Business

ଜେଏସ୍‌ଡବ୍ଲୁ ଇନ୍‌ଫ୍ରାଷ୍ଟ୍ରକଚର୍ ପକ୍ଷରୁ ଅଭିବୃଦ୍ଧିକୁ ଦୃଢ଼ କରିବା ପାଇଁ ବନ୍ଦର ସଂଯୋଗ ପ୍ରକଳ୍ପ ଅଧିଗ୍ରହଣ


ଭୁବନେଶ୍ୱର: ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ଅଂଶ ତଥା ଭାରତର ଦ୍ୱିତୀୟ ସର୍ବବୃହତ ଘରୋଇ ବାଣିଜ୍ୟିକ ବନ୍ଦର ଅପରେଟର ଜେଏସ୍‌ଡବ୍ଲୁ ଇନଫ୍ରାଷ୍ଟ୍ରକ୍‌ଚର୍ ଲିମିଟେଡ୍ ପକ୍ଷରୁ “ଏକ ବିକଶିତ ହେଉଥିବା ସ୍ଲରି ପାଇପଲାଇନ୍ ପ୍ରକଳ୍ପ” କ୍ରୟ କରାଯାଇଥିବା ଘୋଷଣା କରାଯାଇଛି ।
ଜେଏସ୍‌ଡବ୍ଲୁର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡର ବିକଶିତ ହେଉଥିବା ବାର୍ଷିକ ୩୦ ନିୟୁତ ଟନ୍ (ଏମ୍‌ଟିପିଏ) ସ୍ଲରି ପାଇପଲାଇନ୍‌ଗ୍ଧ ଅଧିଗ୍ରହଣକୁ କମ୍ପାନିର ବୋର୍ଡ ମଞ୍ଜୁରି ପ୍ରଦାନ କରିଛି । ଲୁହାପଥର ପରିବହନ କରିବାରେ ପାଇପଲାଇନକୁ ବ୍ୟବହାର କରିବା ଲାଗି ୨୦ ବର୍ଷିଆ ଟେକ୍ ଅର୍ ପେ’ ଚୁକ୍ତି ସ୍ୱାକ୍ଷର କରିଛି ।
ଓଡ଼ିଶାରେ ନୂଆଗାଁରୁ ଜଗତସିଂହପୁର ପର୍ଯ୍ୟନ୍ତ ୩୦୨ କିଲୋମିଟରର ଏହି ସ୍ଲରି ପାଇପ୍‌ଲାଇନ୍ ପ୍ରକଳ୍ପ ଓଡ଼ିଶାର ପ୍ରସ୍ତାବିତ ଜଟାଧାରୀ ବନ୍ଦରକୁ ସିଧାସଳଖ ଯୋଡ଼ିବ । ଏହି ପ୍ରକଳ୍ପର ୧୨୨ କିଲୋମିଟର କାର୍ଯ୍ୟ ଶେଷ ହୋଇସାରିଛି । ୨୦୨୭ ପ୍ରାରମ୍ଭିକ ସମୟ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ସମୟ ନିର୍ଘଂଟ କରାଯାଇଛି ଏବଂ ଏହା ୨୦୨୭ ଏପ୍ରିଲ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି
ସ୍ଲରି ପାଇପ୍‌ଲାଇନ୍‌ର ହସ୍ତାନ୍ତର ମୂଲ୍ୟ ନିର୍ଧାରଣ କରିବାର ଦାୟିତ୍ୱ ଏକ ସ୍ୱାଧୀନ ମୂଲ୍ୟାୟନ ସଂସ୍ଥାକୁ ପ୍ରଦାନ କରାଯାଇଛି ଯାହା ଏବେ ମୂଲ୍ୟ ନିର୍ଧାରଣ କରୁଛି । ଏଥିପାଇଁ ବିଚାରଯୋଗ୍ୟ ମୂଲ୍ୟ ୧୭୦୦ କୋଟି ଟଙ୍କା ପାଖାପାଖି ରହିଛି, ଯେଉଁଥିରେ ୨୦୨୪ ମେ’ ୩୧ ସୁଦ୍ଧା ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ଉଚିତ ମୂଲ୍ୟ ଏବଂ ୨୦୨୪ ମେ’ ୩୧ ପରେ ପ୍ରକୃତ ସ୍ଥାନାନ୍ତର ହେବା ତାରିଖ ପର୍ଯ୍ୟନ୍ତର ହେବାକୁ ଥିବା ଖର୍ଚ୍ଚ ଅନ୍ତର୍ଭୁକ୍ତ ।
ଏହି ବନ୍ଦର ସଂଯୋଗ ପ୍ରକଳ୍ପର କମ୍ପାନିର ଅଭିବୃଦ୍ଧି ରଣନୀତି ସହ ସମନ୍ୱିତ ରହିଛି ଯାହା ଦୃଢ଼ ବାର୍ଷିକ ନଗଦ ପ୍ରବାହ ଲୋଭନୀୟ ମଧ୍ୟବର୍ତୀକାଳୀନ ପ୍ରକଳ୍ପ ଆଇଆରଆର (ଆଭ୍ୟନ୍ତରୀଣ ରିଟର୍ଣ୍ଣ ହାର) ପ୍ରଦାନ କରିବ । ପୁନଶ୍ଚ, ଲୁହାପଥରକୁ ଭୂତଳ ବ୍ୟବସ୍ଥାରେ ପରିବହନ କରିବର ଏକ ସ୍ଥାୟୀ ସମାଧାନ ଏହି ପ୍ରକଳ୍ପ ପ୍ରଦାଦ କରି କାର୍ବନ ନିର୍ଗମନ କମ୍ କରିବ ଏବଂ ସ୍ଥାୟୀ ପରିବେଶ ଲାଭ ପ୍ରଦାନ କରିବ ।

Share

Leave a Reply

Your email address will not be published. Required fields are marked *

twelve − ten =