Business

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍‌ଇ-ଇନଭେଷ୍ଟ୍‌ରେ ଇରୋଡା ପାଭିଲିୟନ୍ ପରିଦର୍ଶନ


ଭୁବନେଶ୍ୱର: ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ଆୟୋଜିତ ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକଙ୍କ ସମ୍ମିଳନୀ ଓ ଏକ୍ସପୋ (ଆର୍‌ଇ-ଇନଭେଷ୍ଟ)ରେ ସ୍ଥାପନ କରାଯାଇଥିବା ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପାଭିଲିୟନ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ। ଇରୋଡାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଦେଶର ଅଗ୍ରଣୀ ଗ୍ରୀନ ଫାଇନାନ୍ସ ଏନବିଏଫ୍‌ସି ଭାବେ ଇରେଡାର ୩୭ ବର୍ଷ ଯାତ୍ରା ସମ୍ପର୍କରେ ତାଙ୍କୁ ଅବଗତ କରିଛନ୍ତି। ସ୍ଥାୟୀ ବିକାଶ, ସବୁଜ ଶକ୍ତି ସହ ଲୋକଙ୍କୁ ଯୋଡ଼ିବା ଓ ଦେଶର ସବୁଜ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବା ପାଇଁ ଇରେଡାର ଲକ୍ଷ୍ୟ ଉପରେ ସେ ଆଲୋକପାତ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭାରତ ସରକାରଙ୍କ ଗ୍ରାହକ ବ୍ୟାପାର, ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରଣାଳୟ ତଥା ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଶ୍ରୀ ପ୍ରହଲ୍ଲାଦ ଯୋଶୀ, ଗୁଜରାଟର ମାନ୍ୟବର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ୍ ଓ ଏମ୍‌ଏନ୍‌ଆର୍‌ଇ ସଚିବ ଭୂପିନ୍ଦର ସିଂହ ଭାଲ୍ଲା ଉପସ୍ଥିତ ଥିଲେ। ଭାରତର ସବୁଜ ଶକ୍ତି ରୂପାନ୍ତରଣ ଓ ୨୦୩୦ ସୁ୍‌ଧା ୫୦୦ ଗିଗାୱାଟ୍‌ର ଅଣ ଜୀବାଶ୍ମ ଇନ୍ଧନ କ୍ଷମତା ସ୍ଥାପନକୁ ସହାୟତା ପ୍ରଦାନରେ ଇରେଡା ଗ୍ରହଣ କରୁଥିବା ଭୂମିକାକୁ ଅତିଥିମାନେ ପ୍ରଶଂସା କରିଛନ୍ତି।
“ଅକ୍ଷୟ ଶକ୍ତି ପାଇଁ ଦାୟିତ୍ୱ” ବିଷୟବସ୍ତୁ ଆଧାରିତ ଇରେଡା ପାଭିଲିୟନରେ ସ୍ଥାୟିତ୍ୱ ବିକାଶ ପ୍ରତି କମ୍ପାନିର ପ୍ରତିବଦ୍ଧତା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଓ ୨୦୩୦ ସୁଦ୍ଧା ଦେଶର ପଂଚମିତ୍ର ଲକ୍ଷ୍ୟ ଅନୁସାରେ ଅକ୍ଷୟ ଶକ୍ତି ପକଳ୍ପକୁ ଫାଇନାନ୍ସ ପ୍ରଦାନ କରିବା ଉପରେ କମ୍ପାନିର ଗୁରୁତ୍ୱକୁ ପ୍ରଦର୍ଶନ କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଇରେଡାର ସିଏମ୍‌ଡି ପ୍ରଦୀପ କୁମାର ଦାସ ଗର୍ବିତ ମନେ କରିଥିଲେ ଯାହା ଅକ୍ଷୟ ଶକ୍ତି ସମ୍ପ୍ରସାରଣ ପାଇଁ ଫାଇନାନ୍ସ ପ୍ରଦାନ କରିବା ଏବଂ ୨୦୭୦ ସୁଦ୍ଧା ନେଟ୍‌-ଜିରୋ ଏମିସନ୍ ଓ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ପାଇଁ ଦେଶର ଲକ୍ଷ୍ୟ ହାସଲ କରିବା ପ୍ରତି ଇରୋଡାର ଯୋଗଦାନ ଉପରେ ଆଲୋକପାତ କରୁଛି। ଭାରତର ସବୁଜ ଶକ୍ତି ବିପ୍ଳବ ଏବଂ ସମସ୍ତଙ୍କ ପାଇଁ ଆତ୍ମନିର୍ଭର ଭାରତ ଓ ସ୍ଥାୟୀ ଭବିଷ୍ୟତକୁ ସୁଦୃଢ଼ କରିବାରେ ଇରେଡାର ନେତୃତ୍ୱ ଉପରେ ସେ ଆଲୋକପାତ କରିଥିଲେ।

Share

Leave a Reply

Your email address will not be published. Required fields are marked *

six + 20 =