Business

ଏନଏମଡିସି ପକ୍ଷରୁ ସ୍ଲରି ପାଇପଲାଇନ ଓ ନୂଆ ପ୍ରୋସେସିଂ ପ୍ଲାଂଟ ସ୍ଥାପନରେ ୨୨୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରାଯିବ


ଭୁବନେଶ୍ୱର: ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ତଥା ଭାରତର ସର୍ବବୃହତ ଲୁହାପଥର ଉତ୍ପାଦନକାରୀ ଏନଏମଡିସି ଲିମିଟେଡ ପକ୍ଷରୁ ଏକ ସ୍ଲରି ପାଇପଲାଇନ ଓ ନୂଆ ପ୍ରୋସେସିଂ ପ୍ଲାଂଟ ସ୍ତାପନ ଲାଗି ୨,୨୦୦ କୋଟି ଟଙ୍କା ଆବଂଟନ କରାଯାଇଛି। ଏହି ନିବେଶ କଂପାନିର ଉତ୍ପାଦନ କ୍ଷମତାକୁ ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନକୁ ବୃଦ୍ଧି କରିବ। ଏହି ମହତ୍ୱକାଂକ୍ଷୀ ସମ୍ପ୍ରସାରଣ ଏନଏମଡିସିର ଭିତିଭୂମି ଓ ପରିଚାଳନାକୁ ସୁଦୃଢ଼ କରିବ।
ଏନଏମଡିସିର ସିଏମଡି (ଅତିରିକ୍ତ ଦାୟିତ୍ୱ) ଶ୍ରୀ ଅମିତାଭ ମୁଖାର୍ଜୀ କହିଛନ୍ତି ଯେ, “୨୦୩୦ ସୁଦ୍ଧା ୪୫ ନିୟୁତ ଟନରୁ ୧୦୦ ନିୟୁତ ଟନ ପର୍ଯ୍ୟନ୍ତ ରୂପାନ୍ତରଣ ମହତ୍ୱକାଂକ୍ଷୀ ହୋଇଥିବା ବେଳେ ଏହା ସ୍ଥାୟିତ୍ୱ ଓ ନବସୃଜନ ସହ ଯୋଡ଼ି ହୋଇରହିଛି। ଆମ ରୋଡମ୍ୟାପ କେବଳ ଉତ୍ପାଦନ ବଢ଼ାଇବା ନୁହେଁ, ବରଂ ଦାୟିତ୍ୱବାନ ଭାବେ କାମ କରିବ। ଆମ କାର୍ଯ୍ୟକ୍ଷେତ୍ର ଗୋଷ୍ଠୀ ପ୍ରତି ସକାରାତ୍ମକ ଯୋଗଦାନ ପ୍ରଦାନ କରିବା ସହ ଆମ ପରିବେଶ ପ୍ରଭାବ କମ କରିବାକୁ ଆମେ ସମର୍ପିତ ରହିଛୁ। ସ୍ଥାୟୀ ଅଭିବୃଦ୍ଧି ପ୍ରତି ଆମେ ପ୍ରତିବଦ୍ଧ।”
ଦ୍ରୁତ ଶିଳ୍ପାୟନ ଫଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲୁହାପଥର ଚାହିଦା ବୃଦ୍ଧି ପାଉଥିବାରୁ ଏନଏମଡିସି ଏହାର ସଂପ୍ରସାରଣ କରୁଛି। କଂପାନିର ଗୁରୁତ୍ୱପୂର୍ଣ୍ଣ ନିବେଶ ଯୋଜନାରେ ଉତ୍ପାଦନ କ୍ଷମତା ବଢ଼ାଇବା ଓ ନିଷ୍କାସନ ଭିତିଭୂମିରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ସାମିଲ ରହିଛି ଏକ ଅତ୍ୟାଧୁନିକ ସ୍ଲରି ପାଇପଲାଇନ, ପେଲେଟ ଓ ବେନିଫିକେସନ ପ୍ଲାଂଟ ଓ ଏକ ଦୃଢ଼ ଷ୍ଟକୟାର୍ଡ ନେଟୱର୍କ।
