Business

ଚେନ୍ନାଇରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ତୃତୀୟ ରାଉଣ୍ଡ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଚାଳକ ପ୍ରସ୍ତୁତ


ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ତୃତୀୟ ରାଉଣ୍ଡ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକମାନେ ପ୍ରସ୍ତୁତ ରହିଛନ୍ତି ।
ପୂର୍ବ ରାଉଣ୍ଡରେ ମିଳିଥିବା ସଫଳତାକୁ ଆଧାର କରି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ତୃତୀୟ ରାଉଣ୍ଡରେ ଉଦୀୟମାନ ଯୁବ ରାଇଡରମାନେ ସେମାନଙ୍କ ପ୍ରତିଭା ଓ ନିଷ୍ଠା ପ୍ରଦର୍ଶନ କରିବେ । ଦ୍ୱିତୀୟ ରାଉଣ୍ଡରେ ସେମାନେ ଚମତ୍କାର ପ୍ରତିଭା ପ୍ରଦର୍ଶନ କରିଥିଲେ ।
ମୋହସିନ ପରମବାନ ରେସ୍‌ରେ ଆଧିପତ୍ୟ ବିସ୍ତାର କରିଥିଲେ । ୮ ଲ୍ୟାପ୍ ବିଶିଷ୍ଟ ରେସ୍‌ରେ ନିଜ ମୋଟୋ-୩ ମେସିନ୍ ଜରିଆରେ ସେ ତ୍ରୁଟିହୀନ ପ୍ରଦର୍ଶନ କରିଥିଲେ । ତାଙ୍କ ଭଳି ସାବିଆନ ସାବୁ ଓ ଏ ଏସ୍ ଜେମ୍‌ସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥା୍‌ନରେ ରହିଥିଲେ ।
ଏହି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରେସ୍‌ରେ ସ୍ଥିର ପ୍ରଦର୍ଶନ କରି ସାବିଆନ୍ ସାବୁ ଉପ ବିଜେତା ହୋଇଥିବା ବେଳେ ଏ ଏସ୍ ଜେମ୍‌ସ ତୃତୀୟ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ସେମାନଙ୍କ ଚମତ୍କାର ପ୍ରଦର୍ଶନ ତୃତୀୟ ରାଉଣ୍ଡର ପ୍ରତିଯୋଗିତା ସ୍ତରକୁ ଆହୁରି ଉପରକୁ ନେଇଯାଇଛି ।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ତୃତୀୟ ରାଉଣ୍ଡରେ ୧୧ ଜଣ ଯୁବ ରାଇଡର୍ ନିଜର ମୋଟୋ-୩ ମେସିନ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌କୁ ନେଇ ପ୍ରତିଯୋଗିତା କରିବେ । ସେମାନଙ୍କ ଭିତରେ ଦୁଇ ଜଣ ମହିଳା ରାଇଡର୍ ରହିଛନ୍ତି । ସେମାନେ ହେଉଛି ରକ୍ଷୀତା ଏସ୍ ଡାଭେ ଓ ଜଗତିଶ୍ରୀ କୁମାରେସନ୍ ।
ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିଅନସିପ ପାଇଁ ପରବର୍ତୀ ପିଢ଼ିର ଯୁବ ରାଇଡର୍‌ଙ୍କ ଲାଗି ଏକ ସମ୍ମାନଜନକ ପ୍ଲାଟଫର୍ମ ଭାବେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌କୁ ପ୍ରସ୍ତୁତ ଓ ବିକାଶ କରାଯାଇଛି । ଏହାର ୨୦୨୪ ସିଜନ୍‌ରେ ପାଂଚଟି ରାଉଣ୍ଡ ରହିଛି । ଯାହାର ପ୍ରଥମ ରାଉଣ୍ଡ ଜୁନ୍ ୧୪-୧୬ ପର୍ଯ୍ୟନ୍ତ ଚେନ୍ନାଇର ମାଡ୍ରାସ୍ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ଆରମ୍ଭ ହୋଇଥିଲା । ତୃତୀୟ ରାଉଣ୍ଡ ଅଗଷ୍ଟ ୨-୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହି ସମାନ ସ୍ଥାନରେ ସେପ୍ଟେମ୍ବର ଓ ଅକ୍ଟୋବରରେ ଚତୁର୍ଥ ଓ ପଂଚମ ରାଉଣ୍ଡ ରେସ୍ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

four × two =