Business

ଓଡ଼ିଶାର ଭୁବନେଶ୍ୱରରେ ଜାୱା ୟେଜଦି ମୋଟରସାଇକେଲର ସର୍ବବୃହତ ଡିଲରସିପ୍ ଭୁବନେଶ୍ୱର; ଜାୱା ୪୨ ଏଫ୍‌ଜେ ଏବଂ ବିଏସଏ ଗୋଲ୍ଡ ଷ୍ଟାର ଉନ୍ମୋଚିତ

ଭୁବନେଶ୍ୱର: ଭାରତର ‘ନିଓ-କ୍ଲାସିକ୍‌’ ମୋଟରସାଇକେଲ ବର୍ଗର ଅଗ୍ରଣୀ ଜାୱା ୟେଜଦି ମୋଟରସାଇକେଲ୍ ପକ୍ଷରୁ ଆଜି ଭୁବନେଶ୍ୱରରେ ୪୨ ଲାଇଫ୍‌’ ସିରିଜର ନୂତନ ୩୫୦ ଜାୱା ୪୨ ଏଫଜେର ଉନ୍ମୋଚନ କରାଯାଇଛି। ଏହି ଉନ୍ମୋଚନ ବ୍ରାଣ୍ଡ୍ ଆଇକନିକ୍ ବିଏସ୍‌ଏ ଗୋଲ୍ଡ ଷ୍ଟାର ୬୫୦ର ଶୁଭାରମ୍ଭ କରିବା ସହ ଓଡ଼ିଶାର ସର୍ବବୃହତ ସୋ’ରୁମକୁ ଉଦଘାଟନ କରିଛି।
ପାର୍ବଣ ଋତୁ ପାଳନକୁ ଦୃଷ୍ଟିରେ ରଖି ଏହି ବ୍ରାଣ୍ଡ୍ ଓଡ଼ିଶାରେ ଏହାର ସର୍ବବୃହତ୍ ସୋ’ରୁମକୁ ଉଦଘାଟନ କରିଛି। ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଲକ୍ଷିତା ଅଟୋମୋବାଇଲସ୍ ନାମକ ଏହି ନୂଆ ସୋ’ରୁମରେ ଜାୱା, ୟେଜଦି ଓ ବିଏସଏ ମୋଟରସାଇକେଲର ସମ୍ପୂର୍ଣ୍ଣ ରେଞ୍ଜ ଉପଲବ୍ଧ ହେବ। ଏଥି ସହିତ ଅତ୍ୟାଧୁନିକ ଡିଲରସିପ୍‌ରେ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିସିଆନଙ୍କ ଦ୍ୱାରା ପରିଚାଳିତ ସର୍ଭିସ୍ ସେଂଟର ରହିଛି ଯାହା ଉତମ ଗ୍ରାହକ ସେବା ଏବଂ ବିକ୍ରୟ ପରବର୍ତୀ ସହାୟତା ସୁନିଶ୍ଚିତ କରିବ।
ଏହାର ଦ୍ରୁତ ଆଂଚଳିକ ସମ୍ପ୍ରସାରଣ ଜାରି ରଖି ଜାୱା ୟେଜଦି ମୋଟରସାଇକେଲ୍‌ସ ଓଡ଼ିଶାରେ ଏହାର ଡିଲରସିପ୍ ନେଟୱାର୍କକୁ ୧୩ରୁ ୨୦ଟି ଆଉଟଲେଟ୍‌କୁ ବୃଦ୍ଧି କରିବ। ଏଥି ପାଇଁ ଖୁବ୍‌ଶୀଘ୍ର ଅତିରିକ୍ତ ୭ଟି ଟଚ୍ ପଏଂଟ୍ ଖୋଲିବାକୁ ଯାଉଛି। ଏହି ସମ୍ପ୍ରସାରଣ ସମଗ୍ର ରାଜ୍ୟରେ ଏହାର ବିକ୍ରି ଏବଂ ବିକ୍ରୟ ପରବର୍ତୀ ସେବା ପାଇଁ ଉପସ୍ଥିତି ବୃଦ୍ଧି କରିବା ବ୍ରାଣ୍ଡର ପ୍ରତିବଦ୍ଧତାକୁ ଦର୍ଶାଉଛି।
