Business

ଗୋଦାବରୀ ବାୟୋରିଫାଇନାରିଜ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଭାରତରେ ଇଥାନଲ ଭିତିକ ରସାୟନର ପ୍ରମୁଖ ଉତ୍ପାଦନକାରୀ ଗୋଦାବରୀ ବାୟୋରିଫାଇନାରିଜ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି ।
ଫ୍ରଷ୍ଟ ଆଣ୍ଡ ସୁଲିଭାନ ରିପୋର୍ଟ ଅନୁସାରେ ସ୍ଥାପିତ କ୍ଷମତା ଦୃଷ୍ଟିରୁ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନି ଭାରତର ସର୍ବବୃହତ ସମନ୍ୱିତ ବାୟୋ-ରିଫାଇନାରି ହୋଇ ରହିଛି ଏବଂ ଏହା ହେଉଛି ବିଶ୍ୱରେ ସର୍ବବୃହତ ଏମପିଓ ନିର୍ମାତା । ନାଚୁରାଲ ୧, ୩ ବୁଟେଲିନ ଗ୍ଲାଇକଲର ନିର୍ମାତାଙ୍କ ମଧ୍ୟରୁ ଏହା ଅନ୍ୟତମ । ବାୟୋ ଇଥାଇଲ ଆସେଟେଟର ନିର୍ମାଣ କରୁଥିବା ଏହା ଭାରତର ଏକମାତ୍ର କମ୍ପାନି ।
କମ୍ପାନି ଏହାର ଇକ୍ୱିଟି ସେୟାର ଜାରି କରି ବଜାରରୁ ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି । ଇସ୍ୟୁର ପରିମାଣ ହେଉଛି ୩୨୫ କୋଟି ଟଙ୍କା ଏବଂ ଅଂଶଧନକାରୀମାନେ ଅଫର ଫର ସେଲରେ ୬,୫୨୬,୯୮୩ ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ଏହାର ବକେୟା ଥିବା ୨୪୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବା ।
ଅଫର ଫର ସେଲରେ ମଣ୍ଡଳା କ୍ୟାପିଟାଲ ଏଜି ଲିମିଟେଡ ପକ୍ଷରୁ ୪,୯୨୬,୯୮୩ ଇକ୍ୱିଟି ସେୟାର, ସୋମାଇୟା ଏଜେନ୍ସି ପ୍ରାଇଭେଟ ଲିମିଟେଡ ପକ୍ଷରୁ ୫୦୦,୦୦୦ ଇକ୍ୱିଟି ସେୟାର, ସମୀର ଶାନ୍ତିଲାଲ ସୋମାଇୟା ପକ୍ଷରୁ ୨,୦୦,୦୦୦ ଇକ୍ୱିଟି ସେୟାର, ଲକ୍ଷ୍ମୀୱାଡ଼ି ମାଇନ୍ସ ଆଣ୍ଡ ମିନେରାଲ୍‌‌ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୨,୦୦,୦୦୦ ଇକ୍ୱିଟି ସେୟାର, ଫିଲମିଡିଆ କମ୍ୟୁନିକେସନ ସିଷ୍ଟମସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୩,୦୦,୦୦୦ ଇକ୍ୱିଟି ସେୟାର ଏବଂ ସୋମାଇୟା ପ୍ରପର୍ଟିଜ ଆଣ୍ଡ ଇନଭେଷ୍ଟମେଂଟସ ଲିମିଟେଡ ପକ୍ଷରୁ ୧,୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଇକ୍ୱିରସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ ।

Share

Leave a Reply

Your email address will not be published. Required fields are marked *

9 + 19 =