Businessଟେକ୍ନୋଲୋଜି

ଉଚ୍ଚ-କ୍ଷମତାସମ୍ପନ୍ନ ‘ମେଡ୍-ଇନ୍-ଇଣ୍ଡିଆ’ଫ୍ରଣ୍ଟ ଲେଡ୍ ୱାଶିଙ୍ଗ୍ ମେଶିନର ଉନ୍ମୋଚନ କରିଛି BSH Home Appliances

ଅଗଷ୍ଟ, ୨୦୨୪ () ହୋମ୍ ଆପ୍ଲାଏନ୍ସ ଶିଳ୍ପରେ ଏକ ଗ୍ଲୋବାଲ ଲିଡର BSH Hausgeräte GmbH ର ଏକ ସହାୟକ କମ୍ପାନୀ BSH Home Appliances Pvt. Ltd ଏହାର ନୂତନ ‘ମେଡ୍-ଇନ୍-ଇଣ୍ଡିଆ’ Bosch and Siemens ଫ୍ରଂଟ୍-ଲୋଡିଂ ୱାଶିଙ୍ଗ ମେଶିନ ରେଞ୍ଜର ଉନ୍ମୋଚନ କରିଛି । 9-10kg ଲୋଡ୍କୁ ନିୟନ୍ତ୍ରଣ କରିବାର ଏକ କ୍ଷମତା, ଅତ୍ୟାଧୁନିକ ଶକ୍ତି ଦକ୍ଷତା ଓ ଟେକ୍ନୋଲୋଜି ସହିତ ଏହି ୱାଶିଙ୍ଗମେଶିନଗୁଡିକୁ ସଠିକତା ଓ ଶକ୍ତି ସହ ସମସ୍ତ ସଫେଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ସିଲ୍ଭର, ଡାର୍କ ଗ୍ରେ ଓ ଡାର୍କ ଲେକ୍ ଭଳି ଚମତ୍କାର ରଙ୍ଗରେ ଉପଲବ୍ଧ ଏହି ମେଶିନଗୁଡିକ କେବଳ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରୁନାହାନ୍ତି ବରଂ ଆପଣଙ୍କର ଲଣ୍ଡ୍ରି ସ୍ପେଶରେ ବିଳାସପୂର୍ଣ୍ଣତାର ଏକ ସ୍ପର୍ଶ ଯୋଗ କରୁଛନ୍ତି ।

