Business

ପାରସ ହେଲ୍‌ଥକେୟାର ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ପାରସ୍ ହେଲ୍‌ଥକେୟାର ଲିମିଟେଡ୍ ପକ୍ଷରୁ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ପାରସ ହେଲ୍‌ଥକେୟାର ହେଉଛି ଉତର ଭାରତରେ ଶଯ୍ୟା ଦୃଷ୍ଟିରୁ ପଂଚମ ବୃହତମ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଏହା ପାଖରେ ହାରାହାରି ୨୧୩୫ ଶଯ୍ୟା ରହିଛି । ପାରସ ହେଲ୍‌ଥ ବ୍ରାଣ୍ଡ ନାମରେ ଏହା ଆଠଟି ହସ୍ପିଟାଲ୍‌ର ପରିଚାଳନା କରୁଛି ଯାହା ହରିୟାଣାର ପଂଚକୁଲା, ବିହାରର ପାଟନା ଓ ଦରଭଙ୍ଗା, ଉତରପ୍ରଦେଶର କାନପୁର, ରାଜସ୍ଥାନର ଉଦୟପୁର, ଝାଡ଼ଖଣ୍ଡର ରାଂଚି ଏବଂ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ରହିଛି । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ସୁଲଭତା ମଧ୍ୟରେ ସନ୍ତୁଳନ ରକ୍ଷା କରି ଏହା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ସେବା ପ୍ରଦାନ କରୁଛି ।
ଏହି ପବ୍ଲିକ୍ ଅଫରରେ ୪୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୧୪,୯୭୪,୦୧୦ ଇକ୍ୱିଟି ସେୟାର ବିକ୍ରି କରିବେ । ଅଫର ଫର୍ ସେଲ୍‌ରେ ଡକ୍ଟର ଧର୍ମିନ୍ଦର କୁମାର ନାଗର ୨,୯୨୮,୩୨୦ ଇକ୍ୱିଟି ସେୟାର, କୋମେଲିନା ଲିମିଟେଡ୍ ୧୨,୦୪୫,୬୯୦ ଇକ୍ୱିଟି ସେୟାର ବିକ୍ରି କରିବେ ।
ଏଥିରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ ୧) କମ୍ପାନିର କେତେକ ବକେୟା ଋଣ ପରିଶୋଧ କରିବାରେ, ୨) ସହାୟକ କମ୍ପାନି ପାରସ ହେଲ୍‌ଥକେୟାର (ରାଂଚି) ପ୍ରାଇଭେଟ୍ ଲିମିଟେଡ ଓ ପ୍ଲସ୍ ମେଡିକେୟାର ହସ୍ପିଟାଲ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ରେ ଇକ୍ୱିଟି ଏବଂ ଡେବ୍‌ଟ ଆକାରରେ ନିବେଶ, ତଥା ସହାୟକ କମ୍ପାନିର ଋଣକୁ ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଏବଂ ୪) ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

12 + thirteen =