BusinessHealthଫେଶନ

ମୋଦିକେୟାର ଲିମିଟେଡ୍ ପକ୍ଷରୁ ମୌସୁମୀ ପାଇଁ କେଶ, ଚର୍ମ ଓ ମେକ୍‌ଅପ୍ ଉତ୍ପାଦ

ଭୁବନେଶ୍ୱର: ମୌସୁମୀର ଅଗମନ ସହ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିଥିବା ବେଳେ ପୃଥିବୀରେ ଶୀତଳତା ପ୍ରତ୍ୟାବର୍ତନ କରିଛି । ଏଥି ସହିତ ନିଜର କେଶ, ଚର୍ମ ଏବଂ ମେକ୍‌ଅପ୍ ଲାଗି ନୂଆ ଆହ୍ୱାନ ମଧ୍ୟ ସୃଷ୍ଟି ହୋଇଛି ଯେଉଁଥିପାଇଁ ଅଭିନବ ସମାଧାନର ଆବଶ୍ୟକତା ରହିଛି । ମୋଦିକେୟାରର ଉତ୍ପାଦ ବର୍ଗମାଳାରେ ଏଭଳି ଅନେକ ଉତ୍ପାଦ ରହିଛି ଯାହା ଆପଣଙ୍କୁ ଭଲ ଦେଖାଯିବାରେ ବିଶେଷ ସହାୟକ ହୋଇପାରିବ । ଏଠାରେ ସେଭଳି କିଛି ଉତ୍ପାଦ ସମ୍ପର୍କରେ ଆଲୋଚନା କରାଯାଇଛି ।
ଚର୍ମଯତ୍ନ ଉତ୍ପାଦ ବର୍ଗମାଳାରେ ରହିଛି ମୋଦିକେୟାରର ହେମ୍ପ ଲ୍ୟାବ୍ ରେଂଜ୍ ଯାହାକୁ ଏଭଳି ପ୍ରସ୍ତୁତ କରାଯାଇଛି ଯେ ଚର୍ମରେ ସତେଜତା ଫେରାଇଆଣିବ । ଏଥିରେ ରହିଛି ହେମ୍ପ୍ ସିଡ୍ ଅଏଲ୍ ଓ ଭିଟାମିନ୍ ସି ଯାହା ଚର୍ମର ପୁନରୁଦ୍ଧାର କରିବା ସହ ସନ୍ତୁଳିତ କରିବ । ଏହାର ମୂଲ୍ୟ ୯୦୦ ଟଙ୍କାରୁ ଆରମ୍ଭ ହୋଇଛି । ତିନି ବର୍ଷର ଗବେଷଣା ସହ ୟୁରୋପରୁ ସଂଗୃହୀତ ଉପାଦାନରେ ଏହାକୁ ପ୍ରସ୍ତୁତ କରାଯାଇଛି । ମୋଦିକେୟାର ହେମ୍ପ୍ ଲ୍ୟାବ୍ ବର୍ଗମାଳାରେ ରହିଛି ରିପେୟାରିଂ ଆଣ୍ଡ ବାଲାନ୍ସିଂ ଫୋମିଂ ଫେସ୍ ୱାସ୍‌, ରିପେୟାର ଆଣ୍ଡ ବାଲାନ୍ସିଂ ଫେସ୍ ସ୍କ୍ରବ୍‌, ରିପେୟାର ଆଣ୍ଡ ବାଲାନ୍ସିଂ ଫେସ୍ ସିରମ୍‌, ରିପେୟାର ଆଣ୍ଡ ବାଲାନ୍ସିଂ ଫେସ୍ ଅଏଲ୍‌, ରିପେୟାରିଂ ଆଣ୍ଡ ବାଲାନ୍ସିଂ ଫେସ୍ ମଏଶ୍ଚରାଇଜର ।
ମୋଦିକେୟାରର ଅର୍ବାନ କଲର ଲଣ୍ଡନ ପ୍ରିଷ୍ଟିନ ଡ୍ରାଏ ଅଏଲ୍ ହେଉଛି ଏକ ବହୁମୁଖୀ ମୁଖ ତୈଳ ଯାହାକୁ କେ-ବିଉଟି ଶିଳ୍ପରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି । ଏଥିରେ ରହିଥିବା ଉପାଦାନ ଚର୍ମକୁ ସମୃଦ୍ଧ କରି ଯୁବ ସୁଲଭ ଲୁକ୍ ପ୍ରଦାନ କରିବ । ଡର୍ମାଟୋଲୋଜିରେ ପରୀକ୍ଷଣ ହୋଇଥିବା ତଥା ପାରାବେନ୍ ମୁକ୍ତ ଏହି ତୈଳର ଦାମ୍ ୩୦ ଏମ୍‌ଏଲ୍‌କୁ ୧୩୯୯ ଟଙ୍କା ରହିଛି ।
ସେହିପରି ଆଉ ଏକ ଉତ୍ପାଦ ହେଉଛି ମୋଦିକେୟାରର ଫ୍ରୁଟ୍ ଅଫ୍ ଦି ଆର୍ଥ ମୋର୍ ମଡ୍ ଫେସିଆଲ୍ ବାର୍ ଯାହା ମୌସୁମୀ ଋତୁରେ ଆପଣଙ୍କ ସବୁ ଚର୍ମ ସମସ୍ୟାର ଏକକ ସମାଧାନ । ଫଳର ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ବାର୍‌ର ୨୫ ଗ୍ରାମର ଚାରିଟି ସାବୁନ୍ ଦାମ୍ ୩୭୫ ଟଙ୍କା ରହିଛି । ଏଥିରେ ଲେମନ୍ ଗ୍ରାସ୍‌, ଲିକୋରାଇସ୍ ଉପାଦାନ, ଅଲିଭ୍ ଅଏଲ୍‌, ଅଙ୍ଗୁର କୋଳି ମଞ୍ଜିର ତୈଳ ରହିଛି ।