ଭାରତୀୟ ଘରଗୁଡିକ ବିକଶିତ ହେବା ଜାରି ରଖିଥିବା ବେଳେ ସେମାନଙ୍କର ଲଣ୍ଡ୍ରି ବା ସଫେଇ ଆବଶ୍ୟକତା ମଧ୍ୟ ବିକଶିତ ହୋଇଛି । ଉଚ୍ଚ କ୍ଷମତାସମ୍ପନ୍ନ ୱାଶିଙ୍ଗ ମେଶିନ, ବିଶେଷ କରି 9kg ଓ 10kg ମଡେଲଗୁଡିକ ପାଇଁ ଚାହିଦା ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ପରିଲକ୍ଷିତ କରିଛି । ଏହି ପରିବର୍ତନ ପ୍ରାଥମିକ ଭାବେ ସପ୍ତାହାନ୍ତରେ ସଫେଇ, ସଫେଇ ଚକ୍ର ହ୍ରାସ କରିବାର ଏକ ଇଚ୍ଛା ଏବଂ କର୍ଟନ, ବେଡ୍ସିଟ, ଟାୱେଲ ଓ ରେଜେଇ ସମେତ ଭାରି କପଡାଗୁଡିକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଭଳି ଉପଭୋକ୍ତା ଧାରାଗୁଡିକ ଦ୍ୱାରା ପରିଚାଳିତ ହୋଇଛି । 2022 ରୁ to 2023 ମଧ୍ୟରେ 9kg ଫ୍ରଂଟ୍ ଲୋଡ୍ ୱାଶିଙ୍ଗ ମେଶିନଗୁଡିକର ବଜାର 70%ରୁ ଅଧିକର ଆକର୍ଷଣୀୟ ଅଭିବୃଦ୍ଧି ହାସଲ କରିଥିବା ବେଳେ 10kg ସେଗ୍ମେଂଟ୍ ଏକ ଉଲ୍ଲେଖନୀୟ ତିନି ଅଙ୍କ ବିଶିଷ୍ଟ ବୃଦ୍ଧି ଦେଖିଥିଲା । ଏହି ଚମତ୍କାର ଅଭିବୃଦ୍ଧି ବୃହତ କ୍ଷମତାର ମେଶିନଗୁଡିକ ପାଇଁ ବଢୁଥିବା ପସନ୍ଦକୁ ସୂଚିତ କରୁଛି, ଯାହା ବ୍ୟସ୍ତ ରହୁଥିବା ପରିବାରଗୁଡିକ ପାଇଁ ଉନ୍ନତ ସୁବିଧା ଓ ଦକ୍ଷତା ପ୍ରଦାନ କରିଥାଏ ।
BSH Home Appliances ଉଦ୍ଭାବନ ସହିତ ଆଗକୁ ବଢିବା ଜାରି ରଖିଛି, 70 ବର୍ଷରୁ ଅଧିକ ସମୟର ଫ୍ରଂଟ୍ ଲୋଡ୍ ୱାଶିଙ୍ଗ ମେଶିନ ନିର୍ମାଣ କରିବାର କଳାରୁ ପ୍ରେରଣା ହାସଲ କରୁଛି । ଏହି ନୂଆ ରେଞ୍ଜର Bosch and Siemens ମେଶିନଗୁଡିକ ଏକ ଅତୁଳନୀୟ ସଫେଇ ଅନୁଭୂତି ପ୍ରଦାନ କରୁଛନ୍ତି, ଉତ୍କୃଷ୍ଟମାନର ପୋଷାକ ଯତ୍ନ ଓ ସୁବିଧାର ପ୍ରତିଶ୍ରୁତି ଦେଉଛନ୍ତି । ଜର୍ମାନ ଷ୍ଟାଣ୍ଡାର୍ଡର ଗୁଣବତା ଓ ଡିଜାଇନ ସହ ନିର୍ମିତ ଏହି ‘ମେଡ ଇନ୍ ଇଣ୍ଡିଆ’ ୱାଶିଙ୍ଗ ମେଶିନଗୁଡିକ ଆନ୍ତର୍ଜାତୀୟ ବେଂଚ୍ମାର୍କ ସହ ମେଳ ଖାଉଥିବା ନିର୍ଭରଯୋଗ୍ୟତା ଓ କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରୁଛନ୍ତି । ଏହି ନୂଆ ରେଞ୍ଜକୁ ଭାରତରେ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଭଲ ଭାବରେ ବୁଝି ପରିକଳ୍ପନା କରାଯାଇଛି, ଏହା ଉତମ ଯତ୍ନ ଓ କାର୍ଯ୍ୟଦକ୍ଷତାର ଉପଯୁକ୍ତ ମିଶ୍ରଣ ପ୍ରଦାନ କରୁଥିବା ଅଭିନବ ଫିଚରଗୁଡିକୁ ବାଧାମୁକ୍ତ ଭାବେ ଏକତ୍ରିତ କରୁଛି, ଯାହା ଆପଣଙ୍କର ସମଗ୍ର ୱାର୍ଡରୋବ୍ ପାଇଁ ବାସ୍ତବ ଯତ୍ନ ନିଶ୍ଚିତ କରୁଛି ।

