ମହିନ୍ଦ୍ରା ପକ୍ଷରୁ ବିଇ ୬ ଓ ଏକ୍ସଇଭି ୯ଇର ଟପ ଭାରିଆଂଟ ମଡେଲ ଦାମ ଘୋଷଣା
ଭୁବନେଶ୍ୱର: ମହିନ୍ଦ୍ରା ପକ୍ଷରୁ ଆୟୋଜନ କରାଯାଇଥିବା ଅନଲିମିଟ ଇଣ୍ଡିଆ ଟେକ ଦିବସରେ ଏହାର ଇଲେକ୍ଟ୍ରିକ ଅରିଜିନ ଏସୟୁଭି ବିଇ ୬ ଓ ଏକ୍ସଇଭି ୯ଇର ଟପ ଏଣ୍ଡ ମଡେଲ ଦାମ ଘୋଷଣା କରାଯାଇଛି। ୨୦୨୪ ନଭେମ୍ବର ୨୬ରେ ଅନୁଷ୍ଠିତ ଅନଲିମିଟ ଇଣ୍ଡିଆର ସଫଳତା ପରେ ଏହା ଘୋଷଣା ହୋଇଛି। ସେହି କାର୍ଯ୍ୟକ୍ରମରେ ବିଇ୬ ଓ ଏକ୍ସଇଭି ୯ଇକୁ ଉନ୍ମୋଚନ କରାଯାଇଥିଲା।
ପ୍ରିମିୟମ ପ୍ରଯୁକ୍ତିକୁ ଲୋକଙ୍କ ପାଖରେ ପହଂଚାଇବା ଲାଗି କମ୍ପାନିର ରହିଥିବା ଲକ୍ଷ୍ୟ ପ୍ୟାକ ଥ୍ରି ଜରିଆରେ ଉଚ୍ଚ ମାନର ବିଳାସ, ଉନ୍ନତ ପ୍ରଯୁକ୍ତି ଓ ଅତୁଳନୀୟ ପ୍ରଦର୍ଶନକୁ ପ୍ରତିଫଳିତ କରୁଛି। ପ୍ରିମିୟମ ଇଭି ଆଡ଼କୁ ଗ୍ରାହକମାନେ ଆକର୍ଷିତ ହେଉଥିବା ବେଳେ ମହିନ୍ଦ୍ରା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଉଭୟ ବିଇ୬ ଓ ଏକ୍ସଇଭି ୯ଇ ପାଇଁ ପ୍ୟାକ ଥ୍ରିର ଶୁଭାରମ୍ଭ କରାଯିବ। ବିଇ ୬ ପ୍ୟାକ ଥ୍ରି ମଡେଲର ଏକ୍ସ ସୋ’ରୁମ ଦାମ ୨୬.୯ ଲକ୍ଷ ଟଙ୍କା ରହିବ। ଏଥିପାଇଁ ସ୍ୱତନ୍ତ୍ର ମାସିକ କିସ୍ତି ହେଉଛି ୩୯,୨୨୪ ଟଙ୍କା। ସେହିପରି ଏକ୍ସଇଭି ୯ଇ ପ୍ୟାକ ଥ୍ରିର ଦାମ ୩୦.୫ ଲକ୍ଷ ଟଙ୍କା ରଖାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଇଏମଆଇ ସ୍କିମ ହେଉଛି ମାସିକ ୪୫,୪୫୦ ଟଙ୍କା। ମହିନ୍ଦ୍ରା ଫାଇନାନ୍ସ ଜରିଆରେ ପ୍ୟାକ ଥ୍ରି ଭାରିଆଂଟକୁ ମାସିକ କିସ୍ତିରେ ଏବଂ ୬ ବର୍ଷ ଶେଷରେ ଏକ ବେଲୁନ ପେମେଂଟ ଜରିଆରେ ଉପଲବ୍ଧ କରାଯିବ।