Business

ଭାରତରେ କ୍ରୋମା ପକ୍ଷରୁ ୫୦୦ ଷ୍ଟୋର୍ ସହ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ

ଭୁବନେଶ୍ୱର: କ୍ରୋମା ପକ୍ଷରୁ ଭାରତରେ ଏହାର ୫୦୦ତମ ଷ୍ଟୋର ଖୋଲାଯାଇଛି ଯାହା କଂପାନିର ଅଭିବୃଦ୍ଧି ଓ ସମ୍ପ୍ରସାରଣ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସୃଷ୍ଟି କରିଛି । ଏହି ସଫଳତାକୁ ପାଳନ କରି କମ୍ପାନି “ହାପି ୫୦୦ ଟୁ ୟୁ” ଅଭିଯାନର ଶୁଭାରମ୍ଭ କରିଛି । ସାରା ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ଗ୍ରାହକମାନଙ୍କୁ ଉନ୍ନତ ମାନର ଇଲେକ୍ଟ୍ରୋନିକ୍ସ ଏବଂ ଅସାଧାରଣ ଗ୍ରାହକ ସେବା ପ୍ରଦାନ କରିବା ଦିଗରେ କ୍ରୋମାର ପ୍ରୟାସ ଉପରେ ଏହି ଅଭିଯାନ ଗୁରୁତ୍ୱାରୋପ କରୁଛି ।
ଏହି ଉଲ୍ଲେଖନୀୟ ସଫଳତାକୁ ସ୍ମରଣୀୟ କରିବା ପାଇଁ କ୍ରୋମା ପକ୍ଷରୁ ଗ୍ରାହକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ୨୦୨୪ ଜୁନ୍ ୧୯ରୁ ଜୁନ୍ ୨୩ ପର୍ଯ୍ୟନ୍ତ କ୍ରୋମା ଷ୍ଟୋର, କ୍ରୋମା (.)ଡଟ୍ କମ୍ ଏବଂ ଟାଟା ନ୍ୟୁର ସମସ୍ତ ପଏଂଟ୍‌ରେ କୁପନ୍ କୋଡ୍ “ଏଚ୍‌୫୦୦ଟିୟୁ” ବ୍ୟବହାର କରି ଗ୍ରାହକମାନେ ସେମାନଙ୍କ କ୍ରୟ ଉପରେ ୧୦% ରିହାତି ପାଇପାରିବେ । ଗ୍ରାହକମାନେ ବର୍ଷ ବର୍ଷ ଧରି ଦେଖାଇଥିବା ଅତୁଟ ସମର୍ଥନ ଏବଂ ବିଶ୍ୱାସ ପାଇଁ ଧନ୍ୟବାଦ ଜଣାଇବାର ଏକ ପ୍ରୟାସ ହେଉଛି କମ୍ପାନିର ଏହି ଅଫର ।
କ୍ରୋମା ଇନଫିନିଟି-ରିଟେଲ ଲିମିଟେଡର ଡେପୁଟି ସିଇଓ ଶିବାଶିଷ କହିଛନ୍ତି ଯେ, “ଆମର ୫୦୦ତମ ଷ୍ଟୋର ଖୋଲିବା ଏକ ବିଶେଷ ଉପଲବ୍ଧି, କାରଣ ଏହା ଗ୍ରାହକଙ୍କ ନିକଟତର ହେବାକୁ ଆମର ସମର୍ପଣକୁ ଦର୍ଶାଉଛି । ଏହା ସହିତ ଆମେ ଏବେ ଦେଶର କୋଣ ଅନୁକୋଣରେ ପହଂଚିଛୁ ଏବଂ ଦେଶର ଅଧିକ ସମ୍ପ୍ରଦାୟ ପାଖରେ ଗ୍ୟାଜେଟ୍ ପହଂଚାଇବା ସହ ନିଜର ପାଦ ବିସ୍ତାର କରିବା ଜାରି ରଖିବୁ।
ଇଲେକ୍ଟ୍ରୋନିକ୍ସ ରିଟେଲରେ କ୍ରୋମା ଆରମ୍ଭରୁ ଘରେ ଘରେ ପରିଚିତ ହେବା ପର୍ଯ୍ୟନ୍ତ କ୍ରମାଗତ ଅଭିନବତା ଏବଂ ଗ୍ରାହକ-କେନ୍ଦ୍ରୀତ ରଣନୀତି ଦ୍ୱାରା ପରିଚାଳିତ ହୋଇଛି । ଆଜି କ୍ରୋମା ଭାରତର ଜାତୀୟ ବୃହତ୍ ଫର୍ମାଟ ସ୍ୱତନ୍ତ୍ର ଓମନି-ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ ଭାବେ ଉଭା ହୋଇଛି । ଏହା ୧୮୦ରୁ ଅଧିକ ପ୍ରମୁଖ ସହରରେ ୫୫୦ରୁ ଅଧିକ ବ୍ରାଣ୍ଡରେ ୧୬,୦୦୦ରୁ ଅଧିକ ଉତ୍ପାଦ ପ୍ରଦାନ କରୁଛି । ଏହି ବିଶାଳ ଉତ୍ପାଦ ପରିସର ଏବଂ ବ୍ୟାପକ ଉପସ୍ଥିତି ଗ୍ରାହକମାନେ ଅନଲାଇନ୍ ସପିଂ ହେଉ କିମ୍ବା ଷ୍ଟୋର୍‌ରେ ଇଲେକ୍ଟ୍ରୋନିକ୍ସରେ ଅତ୍ୟାଧୁନିକ ଏବଂ ସର୍ବୋତମ ଉତ୍ପାଦ ପାଇବାକୁ ସୁନିଶ୍ଚିତ କରୁଛି ।
“ହାପି ୫୦୦ ଟୁ ୟୁ” ଅଭିଯାନ ବିଷୟରେ ଅଧିକ ବିବରଣୀ ପାଇଁ ଏବଂ ଉତ୍ପାଦର ବ୍ୟାପକ ପରିସର ଅନୁସନ୍ଧାନ କରିବା ପାଇଁ, କ୍ରୋମା ଷ୍ଟୋର, କ୍ରୋମା (.)ଡଟ୍ କମ୍ କିମ୍ବା ଟାଟା ନ୍ୟୁ ପରିଦର୍ଶନ କରନ୍ତୁ । କ୍ରୋମା ସହିତ ଆପଣଙ୍କ ପ୍ରିୟ ଇଲେକ୍ଟ୍ରୋନିକ୍ସ ଉପରେ ରିହାତି ଉପଭୋଗ କରିବାକୁ ଏହି ସୀମିତ ସମୟ ଅଫରର ଲାଭ ନିଅନ୍ତୁ ।

Share

Leave a Reply

Your email address will not be published. Required fields are marked *

eight − three =