Bosch and Siemens ଫ୍ରଂଟ୍-ଲୋଡ୍ ୱାଶିଙ୍ଗମେଶିନଗୁଡିକ ଟିୟୁଭି ଟେଷ୍ଟ ପାସ୍ କରିଥିବା ଭାରତର ପ୍ରଥମ ୱାଶିଙ୍ଗ ମେଶିନ ଅଟନ୍ତି, ଯାହା ଗ୍ୟାରେଂଟି ଦେଉଛି ଯେ, 50ଟି ୱାଶ ପରେ ମଧ୍ୟ ଆପଣଙ୍କର ପୋଷାକଗୁଡିକ ନିଜ କପଡାର ଅଖଣ୍ଡତା ଓ ରଙ୍ଗର ଜୀବନ୍ତତାକୁ ବଜାୟ ରଖିବେ । ଏହି ପରୀକ୍ଷଣ ଏକାଧିକ ସଫେଇ ପରେ ମଧ୍ୟ ଆପଣଙ୍କ ପୋଷାକଗୁଡିକର ଲୁକ୍ ଓ ଅନୁଭବକୁ ସଂରକ୍ଷିତ ରଖୁଥିବା ନିର୍ଭରଯୋଗ୍ୟ ଓ ଉଚ୍ଚମାନର ଯତ୍ନ ପ୍ରଦାନ କରିବା ପ୍ରତି ବ୍ରାଣ୍ଡର ପ୍ରତିବଦ୍ଧତା ପ୍ରତି ଏକ ପ୍ରମାଣ ଅଟେ ।

  • ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଭରେ ପରିଣତ ହୋଇଥିବା ପ୍ରମୁଖ ଫିଚର:

ସଫ୍ଟକେୟାର ପ୍ୟାଡେଲ ଓ ଡ୍ରମ୍- ଏହାର ଡୁଆଲ-ଆକ୍ସନ ଡିଜାଇନ ସହିତ ସଫ୍ଟକେୟାର ପ୍ୟାଡେଲ ଓ ଡ୍ରମ୍ କୋମଳତା ଓ ଶକ୍ତିର ଉପଯୁକ୍ତ ସନ୍ତୁଳନ ପ୍ରଦାନ କରୁଛି । ଏହାର ସ୍ମୁଥ୍ ସାଇଡ ସୂକ୍ଷ୍ମ କପଡାଗୁଡିକ ଯେପରି କୋମଳ ଯତ୍ନ ପାଇବେ ତାହା ନିଶ୍ଚିତ କରିଥାଏ ଏବଂ ପିମ୍ପଲ୍ଡ ସର୍ଫେସ୍ ଗାଢ ଦାଗକୁ ଦୂର କରିଥାଏ, କପଡାର ଗୁଣବତାକୁ ସଂରକ୍ଷିତ ରଖିଥାଏ । ଏହି ଅଭିନବ ଡିଜାଇନ ପୋଷାକର ଅଖଣ୍ଡତା ବଜାୟ ରଖି ବିସ୍ତୃତ ସଫେଇ ଦେଇଥାଏ, ଗ୍ରାହକଙ୍କୁ ପ୍ରତ୍ୟେକ ସଫେଇ ସହିତ ସେମାନଙ୍କର ପୋଷାକଗୁଡିକର ଉପଯୁକ୍ତ ଯତ୍ନ ନିଆଯାଉଛି ବୋଲି ଆତ୍ମବିଶ୍ୱାସ ପ୍ରଦାନ କରିଥାଏ ।

ଇଜି ଆଇରନ ଷ୍ଟିମ୍ ଆସିଷ୍ଟ (ଇଆଇଏସ୍ଏ)- ଇଆଇଏସ୍ଏ ଫିଚର ସହିତ ଅଧିକ ସୁବିଧାର ଅନୁଭୂତି ପାଆନ୍ତୁ, ଯାହା କେବଳ 23 ମିନିଟ୍ରେ ପୋଷାକଗୁଡିକର କୁଂଚନ 50% ଯାଏଁ ହ୍ରାସ କରିଥାଏ । ପୋଷାକଗୁଡିକୁ ଶୀଘ୍ର ସତେଜ କରିବା ପାଇଁ ଉପଯୁକ୍ତ ଥିବା ଏହି ଫିଚର ଆଇରନ କରିବାର ଆବଶ୍ୟକତାକୁ ଦୂର କରିଥାଏ ପୋଷାକକୁ ପୁଣିଥରେ ପରିଧାନ କରିବା ପାଇଁ ପ୍ରସ୍ତୁତ ରଖିଥାଏ । ସବୁବେଳେ ଯାତ୍ରା କରୁଥିବା ଏବଂ ବାହାରକୁ ଯିବା ପୂର୍ବରୁ ଶୀଘ୍ର ସତେଜତା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ଉପଯୁକ୍ତ ଇଆଇଏସ୍ଏ ସମୟ ଓ ପ୍ରୟାସ ସଂଚୟ କରି ଜୀବନକୁ ସହଜ କରିଥାଏ, ପୋଷାକଗୁଡିକ ଯେପରି କମ୍ ଅସୁବିଧାରେ ସର୍ବୋତମ ଦେଖାଯିବ ତାହା ନିଶ୍ଚିତ କରିଥାଏ ।

