Business

ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଭାରତୀୟ ପାରାଲିମ୍ପିକ୍ କମିଟିର ଅଫିସିଆଲ୍ ବ୍ୟାଙ୍କିଂ ପାର୍ଟନର୍‌


ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ପକ୍ଷରୁ ଅଫିସିଆଲ୍ ବ୍ୟାଙ୍କିଙ୍ଗ ପାର୍ଟନର ଭାବେ ଭାରତୀୟ ପାରାଲିମ୍ପିକ୍ କମିଟି (ପିସିଆଇ) ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଭାରତୀୟ ପାରା-କ୍ରୀଡ଼ାବିତରେ ଉନ୍ନତି ଆଣିବା ଲାଗି ବ୍ୟାଙ୍କର ପ୍ରତିବଦ୍ଧତାକୁ ଏହି ସହଯୋଗିତା ଦର୍ଶାଉଛି। ଇଣ୍ଡସଇଣ୍ଡ ବ୍ୟାଙ୍କ ବିଭିନ୍ନ ପ୍ରକାର କ୍ରୀଡ଼ା କାର୍ଯ୍ୟକ୍ରମ ଜରିଆରେ ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟିତ୍ୱ ବଢ଼ାଇବା ଲାଗି କ୍ରୀଡ଼ାକୁ ବ୍ୟବହାର କରୁଛି।
ଭାରତରେ ପାରାଲିମ୍ପିକ କ୍ରୀଡ଼ାକୁ ସମର୍ଥନ ଓ ପାରା କ୍ରୀଡ଼ାରେ ଉନ୍ନତି ଆଣିବା ଲାଗି ପିସିଆଇ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ପ୍ରତିବଦ୍ଧ ରହିଛନ୍ତି। ପିସିଆଇ ଓ ବ୍ୟାଙ୍କର ଲକ୍ଷ୍ୟ ହେଉଛି ଭିନ୍ନକ୍ଷମ ଥିବା କ୍ରୀଡ଼ାବିତମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରି ସେମାନଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିବାରେ ସହାୟତା ପ୍ରଦାନ କରିବା ଏବଂ ଏକ ପରିବେଶ ସୃଷ୍ଟି କରିବା ଯେଉଁଠାରେ ସେମାନଙ୍କ ସଫଳତାକୁ ମାନ୍ୟତା ପ୍ରଦାନ କରାଯିବ। ପାରାଲିମ୍ପିକ୍ କ୍ରୀଡ଼ାର ପ୍ରେରଣାଦାୟକ ଭାବକୁ ବଜାୟ ରଖିବା ଓ ସାରା ଦେଶରେ ଉନ୍ନତ ପାରା କ୍ରୀଡ଼ା ଲାଗି ବିଭିନ୍ନ ସହଯୋଗୀଙ୍କ ସହ କାମ କରିବାକୁ ପିସିଆଇ ଲକ୍ଷ୍ୟ ରଖିଛି।
ଚଳିତ ବର୍ଷର ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ ଗେମ୍‌ସ ପାଇଁ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ପକ୍ଷରୁ “ହର କଦମ ଜିତ୍ କା”ର ଶୁଭାରମ୍ଭ କରାଯାଇଛି ଯେଉଁଥିର ପାରା-କ୍ରୀଡ଼ାବିତଙ୍କୁ ସହଯୋଗ କରିବାରେ ବ୍ୟାଙ୍କ ଅଗ୍ରଦୂତ ଥିବା ବେଳେ ସେମାନଙ୍କ ଯାତ୍ରାର ପ୍ରତିଟି ପାରେ ସେମାନଙ୍କ ସାଥିରେ ଥିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଭିନ୍ନ ପୃଷ୍ଠଭୂମି ପ୍ରତିଭାବାନ କ୍ରୀଡ଼ାବିତଙ୍କ ଅଂଶଗ୍ରହଣ ଓ ସହଯୋଗକୁ ଉତ୍ସାହିତ କରିବାକୁ ବ୍ୟାଙ୍କ ପ୍ରତିବଦ୍ଧ ରହିଛି।
