Business

ଜେକେ ଲକ୍ଷ୍ମୀ ସିମେଂଟ ପକ୍ଷରୁ କ୍ରମାଗତ ପଂଚମ ବର୍ଷ ପାଇଁ ରୋହିତ ଶର୍ମାଙ୍କ ସହ ସହଯୋଗିତା

ଭୁବନେଶ୍ୱର: ଦେଶର ଅଗ୍ରଣୀ ସିମେଂଟ ନିର୍ମାତା ଜେ କେ ଲକ୍ଷ୍ମୀ ସିମେଂଟ ପକ୍ଷରୁ ବ୍ରାଣ୍ଡ ଆମ୍ବାସଡର ଭାବେ କ୍ରିକେଟ ସୁପରଷ୍ଟାର ରୋହିତ ଶର୍ମାଙ୍କ ସହ ସଫଳ ସହଯୋଗିତାକୁ ସମ୍ପ୍ରସାରଣ କରାଯାଇଛି। ଏହି ନୂତନ ସହଯୋଗିତା ଉତ୍କର୍ଷତା ପ୍ରତି ବ୍ରାଣ୍ଡର ପ୍ରତିବଦ୍ଧତା ଏବଂ ଜେ କେ ଲକ୍ଷ୍ମୀ ସିମେଂଟ ଓ ରୋହିତ ଶର୍ମାଙ୍କ ମିଳିତ ମୂଲ୍ୟବୋଧକୁ ଦର୍ଶାଉଛି।
ରୋହିତ ଶର୍ମା କ୍ରିକେଟ ପଡ଼ିଆରେ ନିଜର ନେତୃତ୍ୱ ଓ ସ୍ଥିର ପ୍ରଦର୍ଶନ ପାଇଁ ପରିଚିତ। ସେ ଦୃଢ଼ତା, ଭରସାଯୋଗ୍ୟତା ଓ ଉତ୍କର୍ଷତାର ପ୍ରତୀକ। ତାଙ୍କ ସହ କମ୍ପାନିର ପୂର୍ବ ସହଯୋଗିତାଗୁଡ଼ିକ ବେଶ ସଫଳ ହୋଇଛି ଯାହା ଗ୍ରାହକ ଓ ଅଂଶୀଦାରମାନଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇଥିଲା।
ଏହି ସହଯୋଗିତା ସମ୍ପର୍କରେ ଜେକେ ଲକ୍ଷ୍ମୀ ସିମେଂଟର ସଭାପତି ଓ ନିର୍ଦ୍ଦେଶକ ଶ୍ରୀ ଅରୁଣ ଶୁକ୍ଳା କହିଛନ୍ତି ଯେ, ‘ରୋହିତ ଶର୍ମାଙ୍କ ଚମତ୍କାର ପ୍ରତିଭା ଓ ସଫଳତା ତାଙ୍କୁ ଭାରତ ଓ ବାହାରେ ଜଣେ ଚର୍ଚ୍ଚିତ ଚେହେରାରେ ପରିଣତ କରଛି। ଜେକେ ଲକ୍ଷ୍ମୀ ସିମେଂଟ ସହିତ ତାଙ୍କ ସହଯୋଗିତା ଗ୍ରାହକଙ୍କ ସହ ଆମ ବ୍ରାଣ୍ଡର ସମ୍ପର୍କକୁ ଦୃଢ଼ କରିବ। ଏହି ଯାତ୍ରାକୁ ଜାରି ରଖିଥିବାରୁ ଆମେ ବହୁତ ଖୁସି ଏବଂ ମିଳିତ ଭାବେ ଉଚ୍ଚ ସଫଳତା ହାସଲ କରିବାକୁ ଚାହିରହିଛୁ। ରୋହିତଙ୍କ ବୃହତ ଅଭିଳାଷ ଭାବ ଆମ ଉତ୍ପାଦର ଦୀର୍ଘସ୍ଥାୟିତ୍ୱ ଓ ଭରସାଯୋଗ୍ୟତା ସହ ମେଳ ଖାଉଛି। ମିଳିତ ଭାବେ ଆମେ କେବଳ ଢ଼ାଂଚା ନୁହେଁ ଆମ ଗ୍ରାହକଙ୍କ ସହ ଦୀର୍ଘସ୍ଥାୟୀ ସମ୍ପର୍କ ସୃଷ୍ଟି କରିବାକୁ ଚାହୁଛୁ।’’
କ୍ରିକେଟ ତାରକା ରୋହିତ ଶର୍ମା କହିଛନ୍ତି ଯେ, ‘ଜେକେ ଲକ୍ଷ୍ମୀ ସିମେଣ୍ଟ ସହ ଯାତ୍ରା ଜାରି ରଖିବାକୁ ମୁଁ ଉତ୍ସାହିତ। ଗୁଣବତା ଏବଂ ଅଭିନବତା ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଜୀବନ ଏବଂ କ୍ରିକେଟ୍ ପ୍ରତି ମୋର ନିଜସ୍ୱ ଆଭିମୁଖ୍ୟ ସହିତ ସମନ୍ୱିତ ରହିଛି। ତାହା ହେଉଛି ସର୍ବଦା ଉତ୍କର୍ଷତା ପାଇଁ ପ୍ରୟାସ କରିବା ଏବଂ ସୀମାକୁ ଆଗକୁ ବଢ଼ାଇବା । ଆମେ ସମସ୍ତେ ମିଶି ଗ୍ରାହକଙ୍କ ସହ ଏକ ନିବିଡ଼ ସମ୍ପର୍କ ସ୍ଥାପନ କରିଛୁ ଏବଂ ଆଗାମୀ ବର୍ଷରେ ଆମେ କ’ଣ ହାସଲ କରିପାରିବା ସେଥିପ୍ରତି ମୁଁ ଆଶାବାଦୀ ରହିଛି।’’
ଏହି ସହଯୋଗିତାର ନବୀକରଣ ହୋଇଥିବାରୁ ଜେକେ ଲକ୍ଷ୍ମୀ ସିମେଂଟର ସମସ୍ତ ବିଜ୍ଞାପନ ଓ ବ୍ରାଣ୍ଡ ଯୋଗାଯୋଗରେ ସବୁ ପ୍ଲାଟଫର୍ମରେ ରୋହିତ ଶର୍ମା ରହିବେ। ‘ଇଣ୍ଡିଆଜ ବେଷ୍ଟ ପରଫରମର’ ଟ୍ୟାଗଲାଇନ ସେଲସ ନେଟୱର୍କ ଓ ଗ୍ରାହକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଛି। ଜେକେ ଲକ୍ଷ୍ମୀ ସିମେଂଟ ଓ ରୋହିତ ଶର୍ମାଙ୍କ ସହ ସହଯୋଗିତା ଉତ୍କର୍ଷ, ଗ୍ରାହକଙ୍କ ଉପରେ ଧ୍ୟାନ, ଦଳଗତ କାର୍ଯ୍ୟ, ଓ ବିଶ୍ୱାସର ମିଳିତ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି। ରୋହିତ ଶର୍ମାଙ୍କ ସହ ସଫଳତାର ଆଉ ଏକ ବର୍ଷକୁ ଜେକେ ଲକ୍ଷ୍ମୀ ସିମେଂଟ ଚାହିରହିଛି।

Share

Leave a Reply

Your email address will not be published. Required fields are marked *

3 × one =