ଆଂଟିଷ୍ଟେନ୍ ଟେକ୍ନୋଲୋଜି: ଭାରତୀୟ ପରିବାରଗୁଡିକ ପାଇଁ ନିର୍ମିତ ଆଂଟିଷ୍ଟେନ ପ୍ରୋଗ୍ରାମ ନିର୍ଦ୍ଧିଷ୍ଟ ଦାଗ ଓ ପୋଷାକଗୁଡିକ ପାଇଁ ସ୍ୱୟଂଚାଳିତ ଭାବେ ତାପମାତ୍ରା, ଡ୍ରମ୍ର ଗତିଶୀଳତା ଓ ଭିଜିବା ସମୟକୁ ନିୟନ୍ତ୍ରଣ କରିଥାଏ, ଯାହା ଗାଢ ଦାଗଗୁଡିକର ଆରାମଦାୟକ ଓ ନିର୍ଭରଯୋଗ୍ୟ ଅପସାରଣ ନିଶ୍ଚିତ କରିଥାଏ । ଏହି ଫିଚର ତେଲ, ଝାଳ, ଚା’ ଓ କାଦୁଅ ଆଦିରୁ ହେଉଥିବା ସାଧାରଣ ଦାଗଗୁଡିକୁ ସହଜରେ ଦୂର କରିଥାଏ, କେବଳ ଏକ ବଟନ ଚିପି ଉପଯୁକ୍ତ ଭାବେ ସଫା ଲଣ୍ଡ୍ରି ଦେଇଥାଏ । ଏହା କମ୍ ପ୍ରୟାସରେ ଯତ୍ନଶୀଳ ସଫେଇ ନିଶ୍ଚିତ କରିଥାଏ, ଯାହା ଏହାକୁ ଛୋଟ ପିଲା ଥିବା ପରିବାରଗୁଡିକ ମଧ୍ୟରେ ଏକ ପସନ୍ଦର ଉତ୍ପାଦରେ ପରିଣତ କରିଛି ।

ଏଆଇ ଆକ୍ଟିଭୱାଟର ପ୍ଲସ୍: ଏଆଇ ଆକ୍ଟିଭୱାଟର ପ୍ଲସ୍ ସହିତ ସ୍ଥାୟୀ ଜୀବନକୁ ଗ୍ରହଣ କରନ୍ତୁ, ଯାହା ଲୋଡ୍ର ଆକାର ଓ କପଡାର ପ୍ରକାର ଉପରେ ନିର୍ଭର କରି ଜଳ ଓ ଶକ୍ତି ଉପଯୋଗକୁ ଉନ୍ନତ କରିବା ପାଇଁ ଇଂଟେଲିଜେଂଟ ସେନ୍ସରଗୁଡିକର ବ୍ୟବହାର କରିଥାଏ । ଏହା କେବଳ ୟୁଟିଲିଟି ବିଲ୍ ହ୍ରାସ କରେ ନାହିଁ ବରଂ ଦୈନନ୍ଦିନ ସଫେଇ କାର୍ଯ୍ୟର ପରିବେଶୀୟ ପ୍ରଭାବକୁ ହ୍ରାସ କରିଥାଏ, ଯାହା ଏହାକୁ ଯେକୌଣସି ଘର ପାଇଁ ଏକ ପରିବେଶ-ଅନୁକୂଳ ପସନ୍ଦରେ ପରିଣତ କରୁଛି ।

