Business

ଟାଟା ଏଆଇଏ ଲାଇଫ ପକ୍ଷରୁ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ଫଣ୍ଡର ଶୁଭାରମ୍ଭ

  • କମ୍ପାନି ପକ୍ଷରୁ ଦୁଇଟି ଏନଏଫଓ ଉନ୍ମୋଚିତ

ଭୁବନେଶ୍ୱର: ଭାରତ ସରକାର ଉପସ୍ଥାପନ କରିଥିବା ବଜେଟରେ ଲୋକଙ୍କ ହାତରେ ଅଧିକ ପାଣ୍ଠି ପହଂଚାଇବା ଲାଗି ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ ଘୋଷଣା କରିଥିବାରୁ ଲୋକମାନେ ଅଧିକ ବ୍ୟୟ କରିବେ ବୋଲି ଆଶା କରାଯାଉଛି। ଲୋକଙ୍କ ଖର୍ଚ୍ଚ କରିବା କ୍ଷମତା ବଢ଼ିଲେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହବ। ଏହା ନିବେଶ ପାଇଁ ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରିଛି। ତାହାକୁ ଭଲ ଭାବେ ବୁଝିଥିବା ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଦୁଇଟି ଫଣ୍ଡ ଯଥା ଟାଟା ଏଆଇଏ ଲାଇଫ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ଫଣ୍ଡ ଓ ଟାଟା ଏଆଇଏ ଲାଇଫ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ପେନସନ ଫଣ୍ଡର ଶୁଭାରମ୍ଭ କରାଯାଇଛି।
ଉଭୟ ଫଣ୍ଡର ନୂଆ ଫଣ୍ଡ ଅଫର (ଏନଏଫଓ) ୨୦୨୫ ମାର୍ଚ୍ଚ୨୪ରୁ ୩୧ ପର୍ଯ୍ୟନ୍ତ ଖୋଲାରହିବ। ଟାଟା ଏଆଇଏ ଲାଇଫ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ଫଣ୍ଡକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଯାହା ଲୋକଙ୍କ ଖର୍ଚ୍ଚ ବଢ଼ିବା ଦ୍ୱାରା ଅର୍ଥନୀତିର ଗତିରୁ ଲାଭ ପ୍ରଦାନ କରିବ ଏବଂ ନିଜ ପ୍ରିୟଜନଙ୍କ ଆର୍ôଥକ ସୁରକ୍ଷା ସୁନିଶ୍ଚିତ କରିବ। ଏହା ସଂପତି ସୃଷ୍ଟି ଓ ଆର୍ôଥକ ସୁରକ୍ଷାର ଦ୍ୱେତ ଲାଭ ପ୍ରଦାନ କରିବ। ସେହିପରି, ଟାଟା ଏଆଇଏ ଲାଇଫ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ପେନସନ ଫଣ୍ଡ ସ୍ୱତନ୍ତ୍ର ଭାବେ ଟାଟା ଏଆଇଏ ୟୁନିଟ ଲିଙ୍କଡ ପେନସନ ସମାଧାନ ଜରିଆରେ ଉପଲବ୍ଧ ହେବ। ଅବସର ପରେ ନିଜ ସଂଚୟ ବଢ଼ାଇବାକୁ ଚାହୁଥିବା ଲୋକଙ୍କ ପାଇଁ ଏହା ହେଉଛି ଏକ ଉପଯୁକ୍ତ ଫଣ୍ଡ। ଦୀର୍ଘକାଳୀନ ଅଭିବୃଦ୍ଧି ପ୍ରଦାନ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି ଯାହା ଆପଣଙ୍କୁ ଏକ ଦୃଢ଼ ଅବସରକାଳୀନ ପାଣ୍ଠି ଗଠନରେ ସହାୟକ ହେବ ଏବଂ ଆର୍ôଥକ ସ୍ଥିରତା ଓ ମାନସିକ ଶାନ୍ତି ପ୍ରଦାନ କରିବ।