ଇଣ୍ଡସଇଣ୍ଡ ବ୍ୟାଙ୍କର କର୍ପୋରେଟ୍‌, ବାଣିଜ୍ୟିକ ଏବଂ ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ମୁଖ୍ୟ ତଥା ଇଣ୍ଡସଇଣ୍ଡ ୍ ଫର୍ ସ୍ପୋର୍ଟସ୍‌ର ମେଂଟର ସଞ୍ଜୀବ ଆନନ୍ଦ କହିଛନ୍ତି ଯେ, “ଇଣ୍ଡସଇଣ୍ଡ ବ୍ୟାଙ୍କରେ ଆଗାମୀ ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ କ୍ରୀଡ଼ା ପାଇଁ ଭାରତୀୟ ପାରାଲିମ୍ପିକ୍ କମିଟି ସହିତ ଅଫିସିଆଲ୍ ବ୍ୟାଙ୍କିଙ୍ଗ୍ ପାର୍ଟନର ଭାବରେ ସହଯୋଗିତା ସ୍ଥାପନ କରି ଆମେ ଗର୍ବ ଅନୁଭବ କରୁଛୁ। ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ଆମର ପାରା-ଚାମ୍ପିୟନଙ୍କୁ ସମର୍ଥନ କରିବା ଅତ୍ୟନ୍ତ ଗର୍ବର ବିଷୟ। ଆମର ନୂଆ ଅଭିଯାନ “ହର କଦମ ଜିତ କା” ସେମାନଙ୍କର ଉଲ୍ଲେଖନୀୟ ଭାବନା ଏବଂ ଉପଲବ୍ଧିକୁ ପାଳନ କରୁଛି ଏବଂ ସେମାନଙ୍କ ଯାତ୍ରାର ପ୍ରତ୍ୟେକ ପଦକ୍ଷେପରେ ଇଣ୍ଡସଇଣ୍ଡ ବ୍ୟାଙ୍କ ସେମାନଙ୍କୁ ସମର୍ଥନ କରିବା ଉପରେ ଆଲୋକପାତ କରୁଛି । ଆମେ ଆଶା କରୁଛୁ ଯେ ଏହି ପଦକ୍ଷେପ ପାରା-କ୍ରୀଡ଼ାକୁ ପ୍ରେରଣା ଦେବ ଓ ଉନ୍ନତ କରିବ ଏବଂ ସେମାନଙ୍କର ଅସାଧାରଣ ସଫଳତା ପାଇଁ ଅଧିକ ସ୍ୱୀକୃତି ଏବଂ ସମର୍ଥନ ବଢ଼ାଇବ।”
ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ତଥା ଭାରତୀୟ ପାରାଲିମ୍ପିକ୍ସ କମିଟିର ସଭାପତି ଦେବେନ୍ଦ୍ର ଝାଝରିଆ କହିଛନ୍ତି ଯେ, “ପ୍ୟାରିସ୍ ୨୦୨୪ ପାରାଲିମ୍ପିକ୍ କ୍ରୀଡ଼ା ପାଇଁ ଭାରତୀୟ ପାରାଲିମ୍ପିକ୍ କମିଟିର ଅଫିସିଆଲ୍ ବ୍ୟାଙ୍କିଙ୍ଗ୍ ସହଯୋଗୀ ଭାବେ ଇଣ୍ଡସଇଣ୍ଡ ବ୍ୟାଙ୍କକୁ ଘୋଷଣା କରି ଆମେ ଆନନ୍ଦିତ। ହର କଦମ୍ ଜିତ୍ କା ପ୍ରେରଣାଦାୟୀ ଅଭିଯାନ ଅଧୀନରେ ଏହି ସହଯୋଗିତା କେବଳ ଆର୍ôଥକ ସହାୟତା ନୁହେଁ; ଏହା ଦୃଢ଼ତା, ଉତ୍କର୍ଷତା ଏବଂ ବିଜୟର ଏକ ମିଳିତ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଆମ ଦଳରେ ୮୪ ଜଣ କ୍ରୀଡ଼ାବିତ ରହିଛନ୍ତ, ଯାହା କି ଭାରତର ସର୍ବବୃହତ ଓ ଆମେ ପ୍ୟାରିସରେ ଇତିହାସ ରଚିବାକୁ ଯାଉଛୁ। ଟୋକିଓ ୨୦୨୦ରୁ ଉଲ୍ଲେଖନୀୟ ସଫଳତାକୁ ପଛରେ ପକାଇବା ଲକ୍ଷ୍ୟରେ ଥିବା ଆମ କ୍ରୀଡ଼ାବିତମାନଙ୍କୁ ସମର୍ଥନ କରିବା ପାଇଁ ଇଣ୍ଡସଇଣ୍ଡ ବ୍ୟାଙ୍କର ପ୍ରତିବଦ୍ଧତା ଆମର ସଂକଳ୍ପକୁ ଦୃଢ଼ କରିଛି। ଆମେ ସମସ୍ତେ ମିଶି ଏହି ଅବିଶ୍ୱସନୀୟ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛୁ ଏବଂ ଆମର ବିଶ୍ୱାସ ରହିଛି ଯେ ପ୍ରତ୍ୟେକ ପଦକ୍ଷେପ ସହିତ ବିଜୟ ହାସଲ ହେବ।”

Share

Leave a Reply

Your email address will not be published. Required fields are marked *

8 + 4 =