Business

ଗୋଦରେଜ ଆଣ୍ଡ ବଏସ୍ ପକ୍ଷରୁ ଜୁଏଲର୍ସଙ୍କୁ ନୂଆ ନିୟମ ସମ୍ପର୍କରେ ସଚେତନ କରିବା ପାଇଁ ଭୁବନେଶ୍ୱରରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଗୋଦରେଜ ଏଣ୍ଟରପ୍ରାଇଜେସ୍ ଗ୍ରୁପ୍ ଅଧୀନସ୍ଥ ଗୋଦରେଜ ଆଣ୍ଡ୍ ବଏସର ସୁରକ୍ଷା ସମାଧାନ ବ୍ୟବସାୟ ପକ୍ଷରୁ ବିଆଇଏସ୍ ଦ୍ୱାରା ନିର୍ଧାରିତ ନୂତନ ଶ୍ରେଣୀ ଇ-ମାନକ ଅନୁଯାୟୀ ଅଳଙ୍କାର କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଅତ୍ୟାଧୁନିକ ହାଇ ସିକ୍ୟୁରିଟି ଉତ୍ପାଦ ‘ଡିଫେଣ୍ଡର ଅରୁମ ପ୍ରୋ’କୁ ଉନ୍ମୋଚନ କରାଯାଇଛି।
ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ନୂତନ ଗୁଣବତା ନିୟନ୍ତ୍ରଣ ଆଦେଶ (କ୍ୟୁସିଓ) ପ୍ରଚଳନ କରାଯିବା ପରେ ଏହି ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି। ଜୁନ୍ ୨୦୨୪ରୁ ବିଆଇଏସ୍‌-ସାର୍ଟିଫାଏଡ୍ ହାଇସିକ୍ୟୁରିଟି ସେଫ୍‌, ଡୋର୍ ଏବଂ ଲକର ବିକ୍ରି ବାଧ୍ୟତାମୂଳକ କରାଯାଇଛି। ଏହି ଆଦେଶ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନର ଆହ୍ୱାନ କରୁଛି ଯାହା ଗହଣା ବ୍ୟବସାୟୀମାନଙ୍କୁ ସେମାନଙ୍କର ସୁରକ୍ଷା ଭିତିଭୂମିକୁ ସାର୍ଟିଫାଏଡ ଉତ୍ପାଦରେ ଅପଗ୍ରେଡ୍ କରିବାକୁ ବାଧ୍ୟ କରିବା ସହ ଉନ୍ନତ ସୁରକ୍ଷା ଏବଂ ମାନସିକ ଶାନ୍ତି ସୁନିଶ୍ଚିତ କରୁଛି।
ଗୋଦରେଜ୍ ଆଣ୍ଡ ବଏସର ସୁରକ୍ଷା ସମାଧାନ ବ୍ୟବସାୟ ସୁରକ୍ଷା ମାନଦଣ୍ଡକୁ ଆଗକୁ ବଢ଼ାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଏବଂ ନୂତନ ‘ଡିଫେଣ୍ଡର ଅରୁମ ପ୍ରୋ କ୍ଲାସ୍ ଇ-ସେଫ୍‌’ ଏହି ପ୍ରତିବଦ୍ଧତାର ପ୍ରମାଣ। ଏହି ଉତ୍ପାଦ ଅତ୍ୟାଧୁନିକ ନିୟମାବଳୀ ଦ୍ୱାରା ନିର୍ଧାରିତ ଆବଶ୍ୟକତାକୁ ପୂରଣ କରୁଛି। ଏହା ଗହଣା ବ୍ୟବସାୟୀମାନଙ୍କୁ ସେମାନଙ୍କ ମୂଲ୍ୟବାନ ସାମଗ୍ରୀ ପାଇଁ ଅତୁଳନୀୟ ସୁରକ୍ଷା ପ୍ରଦାନ କରିବ। ଅଳଙ୍କାର ଶିଳ୍ପ ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଥିବା ‘ଡିଫେଣ୍ଡର ଅରୁମ ପ୍ରୋ’ ଗହଣା ବ୍ୟବସାୟୀଙ୍କ ଅନନ୍ୟ ଆବଶ୍ୟକତା ଅନୁଯାୟୀ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ପ୍ରଦାନ କରିୁଛି। ସେମାନଙ୍କ ମୂଲ୍ୟବାନ ଗହଣାକୁ ସୁରକ୍ଷିତ ରଖିବା ସହିତ ନିୟମାବଳୀ ଅନୁପାଳନକୁ ସୁନିଶ୍ଚିତ କରୁଛି।
