Business

ସୋନି ଇଣ୍ଡିଆର ନୂଆ ବ୍ରାଭିଆ ୮ ଓଏଲ୍‌ଇଡି ଟିଭି ସିରିଜ୍‌

ଭୁବନେଶ୍ୱ: ସୋନି ଇଣ୍ଡିଆ ପକ୍ଷରୁ ଗୃହ ମନୋରଂଜନର ଏକ ବୈପ୍ଳବିକ ଉତ୍ପାଦ ବ୍ରାଭିଆ ୮ ସିରିଜ ଟେଲିଭିଜନକୁ ଉନ୍ମୋଚନ କରାଯାଇଛି। ଏହି ନୂଆ ସିରିଜ୍‌ରେ ଅତ୍ୟାଧୁନିକ ଏଆଇ ପ୍ରୋସେସର ଏକ୍ସଆର ସହିତ ଓଏଲ୍‌ଇଡି ପ୍ରଯୁକ୍ତି ରହିଛି ଯାହା ଅତୁଳନୀୟ ଛବି ଓ ଜୀବନ୍ତ ଅଡିଓ ଅନୁଭୂତି ପ୍ରଦାନ କରୁଛି। ଆଧୁନିକ ଦର୍ଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଆକୋଷ୍ଟିକ୍ ସରଫେସ୍ ଅଡିଓ ପ୍ଲସ ଓ ଡବ୍‌ଲି ଆଟ୍‌ମସ୍ ସହିତ ଏହି ଟିଭି ସିରିଜ୍ ଛବିକୁ ପ୍ରକୃତ ସ୍ଥିତିରେ ଦେଖାଉଛି। ଷ୍ଟ୍ରିମିଂ ସେବା ପ୍ରଦାନକାରୀଙ୍କ ସହଯୋଗିତାରେ ଷ୍ଟୁଡିଓ କାଲିବ୍ରେଟେଡ୍ ମୋଡ୍ ବିକାଶ କରାଯାଇଛି।

ବ୍ରାଭିଆ ୮ ସିରିଜ ଟିଭିରେ ଥିବା ଷ୍ଟୁଡିଓ କାଲିବ୍ରେଟେଡ୍ ମୋଡ୍‌ରେ ଗୃହ ପରିବେଶରେ ସିନେମା ବିଷୟବସ୍ତୁକୁ ସଠିକ୍ ଢଙ୍ଗରେ ଉପସ୍ଥାପନ କରିବା ଲାଗି ଛବିର ମାନରେ ଉନ୍ନତି ଅଣାଯାଇଛି। ଏଥିରେ ନେଟଫ୍ଲିକ୍ସ ଆଡାପ୍‌ଟିଭ୍ କାଲିବ୍ରେଟେଡ୍ ମୋଡ୍‌, ସୋନି ପିକ୍‌ଚର୍ସ କୋର୍ ଓ ପ୍ରାଇମ୍ ଭିଡିଓ କାଲିବ୍ରେଟେଡ୍ ମୋଡ୍ ଭଳି ସୁବିଧା ରହିଛି ଯାହା ଗ୍ରାହକମାନଙ୍କୁ ଟିଭିରେ ଓଟିଟି ବିଷୟବସ୍ତୁ ଦେଖିବାର ଚମତ୍କାର ଅନୁଭୂତି ପ୍ରଦାନ କରିବ।

ବ୍ରାଭିଆ ୮ ସିରିଜ୍ ଟିଭି ୫୫ ଇଂଚ ଓ ୬୫ ଇଂଚ ସ୍କ୍ରିନ୍ ଆକାରରେ ଉପଲବ୍ଧ ହୋଇଛି। ମଣିଷର ଦେଖିବା ଓ ଶୁଣିବାକୁ ଭଲ ଭାବେ ବୁଝିପାରୁଥିବା ଏଆଇ ପ୍ରୋସେସର୍ ଏକ୍ସଆର୍ ରହିଛି। ଏହା ତଥ୍ୟକୁ ମଣିଷ ଭଳି ଅନୁଶୀଳନ କରୁଛି ଏବଂ ପ୍ରାକୃତିକ ଛବି ଓ ସ୍ୱର ପ୍ରଦାନ କରୁଛି। କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍‌ର ଶକ୍ତି ସହିତ ଏକ୍ସଆର୍ ୪କେ ଅପ୍‌ସ୍କେଲିଂ ପ୍ରଯୁକ୍ତି ଟିଭିରେ ୨କେ ସିଗ୍ନାଲ୍‌କୁ ପାଖାପାଖି ୪କେରେ ପରିଣତ କରୁଛି। ଏହାର ଏକ୍ସଆର୍ ଓଏଲ୍‌ଇଡି ମୋସନ୍ ପ୍ରଯୁକ୍ତି ଦ୍ରୁତ ଗତିଶୀଳ ଚିତ୍ରଗୁଡ଼ିକୁ ସରଳ ଓ ସ୍ପଷ୍ଟ ରଖୁଛି।

