Businessଫେଷ୍ଟିଭାଲ

ଭୁବନେଶ୍ୱରରେ ନୂଆ ପେଗାସସ୍ ଷ୍ଟୋର୍ର

ଭୁବନେଶ୍ୱର, ୨ସେପ୍ଟେମ୍ବର ୨୦୨୪ : ଦେଶବ୍ୟାପୀ ବ୍ରାଣ୍ଡର ରିଟେଲ ଉପସ୍ଥିତିକୁ ମଜବୁତ କରିବା ଦିଗରେ ଏକ ପଦକ୍ଷେପ ଭାବେ ଏକ ତାଇୱାନିଜ୍ ଟେକ୍ ଜିଆଂଟ୍ ଆସସ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ପେଗାସସ୍ ଷ୍ଟୋର୍ର ଲଂଚ୍ ଘୋଷଣା କରାଯାଇଛି । ଏହି ନୂଆ ପେଗାସସ୍ ଷ୍ଟୋର୍ ୪୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ରହିଛି ଏବଂ ଏହା ଭିଭୋବୁକ୍ସ, ଜେନ୍ବୁକ୍ସ, ରିପବ୍ଲିକ ଅଫ୍ ଗେମର୍ସ (ଆର୍ଓଜି) ଲାପ୍ଟପ୍, ଗେମିଙ୍ଗ୍ ଡେସ୍କଟପ୍, ଅଲ୍-ଇନ୍-ୱାନ ଡେସ୍କଟପ୍ ଓ ଆକ୍ସେସରି ଭଳି ଆସସ୍ ଫ୍ଲାଗ୍ସିପ ପ୍ରଡକ୍ଟ ସମେତ ଏକ ବିସ୍ତୃତ ଶୃଙ୍ଖଳାର ଇଲେକ୍ଟ୍ରୋନିକ୍ସ ଓ କମ୍ପୁ୍ୟଟର ହାର୍ଡୱେୟାର ଉପଲବ୍ଧ କରିବା ପାଇଁ ପ୍ରସ୍ତୁତ ରହିଛି । ଏହା ସହରରେ ବ୍ରାଣ୍ଡର ପ୍ରଥମ ପେଗାସସ୍ ଷ୍ଟୋର୍କୁ ଚିହ୍ନିତ କରୁଛି ।

ଏହି ଷ୍ଟୋର୍ର ଶୁଭାରମ୍ଭ ସମ୍ପର୍କରେ ଆସସ୍ ଇଣ୍ଡିଆ, ପିସି ଆଣ୍ଡ୍ ଗେମିଂ ବିଜ୍ନେସ୍ର ନ୍ୟାଶନାଲ ସେଲ୍ସ ମ୍ୟାନେଜର ଜିଗ୍ନେଶ ଭାବ୍ସର କହିଛନ୍ତି, “ଆମେ ଭାରତରେ ଆମର କ୍ରମାଗତ ଷ୍ଟୋର୍ ଲଂଚ୍ ସମ୍ପର୍କରେ ଘୋଷଣା କରି ଉତ୍ସାହିତ ଅଛୁ । ଭୁବନେଶ୍ୱର ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ ଏବଂ ଏଠାରେ ଆମର ନୂଆ ପେଗାସସ୍ ଷ୍ଟୋର୍ର ଶୁଭାରମ୍ଭ ଏକ ବୃହତ୍ ଉପଭୋକ୍ତା ଆଧାରରେ ପହଂଚିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ । ଆମର ଲକ୍ଷ୍ୟ ହେଉଛି ଭାରତର ସମସ୍ତ ଗ୍ରାହକଙ୍କୁ ଆମର ଉତ୍ପାଦଗୁଡିକ ସହ ଏକ ସ୍ୱତନ୍ତ୍ର ଓ ବ୍ୟବହାରିକ ଅନୁଭୂତି ପ୍ରଦାନ କରିବା । ଆମର ରଣନୈତିକ ସମ୍ପ୍ରସାରଣ ଯୋଜନା ସହିତ ଆମେ ଏକ ବ୍ୟକ୍ତିଗତ ସ୍ପର୍ଶ ପ୍ରଦାନ କରିବା ଇଓ ଆମର ଗ୍ରାହକଙ୍କ ସହ ମଜବୁତ ସଂଯୋଗ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛୁ ।”

Share

Leave a Reply

Your email address will not be published. Required fields are marked *

5 × two =