Business

ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ସଂପ୍ରସାରଣ ଯୋଜନା ପାଇଁ ଡ୍ରେଜରର ଡେଲିଭରି ହାସଲ


ଭୁବନେଶ୍ୱର: ଜେଏସଡବ୍ଲୁ ଗ୍ରୁପର ଅଂଶ ଜେଏସଡବ୍ଲୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ ହେଉଛି ଦେଶର ଦ୍ୱିତୀୟ ବୃହତମ ଘରୋଇ ବାଣିଜ୍ୟିକ ବନ୍ଦର ଅପରେଟର। ନିଜର ସଂପ୍ରସାରଣ ଯୋଜନାକୁ ସହଯୋଗ ପ୍ରଦାନ କରିବା ଲାଗି କମ୍ପାନି ପକ୍ଷରୁ ନେଦରଲ୍ୟାଣ୍ଡସର କମ୍ପାନି ଆଇଡିସି ଡ୍ରେଜିଂଠାରୁ ଅତ୍ୟାଧୁନିକ ଡ୍ରେଜରର ଡେଲିଭରି ହାସଲ କରିଛି।
୨୦୨୯-୩୦ ଆର୍ôଥକ ବର୍ଷସୁଦ୍ଧା କମ୍ପାନି ଏହାର କ୍ଷମତାକୁ ବର୍ତମାନର ବାର୍ଷିକ ୧୭୦ ନିୟୁତ ଟନ (ଏମଟିପିଏ)ରୁ ବଢ଼ାଇ ୪୦୦୦ ଏମଟିପିଏ କରିବାକୁ ଅଭିବୃଦ୍ଧି ଯୋଜନା ପ୍ରସ୍ତୁତ କରିଛି। ଦ୍ୱିତୀୟ ଡ୍ରେଜରରେ ନିବେଶ ସେହି ଯୋଜନା ସହିତ ସମନ୍ୱିତ ରହିଛି। ଏହି ନୂତନ ଡ୍ରେଜର କମ୍ପାନିର ସବିଭିନ୍ନ ବନ୍ଦରରେ ଚାଲିଥିବା ଉଭୟ ନୂତନ ଏବଂ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ସହାୟକ ହେବ।

Share

Leave a Reply

Your email address will not be published. Required fields are marked *

13 + seventeen =