ବ୍ରାଭିଆ ୮ ସିରିଜରେ ସୋନି ପିକ୍ଚର୍ସ କୋର ରହିଛି ଯାହା ସିନେମାର ଏକ ବିଶାଳ ଲାଇବ୍ରେରି ପ୍ରଦାନ କରୁଛି। ଏହି ପ୍ଲାଟଫର୍ମରେ ୪କେ ଏଚଡିଆର ଏବଂ ଆଇମାକ୍ସ ମଧ୍ୟ ରହିଛି ଯାହା ଉନ୍ନତ ଛବି ଓ ସ୍ୱର ସହିତ ସିନେମା ଦେଖିବା ଅଭିଜ୍ଞତା ବଢ଼ାଉଛି। ଆପଣମାନେ ଘରେ ବଡ଼ ପରଦାର ଯାଦୁ ଦେଖିପାରିବେ। ଏହା ସହିତ ୪କେ ବ୍ଲୁ ରେ ଓ ଆଇମ୍ୟାକ୍ସ ଏନହାନସଡ୍ ଭିଜୁଆଲ୍‌ରେ ଆପଣ ୨୪ ମାସ ପାଇଁ ୧୦ ମାଗଣା କ୍ରେଡିଟ୍‌କୁ ବ୍ୟବହାର କରି ସିନେମା ଦେଖିପାରିବେ।

ପ୍ଲେ ଷ୍ଟେସନ ୫ ପାଇଁ ବ୍ରାଭିଆ ୮ ସିରିଜ୍ ହେଉଛି ଉପଯୁକ୍ତ ଯାହା ଗେମିଂ ଦକ୍ଷତା ବଢ଼ାଉଛି। ଶ୍ରେଷ୍ଠ ମାନର ଛବି ପାଇଁ ଏଥିରେ ଅଟୋ ଏଚ୍‌ଡିଆର୍ ଟୋନ୍ ମ୍ୟାପିଂ ରହିଛି। ୪କେ/୧୨୦ ଏଫ୍‌ପିଏସ୍‌, ଭାରିଏବଲ୍ ରିଫ୍ରେସ୍ ରେଟ୍ (ଭିଆରଆର୍‌) ଓ ଅଟୋ ଲୋ ଲାଟେନ୍‌ସି ମୋଡ୍ ଆପଣଙ୍କୁ ଟିଭିରେ ଗେମ୍ ଖେଳିବାର ଆରାମଦାୟକ ଅନୁଭୂତି ପ୍ରଦାନ କରିବ। ଏଥିରେ ଗୁଗୁଲ୍ ଟିଭି ସମନ୍ୱିତ ହୋଇରହିଛି ଯାହା ୪,୦୦,୦୦୦ ସିନେମା ଓ ଟିଭି ଅଧ୍ୟାୟ, ୧୦,୦୦୦ରୁ ଅଧିକ ଆପ୍ ଓ ଗେମ୍ ଦେଖିବାର ସୁଯୋଗ ପ୍ରଦାନ କରୁଛି। ଆପଲ୍ ଏୟାରପ୍ଲେ ୨ ଓ ହୋମ୍ କିଟ୍‌କୁ ଏଥିରେ ସମନ୍ୱିତ କରାଯାଇପାରିବ।

ଏହାର କେ-୬୫ଏକ୍ସଆର୮୦ ଦାମ୍ ୩୧୪,୯୯୦ ଟଙ୍କା ଓ କେ୫୫ଏକ୍ସଆର୍‌୮୦ ଦାମ୍ ୨୧୯,୯୯୦ ଟଙ୍କା ରହିଛି। ଏହାକୁ ଭାରତରେ ଥିବା ସମସ୍ତ ସୋନି ସେଂଟର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ପୋର୍ଟାଲ୍‌ରୁ କିଣିହେବ।

Share

Leave a Reply

Your email address will not be published. Required fields are marked *

9 + 10 =