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଅଟୋମୋଟିଭ ସେକ୍ଟରର ସଭାପତି ତଥା ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋମୋବାଇଲ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ବିଜୟ ନାକ୍ରା କହିଛନ୍ତି ଯେ, “ଆମର ଇଲେକ୍ଟ୍ରିକ୍ ଅରିଜିନ୍ ଏସୟୁଭିଗୁଡ଼ିକ ପାଇଁ ଗ୍ରହାକଙ୍କ ପ୍ରତିକ୍ରିୟା ଅଭୂତପୂର୍ବ ରହିଛି। ଏହାର ଜବାବରେ ଆମେ ୨୦୨୫ ଫେବ୍ରୁଆରି ୧୪ରେ ଉଭୟ ବିଇ ୬ ଏବଂ ଏକ୍ସଇଭି ୯ଇ ପାଇଁ ୭୯ କିଲୋୱାଟରେ ପ୍ୟାକ୍ ଥ୍ରି ପାଇଁ ବୁକିଂ ଭାଲେଣ୍ଟାଇନସ ଡେ ଠାରୁ ଆରମ୍ଭ କରିବୁ। ଏହାର ୭୯ କିଲୋୱାଟ୍ ବ୍ୟାଟେରି ୫୦୦ କିଲୋମିଟରରୁ ଅଧିକ ରିୟଲ ୱାର୍ଲଡ ରେଞ୍ଜ ପ୍ରଦାନ କରିବା ଦ୍ୱାରା ଗ୍ରାହକମାନେ ରେଞ୍ଜ ଚିନ୍ତାରୁ ମୁକ୍ତ ହୋଇପାରିବେ । ପ୍ରିମିୟମ୍ ଇଭିଗୁଡ଼ିକୁ ମୁଖ୍ୟସ୍ରୋତରେ ପରିଣତ କରିବା ଆମର ଲକ୍ଷ୍ୟ ଏବଂ ଆମର “ଥ୍ରି ଫର୍ ମି’ ଫାଇନାନ୍ସ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଏହି ଯାନଗୁଡ଼ିକୁ ଉପଲବ୍ଧ ରଖିବାକୁ ସୁନିଶ୍ଚିତ କରୁଛୁ ଯାହା ପ୍ରଥମ ପର୍ଯ୍ୟାୟରେ ମୋଟ ମାସିକ ୫୦୦୦ ୟୁନିଟ୍ ଲକ୍ଷ୍ୟ ରଖିଛି।”
ପ୍ରଯୁକ୍ତି, ସୁରକ୍ଷା ଓ ଆରାମର ସନ୍ତୁଳନ ଚାହୁଥିବା ଗ୍ରାହକମାନଙ୍କ ଲାଗି ୨୦୨୪ ନଭେମ୍ବର ୨୬ରେ ଅନୁଷ୍ଠିତ ଅନଲିମିଟ ଇଣ୍ଡିଆ କାର୍ଯ୍ୟକ୍ରମରେ ଉଭୟ ବିଇ୬ ଓ ଏକ୍ସଇଭି ୯ଇର ପ୍ୟାକ ୱାନକୁ ଉପସ୍ଥାପନ କରାଯାଇଥିଲା। ପ୍ୟାକ୍ ଥ୍ରିରେ ବିଳାସ ଓ ପ୍ରଦର୍ଶନ ଆହୁରି ଉଚ୍ଚକୁ ନିଆଯାଇଛି, ଯେଉଁଥିରେ ଉନ୍ନତ ସୁରକ୍ଷା, ଉନ୍ନତ ସୁବିଧା ସୁଯୋଗ ଓ ପ୍ରିମିୟମ ଡିଜାଇନର ମିଶ୍ରଣ ରହିଛି। ମହିନ୍ଦ୍ରାର ଇଙ୍ଗଲୋ ଇଲେକ୍ଟ୍ରିକ ଢ଼ାଂଚାରେ ନିର୍ମିତ ଏହି ଭାରିଆଂଟଗୁଡ଼ିକରେ ୨୧୦ କେଡବଲୁଏଚ ମୋଟର ବ୍ୟବହାର କରାଯାଇଛି ଯାହା ବିଇ ୬ ଗାଡ଼ି ମାତ୍ର ୬.୭ ସେକେଣ୍ଡରେ ଓ ଏକ୍ସଇଭି ୯ଇ ମାତ୍ର ୬.୮ ସେକେଣ୍ଡରେ ୧୦୦ କିମି ବେଗରେ ଗତି କରିପାରିବ। ଉଭୟର ସାର୍ଟିଫାଏଡ ରେଂଜ୍ ୬୮୩ କିମି ରହିଛି।