Business

ରୁବିକନ୍ ରିସର୍ଚ୍ଚ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ରୁବିକନ୍ ରିସର୍ଚ୍ଚ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ରୁବିକନ୍ ରିସର୍ଚ୍ଚ ହେଉଛି ଏକ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ କମ୍ପାନି ଯାହା ଗବେଷଣା ଓ ବିକାଶ ଜରିଆରେ ନବସୃଜନ ଉପରେ ଗୁରୁତ୍ୱାରୋପ କରୁଛ । ନିୟମିତ ବଜାର ଏବଂ ଆମେରିକାକୁ ନଜରରେ ରଖି ଏହା ସ୍ୱତନ୍ତ୍ର ଉତ୍ପାଦ ଓ ଡ୍ରଗ୍‌ସ-ଡିଭାଇସ୍‌ର ସମିଶ୍ରଣ ଉତ୍ପାଦ ବିକାଶ କରୁଛି । ରୁବିକନ୍ ରିସର୍ଚ୍ଚ ହେଉଛି ଏକମାତ୍ର ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନି ଯାହାର ଧ୍ୟାନ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରିତ ବଜାର ଉପରେ ରହିଛି ।
କମ୍ପାନି ପକ୍ଷରୁ ୫୦୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର ଘୋଷଣା କରାଯାଇଛି ଯେଉଁଥିରେ ଅଂଶଧନକାରୀ ଜେନେରାଲ୍ ଆଂଟଲାଟିକ୍ ସିଙ୍ଗାପୋର ଆରଆର୍ ପିଟିଇ ଲିମିଟେଡ୍‌ର ୫୮୫ କୋଟି ଟଙ୍କାର ଅଫର୍ ଫର୍ ସେଲ୍ ସାମିଲ ରହିଛି ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ହାସଲ କରିଥିବା କିଛି ବକେୟା ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ, ଅଧିଗ୍ରହଣ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଜରିଆରେ ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ । ଅଫର ଫର ସେଲ୍‌ରୁ ଯେଉଁ ପାଣ୍ଠି ମିଳିବ ତାହା ଜେନେରାଲ୍ ଆଟ୍‌ଲାଂଟିକ୍ ସିଙ୍ଗାପୋର ଆରଆର ପିଟିଇ ଲିମିଟେଡ୍‌କୁ ଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

four × five =