ପ୍ରି-ସୋକ୍ ଫିଚର- ପ୍ରି-ସୋକ୍ ଫିଚର ମୁଖ୍ୟ ସଫେଇ ଚକ୍ର ବା ମେନ୍ ୱାଶ ସାଇକେଲ ପୂର୍ବରୁ ଭିଜାଇବା ପର୍ଯ୍ୟାୟକୁ ସ୍ୱୟଂଚାଳିତ କରିଥାଏ, ଯାହା ଏହାକୁ କୋଲାର ଓ କଫ୍ଗୁଡିକରୁ ଗାଢ ଦାଗକୁ ଦୂର କରିବା ପାଇଁ ସହଜ କରିଥାଏ । ସ୍ପୋର୍ଟସ ଗିୟର ଓ ପେଟ୍ ବେଡିଙ୍ଗ ଭଳି ଅତ୍ୟଧିକ ମଇଳା ହୋଇଥିବା ସାମଗ୍ରୀଗୁଡିକ ପାଇଁ ଉପଯୁକ୍ତ ଏହି ଫିଚର 15 ମିନିଟ୍ରୁ 1.5 ଘଂଟା ପର୍ଯ୍ୟନ୍ତ ନମନୀୟ ଭିଜିବା ସମୟ ଦେଇଥାଏ, ଯାହା ଲଣ୍ଡ୍ରି ଲୋଡ ଓ କପଡାର ପ୍ରକାର ଉପରେ ଆଧାର କରି ବିସ୍ତୃତ ସଫେଇ ସୁନିଶ୍ଚିତ କରିଥାଏ । ଏହି ସୁବିଧା ସବୁଠାରୁ ଆହ୍ୱାନପୂର୍ଣ୍ଣ ସଫେଇ କାର୍ଯ୍ୟକୁ ଚିନ୍ତାମୁକ୍ତ ଭାବେ ନିୟନ୍ତ୍ରଣ କରିବାକୁ ଅନୁମତି ଦେଇଥାଏ ।

ଆଂଟି-ଟ୍ୟାଙ୍ଗେଲ- ଆଂଟି-ଟ୍ୟାଙ୍ଗେଲ ଫିଚର ସହିତ ଛନ୍ଦି ହୋଇଥିବା ପୋଷାକଗୁଡିକର ଚିନ୍ତାକୁ ଦୂର କରନ୍ତୁ, ଯାହା ଟ୍ୟାଙ୍ଗ୍ଲିଙ୍ଗ ବା ପୋଷାକ ଗୁଡାଇ ହେବାକୁ 50% ପର୍ଯ୍ୟନ୍ତ କମ୍ କରିଥାଏ । ଏହା ପୋଷାକଗୁଡିକୁ କ୍ଷତିରୁ ସୁରକ୍ଷା ଦେଇଥାଏ ଏବଂ ମେଶିନକୁ ଅନ୍ଲୋଡ କରିବା ସହଜ କରିଥାଏ, ପୋଷାକଗୁଡିକର ଗୁଣବତା ଓ ଦୀର୍ଘାୟୁତା ସଂରକ୍ଷିତ ରଖିଥାଏ ଯାହା ଏହାକୁ ଉପଭୋକ୍ତା ଅନୁକୂଳ କରୁଛି ।

ଆଂଟି-ରିଙ୍କିଲ: ଟିୟୁଭି ଦ୍ୱାରା ପ୍ରମାଣିତ Bosch ର ନୂଆ ଆଂଟି-ରିଙ୍କିଲ୍ ଫିଚର ରିଙ୍କିଲ୍ ବା କୁଂଚନକୁ 50% ପର୍ଯ୍ୟନ୍ତ ହ୍ରାସ କରିଥାଏ, ଯାହା ଆପଣଙ୍କର ପୋଷାକଗୁଡିକ ଯେପରି ସଫେଇ ପରେ ସତେଜ ଓ ଉତମ ଦେଖାଯିବ ତାହା ନିଶ୍ଚିତ କରିଥାଏ । ଏହି ଫିଚର ଅଧିକାଂଶ ୱାଇଭ୍ଗ ପ୍ରୋଗ୍ରାମ ସହ କମ୍ପାଟିବୁଲ ଅଟେ ଯାହା ଦୀର୍ଘାବଧିରେ କପଡାର ଅଖଣ୍ଡତା ସହ ସାଲିସ ନକରି ଚମତ୍କାର ଫଳାଫଳ ପ୍ରଦାନ କରିଥାଏ ।

