Businessକ୍ରୀଡା

ଜେଏସ୍‌ଡବ୍ଲୁ ପକ୍ଷରୁ କ୍ରୀଡ଼ାବିତଙ୍କ ପାଇଁ “ରୁକ୍ ନା ନେହି ହୈ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ପ୍ୟାରିସ୍ ଅଲିମ୍ପିକ୍ ୨୦୨୪ ନିକଟତର ହୋଇଥିବା ବେଳେ ଜେଏସ୍‌ଡବ୍ଲୁ ଗ୍ରୁପ୍ ପକ୍ଷରୁ ଏହାର ସବୁଠୁ ସଫଳ ତଥା ଦୀର୍ଘକାଳୀନ ଚାଲିଥିବା ଅଭିଯାନ “ରୁକ୍ ନା ନେହି ହୈ’ର ଶୁଭାରମ୍ଭ କରାଯାଇଛି । ଏହି ନୂଆ ଫିଲ୍ମରେ ବୃହତ ମଂଚରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଥିବା କ୍ରୀଡ଼ାବିତ୍‌ଙ୍କ ମାନସିକତାକୁ ପ୍ରତିଫଳିତ କରାଯାଇଛି ।
ଗେମ୍ ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଡିଜିଟାଲ୍ ଫର୍ମାଟ୍ ପାଇଁ ଏକ ଲମ୍ବା ଏବଂ ଟିଭି ପାଇଁ ଏହାର ଛୋଟ ଭର୍ସନକୁ ପ୍ରସ୍ତୁତ କରାଯାଇଛି । ଓଗିଲ୍‌ଭି ପକ୍ଷରୁ ଏହି ସିନେମାକୁ ପରିକଳ୍ପନା କରାଯାଇଥିବାବେଳେ ଗୁଡ୍ ମର୍ଣ୍ଣିଂ ଫିଲ୍ମସ୍‌ର ଶଶାଙ୍କ ଚର୍ତୁବେଦୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଅଲିମ୍ପିକ୍‌ରେ ଖେଳାଯାଉଥିବା ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାର କ୍ରୀଡ଼ାବିତ ଯଥା ନୀରଜ ଚୋପ୍ରା, ନିଶାନ୍ତ ଦେବ, ପ୍ରୀତି ପାୱାର, ମନୁ ଭାକର, ମନିକା ବାତ୍ରା ଓ ମହମ୍ମଦ ଅନାସଙ୍କୁ ଏଥିରେ ଦେଖିବାକୁ ମିଳିବ । ଏଥିପାଇଁ ସ୍ୱର ଦେଇଛନ୍ତି ବଲିଉଡ୍ ତାରକା ଅଜୟ ଦେବଗନ୍ ।
ଏହି ଅଭିଯାନ ପ୍ୟାରିସ୍ ଅଲିମ୍ପିକ୍ ୨୦୨୪ ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ ସହ ଜେଏସ୍‌ଡ୍‌ବ୍ଲୁର ସହଯୋଗିତାକୁ ମଧ୍ୟ ପାଳନ କରୁଛି ।
ଏହି ଅଭିଯାନ ସମ୍ପର୍କରେ ଜେଏସ୍‌ଡବ୍ଲୁ ସ୍ପୋର୍ଟସ୍‌ର ପ୍ରତିଷ୍ଠାତା ପାର୍ଥ ଜିନ୍ଦଲ କହିଛନ୍ତି ଯେ, “ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ଅଭିଯାନ ଭାବେ ରୁକ୍ ନା ନେହି ଏବେ ତୃତୀୟ ଅଲିମ୍ପିକ୍ ଗେମ୍‌ରେ ପ୍ରବେଶ କରିଛି ଏବଂ ଏହା କେବଳ ଏକ ସ୍ଲୋଗାନ୍‌ଠାରୁ ଆଗକୁ ବଢ଼ି ଏକ ଆବେଗ ଓ ବିଶ୍ୱାସରେ ପରିଣତ ହୋଇଛି ଯାହା ଭାରତୀୟ ଟିମ୍ ଓ ଆମେ ସମସ୍ତେ ପ୍ୟାରିସ୍ ଅଲିମ୍ପିକ୍‌କୁ ନେଇଯିବା । ଏହି ସିନେମା କ୍ରୀଡ଼ାବିତମାନଙ୍କ ନିରବଚ୍ଛିନ୍ନ ଅନୁସନ୍ଧାନର ଭାବକୁ ତୋଳି ଧରିଛି । ଆମ ପାଇଁ ସେମାନେ ହେଉଛନ୍ତି ଚମ୍ପିଆନ୍ । ମୁଁ ନିଶ୍ଚିତ ଯେ ଏହି ସିନେମା ପ୍ୟାରିସ୍‌ରେ ଏବଂ ଗେମ୍‌ର ଏହି ଯାତ୍ରାରେ କ୍ରୀଡ଼ାବିତମାନଙ୍କୁ ସମର୍ଥନ କରୁଥିବା ପ୍ରତିଟି ଭାରତୀୟଙ୍କୁ ଅନୁପ୍ରାଣିତ କରିବ ।’’
ଓଗିଲ୍‌ଭିର ମୁଖ୍ୟ କ୍ରିଏଟିଭ୍ ଅଧିକାରୀ ସୁକେଶ ନାୟକ କହିଛନ୍ତି ଯେ, “ରୁକ୍ ନା ନେହି ହୈର ଚିନ୍ତାଧାରା ହେଉଛି ପ୍ରେରଣାଦାୟୀ । ପ୍ରଥମ ଦିନରୁ ଜେଏସ୍‌ଡବ୍ଲୁ ଓ ଆମ କ୍ରୀଡ଼ାବିତମାନଙ୍କ ସହ ଏହି ଯାତ୍ରାର ଅଂଶ ହୋଇଥିବାରୁ ଆମେ ବହୁତ ଖୁସି । ଆମ କ୍ରୀଡ଼ାବିତମାନଙ୍କ ମାନସିକତାକୁ ପ୍ରଦର୍ଶିତ କରି ରୁକ୍ ନା ନେହି ହୈ ଭାବକୁ ଏହି ଅଭିଯାନରେ ଜୀବନ୍ତ କରାଯାଇଛି । ଯେଉଁମାନଙ୍କ ପାଇଁ ବିଜୟ ଓ ବିଫଳତା ଏକ ଅଧ୍ୟାୟ ଓ ଅନ୍ତିମ କାହାଣୀ ନୁହେଁ, ଆମକୁ ଦେଶକୁ ଉଜ୍ୱଳ କରିବା ଲାଗି ସେମାନଙ୍କ ନିରନ୍ତର ଅନୁସନ୍ଧାନକୁ ଏହା ସମ୍ମାନ ଜଣାଉଛି ।’’

Share

Leave a Reply

Your email address will not be published. Required fields are marked *

three × three =