ଏହି ପ୍ରକଳ୍ପରେ ବାଚେଳି-ନଗରନାର ପର୍ଯ୍ୟନ୍ତ ୧୩୫ କିମିର ଏକ ସ୍ଲରି ପାଇପଲାଇନ ସ୍ଥାପନ କରାଯିବ ଯାହା ଦ୍ୱାରା ପାରମ୍ପରିକ ଅଙ୍ଗାରକାମ୍ଳ ନିଗର୍ମନ ଜନିତ ପରିବହନ ବିନା ପରିବେଶ ମିତବ୍ୟୟୀ ଓ ସୁଲଭ ଢଙ୍ଗରେ ପାଇପଲାଇନରେ ମାଲ ପରିବହନ କରାଯାଇପାରିବ। କିରାଣ୍ଡୁଲରେ ନୂଆ ସ୍କ୍ରିନିଂ ପ୍ଲାଂଟ ୩ ଓ ଡୋନିମଲାଇରେ ସ୍କ୍ରିନିଂ ପ୍ଲାଂଟ ୩ କଂପାନି ପ୍ରକ୍ରିୟାକରଣ ଦକ୍ଷତା ବଢ଼ାଇବ।
ଏକ ୧୫ କିମି ସ୍ଲରି ପାଇପଲାଇନ ବିଛାଇ ଓ ବ୍ଲେଣ୍ଡିଂ ୟାର୍ଡର ନିର୍ମାଣ ଜରିଆରେ ଏନଏମଡିସି ଏହାର କେକେ ଲାଇନ ରେଳ କ୍ଷମତାକୁ ୨୮ ଏମଟିପିଏରୁ ବଢ଼ାଇ ୪୦ ଏମଟିପିଏ କରୁଛି। ଲୁହାପଥର ସମ୍ବଳର ଉଚିତ ବିନିଯୋଗ ପାଇଁ କଂପାନି ବାଚେଲିରେ ଏକ ୪ ଏମଟିପିଏ କ୍ଷମତାର ବେନିଫିକେସନ ପ୍ଲାଂଟ ଓ ନଗରନାରରେ ଏକ ୨ ଏମଟିପିଏ କ୍ଷମତାର ପେଲେଟ କାରଖାନା ସ୍ଥାପନ କରୁଛି ଯାହାକୁ ୬ ଏମଟିପିଏ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ଯୋଜନା ରହିଛି।
କଂପାନି ଏହାର ୧୧ବି ଖଣିରେ ଫ୍ଲିଟ ମ୍ୟାନେଜମେଂଟ ସିଷ୍ଟମର ପରିଚାଳନା କରୁଥିବା ବେଳେ ଭବିଷ୍ୟତରେ ଅନ୍ୟ ଖଣିଗୁଡ଼ିକରେ ତାହାକୁ କାର୍ଯ୍ୟକାରୀ କରିବ। ଡୋନିମଲାଇର କୁମାରସ୍ୱମୀ ଓ ପେଲେଟ କାରଖାନାରେ ଏହାର ଖଣି ପରିବହନ ନିରୀକ୍ଷଣ ବ୍ୟବସ୍ଥା (ଏମଟିଏସଏସ) କାର୍ଯ୍ୟକ୍ଷମ ରହିଛି। କିରାଣ୍ଡୁଲ ପ୍ରକଳ୍ପରେ ଏହାର ରାପିଡ ୱାଗନ ଲୋଡିଂ ସିଷ୍ଟମ ରହିଛି।
ଉତ୍ପାଦର ବାସ୍ତବ ସମୟ ତଥ୍ୟ, ପରିଚାଳନାରେ ଉନ୍ନତି ଓ ପରିଚାଳନା ସ୍ୱଚ୍ଛତା ପାଇଁ କମ୍ପାନି ସ୍କାଡା ଓ ଇଆରପି ବ୍ୟବସ୍ଥା ଲାଗୁ କରିଛି। ଏସଏପି ଏସ/୪ ହାନା ଭିତିକ ଇଆରପି ବ୍ୟବ୍ଥାକୁ ଏହାର ଉତ୍ପାଦନ, ବିକ୍ରି ଓ ମାନବ ସମ୍ବଳ କାର୍ଯ୍ୟରେ ୨୦୨୧ ଜାନୁଆରିଠାରୁ ସମନ୍ୱିତ କରାଯାଇଛି।

Share

Leave a Reply

Your email address will not be published. Required fields are marked *

ten − 7 =