Businessଶିକ୍ଷା

ଆଲେନ ଅନଲାଇନ ପ୍ରୋଗ୍ରାମ ସହିତ ଓଡ଼ିଶାର ଗ୍ରାମାଚଂଳର ବାଳକ ଗାଲିବ ରାଜାଙ୍କ ନିଟ ୟୁଜି ୨୦୨୪ରେ ସଫଳତା

ଭୁବନେଶ୍ୱର: ସମସ୍ତ ଆହ୍ୱାନ ଓ ପ୍ରତିବନ୍ଧକକୁ ଅତିକ୍ରମ କରି ନିଟ ୟୁଜି ୨୦୨୪ରେ ସଫଳତା ହାସଲ କରିଥିବା ଶେଖ ଗାଲିବ ରାଜା ଏବେ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛନ୍ତି। ଅତୁଟ ସମର୍ପଣ ଓ ଦୃଢ଼ତା ଜରିଆରେ ସଂଘର୍ଷକୁ ସେ ବିଜୟରେ ପରିଣତ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ସୋର ସହର ନିକଟସ୍ଥ ମୁବାରକପୁର ଗ୍ରାମର ଦୁର୍ଗମ ଅଂଚଳ କାଜି ମୋହଲାର ବାଳକ ହେଉଛନ୍ତି ରାଜା। ଆଲେନ ଅନଲାଇନ ପ୍ରୋଗ୍ରାମ ସହାୟତାରେ ସେ ନିଟ ୟୁଜି ୨୦୨୪ରେ ଉଲ୍ଳେଖନୀୟ ସଫଳତା ହାସଲ କରିଛନ୍ତି। ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସମସ୍ୟା ସତ୍ୱେ ଗାଲିବ ନିଜ ସଫଳତା ଜରିଆରେ ସମସ୍ତଙ୍କୁ ଚକିତ କରିଛନ୍ତି।
୨୦୨୩ରେ ଗାଲିବ ନିଟ ୟୁଜି ପରୀକ୍ଷାରେ ୫୯୦ ସ୍କୋର ରଖିଥିବାବେଳେ ଆଲେନ ଅନଲାଇନ ପ୍ରୋଗ୍ରାମରେ ଗୋଟିଏ ବର୍ଷ ମାର୍ଗଦର୍ଶନ ପରେ, ୨୦୨୪ ନିଟ ୟୁଜିରେ ସେ ୬୯୦ ମାର୍ଗ ରଖିଛନ୍ତି। ଏହି ୧୦୦ ମାର୍କର ବୃଦ୍ଧି ହେଉଛି ଆଲେନର ଅନଲାଇନ କାର୍ଯ୍ୟକ୍ରମର ପ୍ରଭାବଶାଳୀ ସହାୟତା ଓ ତାଙ୍କ ସମର୍ପଣର ପ୍ରମାଣ।
ନିଜ ସଫଳତା ସମ୍ପର୍କରେ ଗାଲିବ କହିଛନ୍ତି ଯେ ନିଟ ୟୁଜି ଆଶାୟୀମାନଙ୍କୁ ନିଜ ପ୍ରସ୍ତୁତିରେ ଶୃଙ୍ଖଳା ରକ୍ଷା କରିବାକୁ ପଡ଼ିବ। ନିଜ ପାଠପଢ଼ା ରୁଟିନ ବଦଳାଇବା ଓ ବିଳମ୍ବିତ ରାତିରେ ପାଠପଢ଼ିବା କମାଇବା ମୋତେ ସହାୟକ ହୋଇଥିଲା। କୋଚିଂ ବ୍ୟବସ୍ଥା ଉପେର ଭରସା ରଖିବା ଉପରେ ସେ ଆଲୋକପାତ କରିଥିଲେ। ସେ ପାଠ୍ୟ ଉପରକରଣକୁ ଭଲ ଭାବେ ଅନୁସରଣ କରିବା ସହ ପରୀକ୍ଷାଗୁଡ଼ିକୁ ଦେଉଥିଲେ।