କେଶ ଯତ୍ନରେ ରହିଛି ମୋଦିକେୟାରର ସାଲୁନ୍ ପ୍ରଫେସନାଲ୍ ଅର୍ଗାନ୍ ଅଏଲ୍ କେଶ ଯତ୍ନ ବର୍ଗମାଳା ଯାହା ମରକୋର ଏକ ବୃକ୍ଷର ଉପାଦାନରୁ ପ୍ରସ୍ତୁତ କରାଯାଇଛି । ଏହି କଲେକ୍ସନରେ ରହିଛି ଭିଟାମିନ୍ ଇ, ଫ୍ୟାଟି ଏସିଡ୍ ଓ ଆଂଟିଅକ୍ସିଡାଂଟ୍ । ଏହା କେଶର ନମନୀୟତାକୁ ବଢ଼ାଇ ତାହାକୁ ସତେଜ କରିବ । ଅର୍ଗାନ୍ ଅଏଲ୍ ଅଫ୍ ମରକୋ ହେୟାର ଟ୍ରିଟ୍‌ମେଂଟ୍ ଅଏଲ୍‌ର ଦାମ୍ ୧୦୦ ଏମ୍‌ଏଲ୍‌କୁ ୭୫୦ ଟଙ୍କା ହୋଇଥିବା ବେଳେ ଅର୍ଗାନ୍ ଅଏଲ୍ ଅଫ୍ ମରକୋ ମଏଶ୍ଚର ରିପେୟାର ସାମ୍ପୁ ଓ କଣ୍ଡିସନରର ଦାମ୍ ୨୦୦ ଏମ୍‌ଏଲ୍‌କୁ ୪୮୫ ଟଙ୍କା ରହିଛି ।
ମେକ୍‌ଅପ୍‌ରେ ରହିଛି ଅର୍ବାନ କଲର ଲଣ୍ଡନ ପାୱାର ମ୍ୟାଟେ ଟ୍ରାନ୍ସଫର ପ୍ରୁଫ୍ ଲିକ୍ୱିଡ୍ ଲିପ୍ କଲର୍ ଯାହା ଆପଣଙ୍କ ଓଠକୁ ହାଇଡ୍ରେଟ୍ କରିବା ସହ ନରିସ୍ କରିବ । ଏଥିରେ ଭିଟାମିନ୍ ସି ରହିଥିବା ବେଳେ ଗୋଟିଏ ଥର ଲଗାଇଲେ ତାହା ଆବଶ୍ୟକ ରୂପରେଖ ପ୍ରଦାନ କରିବ । ଏହାର ୫ଏମ୍‌ଏଲ୍ ଦାମ୍ ୪୯୯ ଟଙ୍କା ରହିଛି । ମୋଦିକେୟାର ଅର୍ବାନ କଲର ଲଣ୍ଡନର ମ୍ୟାଟ୍ ଆଣ୍ଡ ଗ୍ଲୋ ଡୁ ବ୍ଲସର୍‌କୁ ଇଟାଲିରେ ପ୍ରସ୍ତୁତ କରାଯାଇଥିବା ବେଳେ ତାହାର ମିଷ୍ଟ୍ରିଅସ୍ ଓ ସିକ୍ରେଟ୍ ଭଳି ଦୁଇଟି ଭାରିଆଂଟ୍ ଆସୁଛି । ଡର୍ମାଟୋଲୋଜି ପରିକ୍ଷୀତ ତଥା ୧୦୦% ଭେଗାନ ଓ ପାରାବେନ୍ ମୁକ୍ତ ଏହି ବ୍ଲସ୍‌ର ୧୨ ଗ୍ରାମ୍ ଦାମ୍ ୧୧୫୦ ଟଙ୍କା ରହିଛି ।
ମୋଦିକେୟାରର ଅର୍ବାନ କଲର ଲଣ୍ଡନ ପ୍ରୋ ଫିକ୍ସ ୩-ଇନ୍‌-୧ ପ୍ୟାଲେଟ୍ ଆପଣଙ୍କୁ ଏହି ବର୍ଷା ଋତୁ ମ୍ୟାଟ୍ କ୍ରିମ୍ ସାଟିନ୍ ଫିନିସ୍ ପ୍ରଦାନ କରିବ । ସ୍ୱାଲାନି ଓ ଜୋଜୋବା ତୈଳରେ ଏହାକୁ ପଅସ୍ତୁତ କରାଯାଇଛି ଯାହା କଳାଦାଗ ଦୂର କରିବାରେ ବେଶ୍ ପ୍ରଭାବଶାଳୀ । ୧୦୦% ଭେଗାନ୍ ଓ ଡର୍ମାଟୋଲୋଜି ପରିକ୍ଷୀତ ଏହି ଉତ୍ପାଦର ୯ ଗ୍ରାମ୍ ଦାମ୍ ୧୦୯୯ ଟଙ୍କା ରହିଛି ।
ଗ୍ରାହକମାନେ ଏହି ଉତ୍ପାଦଗୁଡ଼ିକୁ ସାରା ଦେଶରେ ଥିବା ମୋଦିକେୟାର ଉପଦେଷ୍ଟାମାନଙ୍କଠାରୁ କିଣିପାରିବେ ।

Share

Leave a Reply

Your email address will not be published. Required fields are marked *

eighteen + nineteen =