Business

ବ୍ରିଗେଡ୍ ହୋଟେଲ ଭେଂଚର୍ସ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଦକ୍ଷିଣ ଭାରତର ସର୍ବବୃହତ ହୋଟେଲ ଶୃଙ୍ଖଳା ବ୍ରିଗେଡ ହୋଟେଲ ଭେଂଚର୍ସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ)ରେ ନୂଆ ସେୟାର ଜାରି କରି ୯୦୦ କୋଟି ଟଙ୍କା ସଂଗ୍ରହ କରିବ।
ବ୍ରିଗେଡ ହୋଟେଲ ଭେଂଚର୍ସ ଲିମିଟେଡ ହେଉଛି ଭାରତ ବିଶେଷ କରି ଦକ୍ଷିଣ ଭାରତର ପ୍ରମୁଖ ସହରରେ ହୋଟେଲର ମାଲିକ ଓ ବିକାଶକାରୀ। କେରଳ, ଆନ୍ଧ୍ରପ୍ରଦେଶ, ତାମିଳନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆଣ୍ଡାମାନ ନିକୋବର ଓ ପଣ୍ଡିଚେରିରେ ସେମାନେ ହେଉଛନ୍ତି ଦ୍ୱିତୀୟ ସର୍ବବୃହତ ସ୍ୱୀକୃତିପ୍ରାପ୍ତ ହୋଟେଲ। ୨୦୨୪ ଜୁନ ୩୦ ସୁଦ୍ଧା ସର୍ବଭାରତୀୟ ସ୍ତରରେ କମ୍ପାନିର ଅତିକମରେ ୫୦୦ କୋଠରି ରହିଛି।
ବ୍ରିଗେଟ ହୋଟେଲ ଭେଂଚର୍ସ ଲିମିଟେଡ ହେଉଛି ବ୍ରିଗେଡ ଏଂଟରପ୍ରାଇଜେସ ଲିମିଟେଡର ଏକ ଶତ ପ୍ରତିଶତ ସହାୟକ କମ୍ପାନି। ଏହା ହେଉଛି ଭାରତର ଅନ୍ୟତମ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା। ୨୦୦୪ରେ ଏହା ଆତିଥେୟତା କ୍ଷେତ୍ରରେ ପ୍ରବେଶ କରିଥିଲା ଓ ୨୦୦୯ରେ ବେଙ୍ଗାଲୁରୁରେ ଗ୍ରାଣ୍ଡ ମାରକ୍ୟୁର ହୋଟେଲର ଶୁଭାରମ୍ଭ କରିଥିଲା। କମ୍ପାନିର କର୍ଣ୍ଣାଟକର ବାଙ୍ଗାଲୋର, ତାମିଲନାଡୁର ଚେନ୍ନାଇ, କେରଳର କୋଚି, କର୍ଣ୍ଣାଟକର ମହୀଶୂର ଓ ଗୁଜରାଟର ଗିଫ୍ଟ ସିଟିରେ ଥିବା ୯ଟି ହୋଟେଲରେ ୧୬୦୪ କୋଠରି ରହିଛି। ମାରିଅଟ, ଆକର, ଇଂଟରକଂଟିନେଂଟାଲ ହୋଟେଲସ ଗ୍ରୁପ ଭଳି ବିଶ୍ୱସ୍ତରୀୟ ହୋଟେଲକୁ କମ୍ପାନି ପରିଚାଳନା କରୁଛି। ଡାଇନିଂ, ସ୍ପେସିଆଲିଟି ଲାଉଞ୍ଜ, ସ୍ୱିମିଂ ପୁଲ, ଆଉଟଡୋର ସ୍ପେସ, ସ୍ପା, ସମ୍ମିଳନୀ ଓ ପ୍ରଦର୍ଶନୀ ଲାଉଞ୍ଜ, ସ୍ୱିମିଂ ପୁଲ, ବାହ୍ୟ ସ୍ଥାନ ଓ ଜିମ ଭଳି ସୁବିଧା ଏହା ପ୍ରଦାନ କରୁଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

fifteen − one =