ଡାକ୍ତର ହେବା ଲାଗି ବାପା ଦେଖିଥିବା ସ୍ୱପ୍ନ ପୂରଣ କରିବାକୁ ସଂକଳ୍ପ ନେଇଥିବା ଗାଲିବ ହେଉଛନ୍ତି ନିଟ ୟୁଜିକୁ ଏକାଧିକ ଥର ଦେଉଥିବା ଆଶାୟୀ ଛାତ୍ରଛାତ୍ରୀମାନଙ୍କ ଲାଗି ପ୍ରେରଣା। ଗାଲିବ କହିଛନ୍ତି ଯେ ମୋ ଭଳି ଏକ ଦୁର୍ଗମ ଗାଁରୁ ଆସିଥିବା ଜଣେ ପିଲା ଯଦି ଆଲେନ୍ ଅନଲାଇନ କୋଚିଂ ଜରିଆରେ ନିଟ ୟୁଜିକୁ ସଫଳତାର ସହ ପାସ କରିପାରୁଛି ତେବେ ସଠିକ ସମ୍ବଳ ଜରିଆରେ ନିଜ ସ୍ୱପ୍ନକୁ ଯେକୌଣସି ଛାତ୍ରଛାତ୍ରୀ ହାସଲ କରିବାର ଏହା ହେଉଛି ପ୍ରମାଣ।
ତାଙ୍କ ମା ମୋସାବାରା ଖାତୁନ କହିଛନ୍ତି ଯେ, ‘ଗାଲିବଙ୍କ ସଫଳତା ଆମ ପରିବାର ଲାଗି ବିପୁଳ ଗୌରବ ଆଣିଛି। ସେ କେବଳ ଆମ ପରିବାରର ନୁହେଁ, ବରଂ ଆମ ଗାଁର ପ୍ରଥମ ଡାକ୍ତର ହେବାକୁ ଯାଉଛି।’’
ଗାଲିବଙ୍କ ବଡ଼ ଭଉଣୀ ରାବିଆ ତରନୁମ କହିଛନ୍ତି ଯେ ନିଟ ୟୁଜି ୨୦୨୪ ପରୀକ୍ଷାର ତିନି ମାସ ପୂର୍ବରୁ ଗାଲିବ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିଥିଲା ଯେଉଁଥିପାଇଁ ଅସ୍ତ୍ରୋପଚାର ଦରକାର ପଡ଼ିଥିଲା। ୟୁରିନ ପାଉଚ ଧରି ସେ ପରୀକ୍ଷା ଦେଇଥିଲା। ୫୯୦ ମାର୍କ ରଖିବା ସମ୍ମାନଜନକ ମେଡିକାଲ କଲେଜରେ ସ୍ଥାନ ସୁରକ୍ଷିତ କରିବାକୁ ଯଥେଷ୍ଟ ନଥିଲା। କିନ୍ତୁ ତାହାର ନିଷ୍ଠାକୁ ଦେଖି ଏଥର ସେ ସଫଳ ହେବ ବୋଲି ମୁଁ ନିଶ୍ଚିତ ଥିଲି। ସମ୍ପର୍କୀୟ ଓ ଗାଁ ଲୋକ ଟାହିଟାପରା କରିବା ସତ୍ୱେ ସବୁ ନକାରାତ୍ମକ ଭାବନାକୁ ଏଡ଼ାଇ ନିଜ ଲକ୍ଷ୍ୟ ପଥରେ ଆଗେଇବାକୁ ତାଙ୍କ ମା ଗାଲିବଙ୍କୁ ପ୍ରେରଣା ଦେଇଥିଲେ।
ଗାଲିବର ବାପା ଏସକେ ମାହିତ କହିଛନ୍ତି ଯେ ୨୦୨୩ ନିଟ ୟୁଜିରେ ନିରାଶ ହେବା ପରେ ଗାଲିବ ଏକ ଉପଯୁକ୍ତ ଅନଲାଇନ ପ୍ଲାଟଫର୍ମସ ସନ୍ଧାନ କରିଥିଲା। କଟକର ଏକ ମେଡିକାଲ କଲେଜରେ ପଢ଼ୁଥିବା ଜଣେ ସମ୍ପର୍କୀୟଙ୍କ ପୁଅ ଏଥିରେ ସାହାଯ୍ୟ କରିଥିଲେ। ଫଳରେ ନିଟ ୟୁଜି ପ୍ରସ୍ତୁତି ପାଇଁ ଗାଲିବ ଆଲେନ ଅନଲାଇନ କାର୍ଯ୍ୟକ୍ରମକୁ ଚୟନ କରିଥିଲା।