ଲୋକମାନଙ୍କ ବ୍ୟୟ ଦ୍ୱାରା ଉପକୃତ ହେବାକୁ ଥିବା କ୍ଷେତ୍ରର କମ୍ପାନିଗୁଡ଼ିକରେ ଟାଟା ଏଆଇଏ ଲାଇଫ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ଫଣ୍ଡ ଓ ଟାଟା ଏଆଇଏ ଲାଇଫ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ପେନସନ ଫଣ୍ଡର ପାଣ୍ଠିକୁ ନିବେଶ କରାଯିବ।
ଟାଟା ଏଆଇଏ ଲାଇଫର ମୁଖ୍ୟ ନିବେଶ ଅଧିକାରୀ ହର୍ଷଦ ପାଟିଲ କହିଛନ୍ତି ଯେ, ‘ସହରୀକରଣ, ଆୟ ବୃଦ୍ଧି ଏବଂ ପ୍ରିମିୟମସେବା ଓ ଉତ୍ପାଦ ପାଇଁ ଭାରତର ଉପଯୋଗିତା ରୂପରେଖ ଦ୍ରୁତ ଗତିରେ ବଦଳୁଛି। ସେହି ପରିବର୍ତନ ଧାରାର ଅଭିବୃଦ୍ଧି ଲାଭ ହାସଲ କରିବାରେ ଯୁବବର୍ଗ ଏବଂ ମଧ୍ୟମ ବୟସର ନିବେଶକମାନଙ୍କୁ ସହାୟକ ହେବା ଲାଗି ଟାଟା ଏଆଇଏ ଲାଇଫ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ଫଣ୍ଡ ଓ ଟାଟା ଏଆଇଏ ଲାଇଫ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ପେନସନ ଫଣ୍ଡକୁ ପ୍ରସ୍ତୁତ କରାଯାଇଛି। ଏହି ଫଣ୍ଡ ସଂପତି ବଢ଼ାଇବାର ସୁଯୋଗ ପ୍ରଦାନ କରୁଥିବା ବେଳେ ଟିକସରେ ବ୍ୟାପକ ସଂଚୟ ଉପଭୋଗ କରିବାର ଲାଭ ମଧ୍ୟ ଦେଉଛି।’’
ଏହି ଫଣ୍ଡର ରାଶିକୁ ୬୦-୧୦୦ ପ୍ରତିଶତ ଇକ୍ୱିଟି ଏବଂ ୦-୪୦ ପ୍ରତିଶତ ନଗଦ ଓ କ୍ୟାସ ମାର୍କେଟ ସିକ୍ୟୁରିଟିରେ ନିବେଶ କରାଯିବ। ଏଥିରେ ଜୀବନ ବୀମା ସୁରକ୍ଷା ମଧ୍ୟ ମିଳିବ। ଏଫଏମସିଜି, ରିଟେଲ ଓ ଇ-କମର୍ସ, ଅଟୋମୋବାଇଲ ଓ ପ୍ରିମିୟମ ଉତ୍ପାଦ କ୍ଷେତ୍ରର କମ୍ପାନିଗୁଡ଼ିକର ନିବେଶ କରାଯିବ।
ଟାଟା ଏଆଇଏ ଶୁଭ ମହୁରତ, ଟାଟା ଏଆଇଏ ଶୁଭ ଫର୍ଚୁନ, ଟାଟା ଏଆଇଏ ପରମ ରକ୍ଷା ଲାଇଫ ପ୍ରୋ+, ଟାଟା ଏଆଇଏ ପରମ ରକ୍ଷା ଲାଇଫ ପ୍ରୋ, ଟାଟା ଏଆଇଏ ପରମ ରକ୍ଷା ଲାଇଫ ଗ୍ରୋଥ+, ଟାଟା ଏଆଇଏ ପରମ ରକ୍ଷା ଲାଇଫ ଆଡଭାଟେଂଜ+, ଟାଟା ଏଆଇଏ ପରମ ରକ୍ଷା ଲାଇଫ ମାକ୍ସିମା+, ଟାଟା ଏଆଇଏ ପ୍ରୋ ଫିଟ ଓ ଟାଟା ଏଆଇଏ ପ୍ରିମିୟର ଏସଆଇପି ଭଳି ସମାଧାନରେ ନିବେଶ କରି ଗ୍ରାହକମାନେ ଭାରତର ଉପଯୋଗିତା ଆଧାରିତ ସଫଳ ଅଭିବୃଦ୍ଧି କାହାଣୀର ଅଂଶ ହୋଇପାରିବେ।

Share

Leave a Reply

Your email address will not be published. Required fields are marked *

eleven − five =