Business

ପିରାମଲ୍ ଶାଖା ସଂଖ୍ୟା ୫୦୦ ଟପିଲା, ୨୦୨୪-୨୫ରେ ଯୋଡ଼ିବ ଆଉ ୧୦୦ ନୂଆ ଶାଖା


ଭୁବନେଶ୍ୱର: ପିରାମଲ୍ ଏଂଟରପ୍ରାଇଜେସ୍ ଲିମିଟେଡ୍‌ର ୧୦୦ ପ୍ରତିଶତ ସହାୟକ କମ୍ପାନି ପିରାମଲ୍ ଫାଇନାନ୍ସ ପକ୍ଷରୁ ଘୋଷଣା କରାଯାଇଛି, ଯେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହାର ଶାଖା ସଂଖ୍ୟା ୫୦୦ ଅତିକ୍ରମ କରିଛି। ଗତଏକ ବର୍ଷ ମଧ୍ୟରେ କମ୍ପାନି ୧୦୦ରୁ ଅଧିକ ପାରମ୍ପରିକ ଓ ମାଇକ୍ରୋଫାଇନାନ୍ସ ଶାଖା ଖୋଲିଛି। ଫଳରେ ଏହାର ନେଟୱର୍କରେ ୨୬ଟି ରାଜ୍ୟର ୫୦୧ ପାରମ୍ପରିକ ଶାଖା ଓ ୨୧୦ ମାଇକ୍ରୋଫାଇନାନ୍ସ ଶାଖା ରହିଛି। ଏହା ଦେଶର ୧୩,୦୦୦ରୁ ଅଧିକ ପିନ୍‌କୋଡ୍‌ରେ ସେବା ପ୍ରଦାନ କରୁଛି। କମ୍ପାନି ୨୦୨୪-୨୫ ଆର୍ଥିକ ବର୍ଷରେ ଆଉ ୧୦୦ ଶାଖା ଖୋଲିବାକୁ ଯୋଜନା ରଖିଛି। ସେହି ଶାଖାଗୁଡ଼ିକ ଖୋଲିବା ପରେ ଏହାର ମୋଟ ପାରମ୍ପରିକ ଶାଖା ସଂଖ୍ୟା ୬୦୦ରୁ ଅଧିକ ହୋଇଯିବ ଏବଂ ଏହାର ଉପସ୍ଥିତି ୧୦୦୦ରୁ ଅଧିକ ସ୍ଥାନରେ ରହିପାରିବ।
କମ୍ପାନିର ମୋଟ ପରିଚାଳନା ଅଧୀନ ସଂପତି (ଏୟୁଏମ୍‌) ୭୦,୫୭୬ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ତାହାର ୭୨ ପ୍ରତିଶତ ଭାଗ ଖୁଚୁରା ବ୍ୟବସାୟରୁ ଆସିଛି। ଭାରତର ଉପେକ୍ଷୀତ ଓ ଅନଗ୍ରସର ବର୍ଗଙ୍କୁ ସେବା ପ୍ରଦାନ କରିବା ଲାଗି ପିରାମଲ୍ ଫାଇନାନ୍ସ ଏହାର ରିଟେଲ୍ ପୋର୍ଟଫୋଲିଓକୁ ଦ୍ରୁତ ଗତିରେ ବଢ଼ାଉଛି। ବର୍ତମାନ ଏହାର ୮୦ ପ୍ରତିଶତ କାରବାର ମଟ୍ରୋ ପାଖାପାଖି ତଥା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରୁ ଆସୁଥିବା ବେଳେ ୪୦ ପ୍ରତିଶତ ଋଣଗ୍ରହୀତାଙ୍କ ବୟସ ୧୮-୩୪ ବର୍ଷ ମଧ୍ୟର ରହିଛି।
ପିରାମଲ୍ ଫାଇନାନ୍ସ ପକ୍ଷରୁ ଗୃହ ଋଣ, କ୍ଷୁଦ୍ର ବ୍ୟବସାୟ ଋଣ, ୟୁଜଡ୍ କାର୍ ଋଣ ଏବଂ ଅନସିକ୍ୟୁରଡ୍ ଋଣ ପ୍ରଦାନ କରାଯାଉଛି। ପ୍ରତ୍ୟକ୍ଷ ବଂଟନ ଓ ଡିଜିଟାଲ୍ ମାଧ୍ୟମରେ ତାହାକୁ ସକ୍ରିୟ କରିବା ପାଇଁ ନବସୃଜନ ଓ ପ୍ରଯୁକ୍ତିର ମିଶ୍ରଣକୁ ନେଇ ପିରାମଲ୍ ଫାଇନାନ୍ସ ପକ୍ଷରୁ ବିବିଧ ଖୁଚୁରା ଋଣ ଜରିଆରେ ଗ୍ରାମୀଣ ଭାରତରେ ସେବା ପ୍ରଦାନ କରାଯାଉଛି। ଗ୍ରାହକମାନଙ୍କ ବିବିଧ ଆବଶ୍ୟକତା ପୂରଣ କରିବା ଲାଗି ପିରାମଲ୍ ଫାଇନାନ୍ସ ପକ୍ଷରୁ ୧୩ ପ୍ରକାର ଉତ୍ପାଦ ପ୍ରଦାନ କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରୁ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ମଧ୍ୟରେ କମ୍ପାନି ୧୧ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଛି, ଯାହା ଫଳରେ ଏହାର ମୋଟ୍ ଗ୍ରାହକ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହୋଇଛି।
ଏହି ଅବସରରେ ପିରାମଲ୍ ଫାଇନାନ୍ସର ଏମ୍‌ଡି ଜୟରାମ ଶ୍ରୀଧରନ କହିଛନ୍ତି ଯେ, “୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଖୁଚୁରା ଋଣରେ ଦୃଢ଼ ଅଭିବୃଦ୍ଧିକୁ ନେଇ ପିରାମଲ୍ ଫାଇନାନ୍ସରେ ଆମେ ବେଶ୍ ଉଲ୍ଲସିତ। ସେହି ଧାରା ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ ରହିଛୁ। ପ୍ରଯୁକ୍ତିରେ ନିବେଶ କରି ଏବଂ ଆମ ଶାଖା ନେଟ୍‌ୱର୍କର ସମ୍ପ୍ରସାରଣ କରି ଗ୍ରାମୀଣ ଭାରତ ବିଶେଷ କରି ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ବଜେଟ୍ ସଚେତନ ଗାହକଙ୍କୁ ଆମେ ସେବା ଜାରି ରଖିବୁ। ଅଣ ମେଟ୍ରୋ ବଜାରରେ ଆହୁରି ଗଭୀରତାରେ ପ୍ରବେଶ କରି ଅର୍ଥନୈତିକ ପଗତିକୁ ବଢ଼ାଇବା ଓ ଆମ ଗ୍ରାହକମାନଙ୍କ ଲାଗି ମୂଲ୍ୟ ଉନ୍ମୋଚନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।”
ପିରାମଲ୍ ଫାଇନାନ୍ସ ହେଉଛି ଦେଶର ଅନ୍ୟତମ ସର୍ବବୃହତ ଏନବିଏଫ୍‌ସି ଏବଂ ଏହା ନିଜର ମୋଟ ବୁକ୍‌ରେ ଖୁଚୁରା ବ୍ୟବସାୟ ଭାଗକୁ ୭୫% ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରଖିଥିବା ବେଳେ ଅବଶିଷ୍ଟ ୨୫ ପ୍ରତିଶତ ହେବ ପାଇକାରୀ ଋଣ। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଖୁଚୁରା ଋଣ ଭାଗ ୭୨ ପ୍ରତିଶତ ରହିଛି ଯାହାର ମୂଲ୍ୟ ହେଛଇ ୫୦,୫୩୦ କୋଟି ଟଙ୍କା ଏବଂ ପାଇକାରୀ ବୁକ୍ ହାର ୨୮ ପ୍ରତିଶତ ରହିଛି। କମ୍ପାନି ୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ଏହାର ଏୟୁଏମ୍‌କୁ ୧.୫ ଲକ୍ଷ କୋଟି ଟଙ୍କାରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି।

Share

Leave a Reply

Your email address will not be published. Required fields are marked *

18 − 3 =