଛି ଭାରତର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ହେବାକୁ ଥିବା ୮୦୦୦ କିମି ବ୍ୟାପୀ ୧୫ ଦିନିଆ ଉଦ୍ୟୋଗୀ ଯାତ୍ରା। ଏହି ସହଯୋଗିତାରେ ଏସ୍‌ବିଆଇ ପକ୍ଷରୁ ଉଦ୍ୟୋଗୀ ହେବର ଅଭିଳାଷ ଅନୁସନ୍ଧାନ କରିବାକୁ ଚାହୁଥିବା ୫୦୦ ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ସେମାନଙ୍କୁ ବିଶେଷଜ୍ଞଙ୍କ ମେଂଟରସିପ୍ ଓ ପ୍ରତ୍ୟକ୍ଷ ତାଲିମ ସହାୟତା ପ୍ରଦାନ କରାଯିବ। ଯୁବ ଉଦ୍ୟୋଗୀଙ୍କ ଅଭିବୃଦ୍ଧିକୁ ସୁଦୃଢ଼ କରି ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବାକୁ ଏସବିଆଇ ଲକ୍ଷ୍ୟ ରଖିଛି।
ସାରା ଭାରତରେ ଉଦ୍ୟମିତାକୁ ଉତ୍ସାହିତ କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରତିଟି ଭାରତୀୟଙ୍କୁ ତାଲିମ ଓ ଆର୍ଥିକ ସହାୟତା ଜରିଆରେ ସଶକ୍ତ କରୁଛି। ବ୍ୟାଙ୍କ ପକ୍ଷରୁ ୧୫୨ ଗ୍ରାମୀଣ ସ୍ୱା ନିୟୋଜନ ତାଲିମ ପ୍ରତିଷ୍ଠାନ (ଆରଏସଇଟିଆଇ) ସ୍ଥାପନ କରିଛି ଯାହା ନିଜର ଲଘୁ ଉଦ୍ୟୋଗ ସ୍ଥାପନ କରିବା ଲାଗିି ଗ୍ରାମୀଣ ଯୁବବର୍ଗଙ୍କୁ ତାଲିମ ଦେଉଥିବା ବେଳେ ସେମାନଙ୍କ ଦକ୍ଷତାର ବିକାଶ କରୁଛି। ଏହି ଅନୁଷ୍ଠାନଗୁଡ଼ିକ ୧୧.୫ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କୁ ସଫଳତାର ସହ ତାଲିମ ପ୍ରଦାନ କରିଥିବା ବେଳେ ସେଥିରୁ ୭୪ ପ୍ରତିଶତ ଛାତ୍ରଛାତ୍ରୀ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏଥି ସହିତ ୫୦,୦୦୦ କୋଟି ଟଙ୍କାର ଏସ୍‌ଏଚ୍‌ଜି ଋଣ ପ୍ରଦାନ କରିଥିବା ଏସ୍‌ବିଆଇ ହେଉଛି ଏସ୍‌ଏଚ୍‌ଜି ଋଣର ଅଗ୍ରଣୀ ବ୍ୟାଙ୍କ ଯାହା ୧ କୋଟିରୁ ଅଧିକ ମହିଳାଙ୍କୁ ସହାୟତା ପ୍ରଦାନ କରିଛି। ଏଥି ସହିତ ବ୍ୟାଙ୍କ ପକ୍ଷରୁ ୪୯୦୦୦ କୋଟି ଟଙ୍କାର ମୁଦ୍ରା ଋଣ ଓ ୧୫୫୦ କୋଟି ଟଙ୍କାର ପିଏମ୍ ସ୍ୱନିଧି ଋଣ ୨୦୨୩-୨୪ରେ ପ୍ରଦାନ କରାଯାଇଛି।
ଏହି ଅବସରରେ ଏସ୍‌ବିଆଇର ଏମ୍‌ଡି ଶ୍ରୀ ରାଣା ଆଶୁତୋଷ କୁମାର ସିଂହ କହିଛନ୍ତି ଯେ, “ଉଦ୍ୟମିତା ଏକ ଆତ୍ମନିର୍ଭରଶୀଳ ଓ ପ୍ରଗତିଶୀଳ ଭାରତର ମୁଳଦୁଆ ବୋଲି ଏସବିଆଇରେ ଆମର ବିଶ୍ୱାସ ରହିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଆମେ କାର୍ଯ୍ୟ କରୁଥିବା ବେଳେ ସାରା ଦେଶରେ ନସବୃଜନ ଓ ଅଭିବୃଦ୍ଧି ଆଗକୁ ବଢ଼ାଇବା ଲାଗି ଯୁବ ଉଦ୍ୟୋଗୀମାନେ ଆବଶ୍ୟକ କରୁଥିବା ଦକ୍ଷତା, ସମ୍ବଳ ଓ ସୁଯୋଗ ପ୍ରଦାନ କରିବା ଆବଶ୍ୟକ। ଭାରତର ଭବିଷ୍ୟତକୁ ଆକାର ପ୍ରଦାନ କରୁଥିବା ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଲାଗି ଆମର ରହିଥିବା ସହଯୋଗିତାକୁ ଜାଗୃତି ଯାତ୍ରା ସହିତ ଆମ ସହଯୋଗିତା ପ୍ରତିଫଳିତ କରୁଛି। ଜାଗୃତି ଯାତ୍ରା ଭଳି ଅଭିଯାନକୁ ସମର୍ଥନ କରି ଆମେ ଏକ ସଫଳ ଉଦ୍ୟୋମିତା ବ୍ୟବସ୍ଥା ପ୍ରତି ଅବଦାନ ଦେବାକୁ ଚାହୁଛୁ ଯାହା ସମସ୍ତଙ୍କ ପାଇଁ ସ୍ଥାୟୀ ବିକାଶ ଓ ସମୃଦ୍ଧିକୁ ଆଗକୁ ବଢ଼ାଇବ।”

Share

Leave a Reply

Your email address will not be published. Required fields are marked *

6 − five =