ଏ ସମ୍ପର୍କରେ ତାଙ୍କ ବାପା ଶ୍ରୀ ମୋହିତ କହିଛନ୍ତି ଯ, ‘ଆମ ପରିବାର ଓ ଗାଁରେ ଗାଲିବ ଜଣେ ଡାକ୍ତର ହେଉ ବୋଲି ମୁଁ ଚାହୁଥିଲି। ଏହି ସଫଳତା ହାସଲ କରିବାରେ ଗାଲିବର ନିଷ୍ଠା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ୨୦୨୩ ନିଟ ୟୁଜିରେ ୫୯୦ ମାର୍କ ରଖିବା ତାକୁ ପରୀକ୍ଷାରେ ଆଉ ଥରେ ବସିବାର ବିଶ୍ୱାସ ଦେଇଥିଲା। ତାଙ୍କ ମା ତାକୁ ପଢ଼ିବାକୁ ପ୍ରେରଣା ଦେଉଥିଲା। ଇଂଟରନାଲ ପରୀକ୍ଷାଗୁଡ଼ିକରେ ଅସ୍ଥିରତା ସତ୍ୱେ ଗାଲିବ ପ୍ରତିବଦ୍ଧ ଥିଲା।
ଆଲେନର ଡିଜିଟାଲ ଡୋରଷ୍ଟେପ କୋଚିଂ ଗାଲିବଙ୍କ ପରୀକ୍ଷା ପ୍ରସ୍ତୁତିରେ ଉନ୍ନତି ଆଣିଥିଲା। ଇଂଟରଆକ୍ଟିଭ ଲାଇଭ କ୍ଲାସେସ ତାଙ୍କୁ ଶିକ୍ଷକଙ୍କ ସହ ସିଧାସଳଖ ଯୋଡ଼ିହେବାରେ ସହଯୋଗ କରିଥିଲା। ଡାଉଟ ପୋର୍ଟାଲ ମଧ୍ୟ ସହାୟକ ହୋଇଥିଲା। ଅଲେନ ଡିଜିଟାଲର ପରୀକ୍ଷା ତାଙ୍କୁ ବାସ୍ତବ ପରୀକ୍ଷା ସହ ପରିଚିତ କରାଇଥିଲା। କଷ୍ଟମାଇଜଡ କୁଇଜ , ଇଂପ୍ରୁଭମେଂଟ ବୁକ ମଧ୍ୟ ତାଙ୍କ ପ୍ରସ୍ତୁତିକୁ ବଢ଼ାଇଥିଲା। ଆଲେନ ଅନଲାଇନ ପ୍ରୋଗ୍ରାମ ଜରିଆରେ ଗାଲିବ ଆରାମରେ ଘରେ ରହି ପାଠପଢ଼ିବା ସହ ପାଠପଢ଼ା, ଶୋଇବା ଏବଂ ଘର ତିଆରି ଖାଦ୍ୟ ଖାଇବା ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିଥିଲେ। ତାଙ୍କ ସଫଳତାର ସହାୟକ ପରିବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା।

Share

Leave a Reply

Your email address will not be published. Required fields are marked *

nineteen − twelve =