ଫୋମ୍ ଡିଟେକ୍ସନ: ଇଂଟେଲିଜେଂଟ ଫୋମ୍ ଡିଟେକ୍ସନ ସିଷ୍ଟମ ପ୍ରତ୍ୟେକ ସଫେଇ ପାଇଁ ସଠିକ ପରିମାଣର ଡିଟରଜେଂଟ୍ର ବ୍ୟବହାର ସୁନିଶ୍ଚିତ କରିଥାଏ, ଅତ୍ୟଧିକ ଫେଣକୁ ଦୂର କରିଥାଏ ଏବଂ କପଡାକୁ ଭଲ ଭାବରେ ଧୋଇବା ନିଶ୍ଚିତ କରିଥାଏ । ଏହା କେବଳ ସଫେଇ ମାନକୁ ଉନ୍ନତ କରେ ନାହିଁ ବରଂ ଡିଟରଜେଂଟ ସଂଚୟ କରିଥାଏ, ଯାହା ଏହାକୁ ପରିବେଶ ଅନୁକୂଳ ଓ ମୂଲ୍ୟ ସାପେକ୍ଷ ପସନ୍ଦରେ ପରିଣତ କରୁଛି । ଗ୍ରାହକମାନେ ଉନ୍ନତ ସଫେଇ ପ୍ରଦର୍ଶନ ଓ ଡିଟରଜେଂଟ ବ୍ୟବହାର ଉପରେ ସଂଚୟରୁ ଲାଭାନ୍ୱିତ ହେବେ ।

ଏହି ୱାଶିଙ୍ଗ ମେଶିନଗୁଡିକ ଦ୍ରୁତ ତଥାପି ପ୍ରଭାବଶାଳୀ ସଫେଇ ପାଇଁ ସୁପରକ୍ୱିକ୍ 15’/30’’ ସାଇକେଲ ଏବଂ ଅତିରିକ୍ତ ଯତ୍ନ ଆବଶ୍ୟକ କରୁଥିବା କପଡାଗୁଡିକ ପାଇଁ ଏକ ଉତ୍ସର୍ଗୀକୃତ ଡେଲିକେଟ୍ସ ୱାଶ୍ ସମେତ ସ୍ୱତନ୍ତ୍ର ସଫେଇ ବିକଳ୍ପଗୁଡିକର ଏକ ଶୃଙ୍ଖଳା ପ୍ରଦାନ କରୁଛି । ଏଥିରେ ସିଲ୍କ, କଟନ ଓ ଉଲ୍ ଭଳି ସ୍ୱତନ୍ତ୍ର କପଡାଗୁଡିକ ପାଇଁ ସଫେଇ ବିକଳ୍ପ ରହିଛି । ସ୍ପିଡ୍ ପର୍ଫେକ୍ଟ ଫିଚର ସହ ଏକ ଫୁଲ୍ ଲୋଡ୍କୁ ଗୁଣବତା ଉପରେ ସାଲିସ ନକରି କେବଳ ୬୦ ମିନିଟରେ ସଫା କରାଯାଇପାରିବ, ଯାହା ଏହାକୁ ବ୍ୟସ୍ତବହୁଳ ପରିବାରଗୁଡିକ ପାଇଁ ଏକ ଆଦର୍ଶ ଉତ୍ପାଦରେ ପରିଣତ କରୁଛି ।