କ୍ଲାସିକ୍ ଲିଜେଣ୍ଡସ୍ ପ୍ରାଇଭେଟ୍ ଲିମିଟେଡ୍‌ର ସହ-ପ୍ରତିଷ୍ଠାତା ଅନୁପମ ଥାରେଜା କହିଛନ୍ତି ଯେ, “ବ୍ରିଟିଶ ଇଞ୍ଜିନିୟରିଂ ଉତ୍କର୍ଷତାର ପ୍ରତିନିଧିତ୍ୱ କରୁଥିବା ବିଏସ୍‌ଏ ଗୋଲ୍ଡ ଷ୍ଟାର ୬୫୦ ଏବଂ ଆକର୍ଷଣୀୟ ଜାୱା ୩୫୦- ୪୨ ଏଫ୍‌ଜେକୁ ଭୁବନେଶ୍ୱର ଆଣିବା ପାଇଁ ଆମେ ଉତ୍ସାହିତ। ୨୦୨୪ ଜାୱା ୪୨ ଏଫଜେ ଡିଜାଇନ-କେନ୍ଦ୍ରିତ ମୋଟରସାଇକେଲ ଇଞ୍ଜିନିୟରିଂ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ବେଳେ ଏହାର ମୂଲ୍ୟ, ଦମଦାର ପ୍ରଦର୍ଶନ, ଶକ୍ତି ଏବଂ ନିର୍ମାଣ ଶୈଳୀର ଆଧୁନିକତାର ସୀମାକୁ ଆଗକୁ ବଢ଼ାଉଛି। ଏହି ଶୁଭାରମ୍ଭ ସହିତ ଓଡ଼ିଶାରେ ଆମର ବୃହତମ ସୋ’ରୁମ ସର୍ବୋଚ୍ଚ ବିକ୍ରୟ ଏବଂ ସେବା ପ୍ରଦାନ ମାଧ୍ୟମରେ ପ୍ରିମିୟମ୍ ଗ୍ରାହକ ଅନୁଭୂତି ପ୍ରଦାନ କରିବାକୁ ଆମର ସମର୍ପଣକୁ ପ୍ରତିଫଳିତ କରୁଛି।”
ଭାରତରେ ‘ନିଓ-କ୍ଲାସିକ୍‌’ ମୋଟରସାଇକେଲ ବର୍ଗର ଅଗ୍ରଣୀ ଜାୱା ୟେଜଦି ମୋଟରସାଇକେଲ୍ ମଧ୍ୟ ଜାୱା “୪୨ ଲାଇଫ୍‌’ରେ ସଦ୍ୟତମ ଉତ୍ପାଦ ଭାବରେ ରାଜ୍ୟରେ ନୂତନ ୩୫୦ ଜାୱା ୪୨ ଏଫଜେ ଉନ୍ମୋଚନ କରିଛି। ବ୍ରାଣ୍ଡ୍‌ର ପ୍ରତିଷ୍ଠାତା ଫ୍ରାଟ୍‌ସେକ୍ ଜାନେକ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ଏହି ଉନ୍ମୋଚନ ଜାୱା ୪୨ ସିରିଜ୍ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଯାହା ପୂର୍ବରୁ ୪୨ ଏବଂ ୪୨ ବବର ଭଳି ମଡେଲ୍‌ରେ ରାଇଡରମାନଙ୍କୁ ଆକର୍ଷିତ କରିସାରିଛି।
ଏହା ସହିତ କମ୍ପାନନି ଆଜି ଅନ୍ୟତମ ବଡ ମୋଟରସାଇକେଲ ବ୍ରାଣ୍ଡ-ବିଏସଏ ଶୁଭାରମ୍ଭ କରିଛି। ଏକଦା ବିଶ୍ୱର ସର୍ବବୃହତ ମୋଟରସାଇକେଲ ନିର୍ମାତା ତଥା ବ୍ରିଟିଶ ଶିଳ୍ପ ଐତିହ୍ୟର ସ୍ତମ୍ଭ ଥିବା ବର୍ମିଂହାମ ସ୍ମଲ୍ ଆର୍ମସ କମ୍ପାନି (ବିଏସଏ)ର ୧୮୬୧ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏହାର ପ୍ରଶଂସକ ଗହଣରେ ଆଦୃତ ଲାଭ କରିଛି ।

Share

Leave a Reply

Your email address will not be published. Required fields are marked *

three − three =