ଡିଫେଣ୍ଡର ଅରୁମ ପ୍ରୋ ବ୍ୟତୀତ ଗୋଦରେଜ୍ ଆଣ୍ଡ ବଏସର ସୁରକ୍ଷା ସମାଧାନ ବ୍ୟବସାୟ ‘ସ୍ମାର୍ଟଫୋଗ୍‌’ ସିଷ୍ଟମ୍ ଆରମ୍ଭ କରାଯାଇଛି। ଏହା ହେଉଛି ଏକ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଯାହା ଅନୁପ୍ରବେଶକାରୀଙ୍କୁ ଭ୍ରାନ୍ତ କରୁଥିବା ଏକ କୁହୁଡ଼ିର ଆସ୍ତରଣ ସୃଷ୍ଟି ପୂର୍ବକ ଅତିରିକ୍ତ ସୁରକ୍ଷା ସ୍ତର ସୃଷ୍ଟି କରିଥାଏ। ଏହାକୁ ସୁରକ୍ଷାର ଅତିରିକ୍ତ ସ୍ତର ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ‘ଅକୁଗୋଲ୍ଡ’ ହେଉଛି ସୁନାର ଶୁଦ୍ଧତା ପରୀକ୍ଷା ମେସିନ୍ ଯାହା ଗହଣା ବ୍ୟବସାୟୀମାନଙ୍କୁ ସୁନାର ଶୁଦ୍ଧତା ସୁନିଶ୍ଚିତ କରିବା ପାଇଁ ଏକ ନିର୍ଭରଯୋଗ୍ୟ ଉପକରଣ ପ୍ରଦାନ କରୁଛି। ଏହି ନବସୃଜନଗୁନିକ ଭାରତରେ ଗହଣାର ସୁରକ୍ଷା ଆବଶ୍ୟକତା ପୂରଣ କରିବା ପ୍ରତି କଂପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏହି ଅବସରରେ ଗୋଦରେଜ ଆଣ୍ଡ ବଏସର ସୁରକ୍ଷା ସମାଧାନ ବ୍ୟବସାୟର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବ୍ୟବସାୟ ମୁଖ୍ୟ ପୁଷ୍କର ଗୋଖଲେ କହିଛନ୍ତି ଯେ, “ନବସୃଜନ ଉପରେ ଆମର ନିରନ୍ତର ଧ୍ୟାନ ଏବଂ ଗ୍ରାହକଙ୍କ ପରିବର୍ତିତ ନିରାପତା ଆବଶ୍ୟକତାକୁ ଆକଳନ କରିବାର ଆମର ଦକ୍ଷତା ଦ୍ୱାରା ଆମର ଯାତ୍ରା ନିର୍ଧାରିତ ହୋଇଛି। ‘ଡିଫେଣ୍ଡର ଅରୁମା ପ୍ରୋ କ୍ଲାସ ଇ-ସେଫ’ ପ୍ରଚଳନ ଏହି ଦିଗରେ ଏକ ପଦକ୍ଷେପ। ଭାରତରେ ଗହଣା ବ୍ୟବସାୟୀ ଏବଂ ଗ୍ରାହକଙ୍କ ବିକଶିତ ଆବଶ୍ୟକତାକୁ ବୁଝିବା ପାଇଁ ଆମେ ନିୟାମକମାନଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରିଛୁ ଏବଂ ଆଧୁନିକ ସମୟର ବିପଦରୁ ରକ୍ଷା କରିବା ଏବଂ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବାରେ ସକ୍ଷମ ସେଫ୍ ପ୍ରଚଳନ କରିଛୁ। ‘ସ୍ମାର୍ଟଫୋଗ୍‌’ ଏବଂ ‘ଅକୁଗୋଲ୍ଡ’ର ଶୁଭାରମ୍ଭ ଅଳଙ୍କାରକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଆମର ସମର୍ପଣକୁ ଦର୍ଶାଉଛି। ଓଡ଼ିଶାରେ ଅଳଙ୍କାର ବଜାର ବୃଦ୍ଧି ପାଉଥିବା ବେଳେ ବିଶେଷ କରି ଭୁବନେଶ୍ୱରରେ ସାର୍ଟିଫାଏଡ୍‌, ଉଚ୍ଚମାନର ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି। ଆମେ ଏହି ପରିବର୍ତନର ନେତୃତ୍ୱ ନେଇ ଗର୍ବିତ। ସେଥିପାଇଁ ଆମେ ସୁନିଶ୍ଚିତ କରିବା ପାଇଁ ଚାହୁଁଛୁ ଯେ, ବ୍ୟବସାୟୀମାନେ ସେମାନଙ୍କର ଗହଣାର ନିରାପତ୍ତା ଚିନ୍ତା ଛାଡ଼ି ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରିପାରିବେ।”
ଗୁଣବତା ନିୟନ୍ତ୍ରଣ ଆଦେଶ ପ୍ରଚଳନ ବର୍ତମାନ ସ୍ଥାନୀୟ ସ୍ତରରେ ନିର୍ମିତ, ଅଣବ୍ରାଣ୍ଡେଡ୍ ସେଫ୍ ଉପରେ ନିର୍ଭର କରୁଥିବା ଗହଣା ବ୍ୟବସାୟୀଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଏହି ନୂତନ ନିୟମ ଡିଫେଣ୍ଡର ଅରୁମ ପ୍ରୋ ପରି ସାର୍ଟିଫାଏଡ ଉତ୍ପାଦ ପ୍ରତି ଆଗ୍ରହ ବଢ଼ାଯଇବ। ଏହା ଯାହା ଉଭୟ ଅନୁପାଳନ ଏବଂ ଉନ୍ନତ ସୁରକ୍ଷାର ଗ୍ୟାରେଣ୍ଟି ଦେଉଛି। ଓଡ଼ିଶାର ଅଳଙ୍କାର ବଜାରରେ ଦୃଢ଼ ଅଭିବୃଦ୍ଧି ଘଟିଥିବା ବେଳେ ୫ ହଜାରରୁ ଅଧିକ ଗହଣା ବ୍ୟବସାୟୀ ହଲମାର୍କିଂ ପାଇଁ ବିଆଇଏସରେ ପଞ୍ଜୀକୃତ ହୋଇଥିବାରୁ ଗୋଦରେଜ୍ ଆଣ୍ଡ ବଏସର ସୁରକ୍ଷା ସମାଧାନ ବ୍ୟବସାୟ ଏହି ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଉନ୍ନତ ସ୍ଥିତିରେ ରହିଛି।
ଭୁବନେଶ୍ୱରରେ ପ୍ରତ୍ୟକ୍ଷ ସୁରକ୍ଷା ଉତ୍ପାଦଗୁଡ଼ିକର ବଜାର ଅଂଶ ୬୫% ରହିବ ବୋଲି ଆଶା କରାଯାଉଥିବା ଗୋଦରେଜ ଆଣ୍ଡ ବଏସର ନିରାପତା ସମାଧାନ ବ୍ୟବସାୟ ଆଗାମୀ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ବଜାର ଅଂଶ ହାସଲ କରିବାର କ୍ଷମତା ଉପରେ ବିଶ୍ୱାସ ରଖିଛି। ଉଦ୍ଭାବନ ପ୍ରତି କମ୍ପାନୀର ପ୍ରତିବଦ୍ଧତା ଏବଂ ଏହାର ଦୃଢ଼ ସହଯୋଗୀ ନେଟୱାର୍କ ଏହାକୁ ଉଭୟ ଓଡ଼ିଶା ଏବଂ ସମଗ୍ର ଭାରତରେ ସୁରକ୍ଷା ସମାଧାନ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍ଥା ଭାବେ ଉପସ୍ଥାପିତ କରିଛି।

Share

Leave a Reply

Your email address will not be published. Required fields are marked *

twelve − one =