ଏହି ନୂତନ ଶୃଙ୍ଖଳାର ଶୁଭାରମ୍ଭ ଉପରେ ମତପ୍ରକାଶ କରି Saif Khan, MD & CEO, BSH Home Appliances କହିଛନ୍ତି, “ ମେକ୍-ଇନ୍-ଇଣ୍ଡିଆ-ଫର୍-ଇଣ୍ଡିଆ’ ପ୍ରତି ଆମର ଦୃଢ ପ୍ରତିବଦ୍ଧତାର ଅଂଶ ଭାବେ ଆମେ ଆମର ନୂଆ ରେଞ୍ଜ୍ର ଉଚ୍ଚ କ୍ଷମତାସମ୍ପନ୍ନ ଫ୍ରଂଟ୍ ଲୋଡ ୱାଶିଙ୍ଗ ମେଶିନର ଶୁଭାରମ୍ଭ କରି ଉତ୍ସାହିତ ଅଛୁ । Bosch ଫ୍ରଂଟ୍ ଲୋଡିଂ ୱାଶିଙ୍ଗ ମେଶିନଗୁଡିକ ପାଇଁ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଆମେ ଏକ ୨ୟ ଆସେମ୍ବଲି ଲାଇନ୍ ସହ ଚେନ୍ନାଇ ଫ୍ୟାକ୍ଟ୍ରିରେ ଆମର କ୍ଷମତାକୁ ଦୁଇ ଗୁଣ ବୃଦ୍ଧି କରିଛୁ । ଆମର ନୂଆ 9kg ଓ 10kg Bosch and Siemens ଫ୍ରଂଟ୍ ଲୋଡ୍ ୱାଶିଙ୍ଗ ମେଶିନଗୁଡିକୁ ଭାରତୀୟ ପରିବାରଗୁଡିକର ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯତ୍ନର ସହ ନିର୍ମାଣ କରାଯାଇଛି ଯାହା କପଡା ଯତ୍ନକୁ ବୈପ୍ଳବିକ କରିଛି । ଏହି ମେଶିନଗୁଡିକୁ ପୋଷାକ ପାଇଁ ସବୁଠାରୁ କୋମଳ ଯତ୍ନ ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି ଯାହା ପ୍ରତ୍ୟେକ ସଫେି ଯେପରି ଆପଣ ପୋଷାକର ଗୁଣବତା ଓ ଦୀର୍ଘାୟୁତା ସଂରକ୍ଷିତ ରଖିବ ତାହା ସୁନିଶ୍ଚିତ କରୁଛି । ଏହି ଶୁଭାରମ୍ଭ ଅଭିନବ, ଉଚ୍ଚ କ୍ଷମତାସମ୍ପନ୍ନ ସମାଧାନ ପ୍ରଦାନ କରିବା ପାଇଁ ଆମର ଉତ୍ସର୍ଗୀକୃତତାକୁ ସୂଚିତ କରୁଛି ଯାହା ପହଂଚଯୋଗ୍ୟ ଅଟେ ଏବଂ ଭାରତୀୟ ବଜାରରେ ପ୍ରିମିୟମ ହୋମ୍ ଆପ୍ଲାଏନ୍ସଗୁଡିକ ପାଇଁ ବଢୁଥିବା ଚାହିଦାକୁ ପୂରଣ କରୁଛି ।”

BSH ଗ୍ରାହକ ସେବା ଦୁଇଟି ଗ୍ରାହକ ଯୋଗାଯୋଗ କେନ୍ଦ୍ର, 16ଟି ବ୍ରାଂଚ ଅଫିସ, 370+ ଅଥୋରାଇଜ୍ଡ ସର୍ଭିସ ପାର୍ଟନର, 1600ରୁ ଅଧିକ ପ୍ରଶିକ୍ଷିତ ସର୍ଭିସ୍ ଟେକ୍ନିସିଆନଙ୍କ ସହିତ ଭାରତବ୍ୟାପୀ ସମସ୍ତ ଗ୍ରାହକଙ୍କୁ ଉନ୍ନତ ସହଯୋଗ ପ୍ରଦାନ କରିବାକୁ ପ୍ରୟାସ କରୁଛି । ସର୍ଭିସ ଟିମ୍ର ଉଚ୍ଚ ସ୍ତରର ବିଶେଷଜ୍ଞତା, ପ୍ରଶିକ୍ଷଣ ଓ ଗୁଣବତାକୁ ପ୍ରାଥମିକତା ଦେଉଛି ।

Share

Leave a Reply

Your email address will not be published. Required fields are marked *

14 − six =