Business

ଗୋଦରେଜ ପ୍ରଫେସନାଲ୍ ପକ୍ଷରୁ “ବୋଟୋସ୍ମୁଥ ହେୟାର ବୋଟକ୍ସ” ଭୁବନେଶ୍ୱର ତଥା ଓଡ଼ିଶାର ଲୋକପ୍ରିୟ ସେଲୁନଗୁଡ଼ିକରେ ଉନ୍ମୋଚିତ 

ଭୁବନେଶ୍ୱର: ଗୋଦରେଜ କଞ୍ଜୁମର୍ ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ)ର ପେସାଦାର ହେୟାର ବ୍ରାଣ୍ଡ ଗୋଦରେଜ ପ୍ରଫେସନାଲ ପକ୍ଷରୁ ନୂଆ ହେୟାର ବୋଟକ୍ସ ଟ୍ରିଟମେଣ୍ଟ ବୋଟୋସ୍ମୁଥକୁ ଓଡ଼ିଶାର ଲୋକପ୍ରିୟ ସେଲୁନଗୁଡ଼ିକରେ ଉନ୍ମୋଚନ କରାଯାଇଛି । ଏହାରଶୁଭାରମ୍ଭ ସହିତ କମ୍ପାନି ସେଲୁନ୍ ପେସାଦାରମାନଙ୍କୁ ଏହି ଚିକିତ୍ସା ବିଷୟରେ ଗଭୀର ଭାବରେ ବୁଝିବା ପାଇଁ କର୍ମଶାଳା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛି । ଏହି ଉନ୍ମୋଚନ ଅଭିନବ ଚିକିତ୍ସା ପ୍ରଚଳନ କରିବା ପାଇଁ ବ୍ରାଣ୍ଡର ପ୍ରତିବଦ୍ଧତାକୁ ସୂଚାଉଥିବା ବେଳେ ଶିଳ୍ପରେ ଅତ୍ୟାଧୁନିକ ପେସାଦାରମାନଙ୍କୁ ଉନ୍ନତ କରିବା ପାଇଁ ଏହାର ସମର୍ପଣକୁ ମଧ୍ୟ ପ୍ରତିଫଳିତ କରୁଛି ।
ଗୋଦରେଜ ପ୍ରଫେସନାଲର ବୋଟୋସ୍ମୁଥ ହେଉଛି ଏକ ବୈପ୍ଳବିକ ଚିକିତ୍ସା ଯାହା ସମସ୍ତ ପ୍ରକାର କେଶକୁ ପୁନରୁଦ୍ଧାର କରୁଛି । ଫର୍ମାଲଡିହାଇଡର ଶୂନ୍ୟ ବ୍ୟବହାର ଚିକିତ୍ସାର ମୁଖ୍ୟ ଆକର୍ଷଣ ଯାହା ଏହାକୁ ଅନ୍ୟମାନଙ୍କ ତୁଳନାରେ ଏକ ସୁରକ୍ଷିତ ବିକଳ୍ପରେ ପରିଣତ କରିଛି । ଫର୍ମାଲଡିହାଇଡ୍ ବିନା ମଧ୍ୟ ଏହା କେଶକୁ ଅତ୍ୟନ୍ତ କୋମଳ, ଫ୍ରିଜ୍ ମୁକ୍ତ କରିଥାଏ ଏବଂ ଏହାକୁ ପ୍ରାକୃତିକ ଭାବେ ସିଧା ଦେଖାଯାଉଥିବା କେଶରେ ପରିଣତ କରିଥାଏ । ଏହା ୩୦- ୬୦ ଥର କେଶ ଧୋଇବା ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ । ଆର୍ଗାନ ତେଲ, ଅଙ୍ଗୁର ମଞ୍ଜି ତେଲ, ନଡ଼ିଆ ତେଲ, ସୂର୍ଯ୍ୟମୁଖୀ ତେଲ ଏବଂ ଶିଆ ବଟର ସମେତ ପୁଷ୍ଟିକର ନ୍ୟୁଟ୍ରି ତେଲର ମିଶ୍ରଣରେ ପ୍ରସ୍ତୁତ ବୋଟୋସ୍ମୁଥ୍ କେଶ ଯତ୍ନ ନିୟମାବଳୀରେ ବୈପ୍ଳବିକ ପରିବର୍ତ୍ତନ ଆଣିବା, ଉତ୍କର୍ଷତାର ଏକ ନୂତନ ମାନଦଣ୍ଡ ସ୍ଥାପିତ କରିବା ଏବଂ ଲୋକଙ୍କୁ ପ୍ରତିଦିନ ସେମାନଙ୍କର ଶ୍ରେଷ୍ଠ କେଶକୁ ଗ୍ରହଣ କରିବାରେ ସଶକ୍ତ କରିବାର ପ୍ରତିଶ୍ରୁତି ଦେଉଛି ।
ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଜିସିପିଏଲ୍‌)ର ଜେନେରାଲ ମ୍ୟାନେଜର ଅଭିନବ ଗ୍ରାଣ୍ଡି କହିଛନ୍ତି କହିଛନ୍ତି ଯେ, “ପ୍ରଫେସନାଲ ହେୟାର କେୟାର ବର୍ଗରେ ଆମର ଦୃଢ଼ ଉପସ୍ଥିତି ରହିଛି ଏବଂ ହେୟାର କେୟାର ଓ ରଙ୍ଗରେ ପାରଦର୍ଶିତା ରହିଛି । ଏହା ଆମକୁ ପରବର୍ତ୍ତୀ ବର୍ଗରେ ପ୍ରବେଶ କରାଇଛି ଯାହା ହେଉଛି ହେୟାର ବୋଟକ୍ସ ଟ୍ରିଟମେଣ୍ଟ । ବୋଟୋସ୍ମୁଥ୍ ହେଉଛି ଏକ ଉନ୍ନତ ମିଶ୍ରଣ ଯାହା ଫର୍ମାଲଡିହାଇଡ ମୁକ୍ତ । ଏହା ଏକ ସୁଗମ, ଦୀର୍ଘସ୍ଥାୟୀ ଏବଂ ଫିଜ୍ ମୁକ୍ତ କେଶ ପ୍ରଦାନ କରୁଛି । ବୋଟୋସ୍ମୁଥ୍ ଭଳି ବୈପ୍ଳବିକ ଉତ୍ପାଦ ଗ୍ରାହକଙ୍କ ପାଇଁ ସେଲୁନ ଅଭିଜ୍ଞତାକୁ ବଢ଼ାଇଥାଏ ଏବଂ ସେଲୁନ୍ ମାଲିକଙ୍କ ପାଇଁ ବ୍ୟବସାୟ ଅଭିବୃଦ୍ଧି ସୁଯୋଗକୁ ପ୍ରୋତ୍ସାହିତ କରୁଛି ।’’
ଗୋଦରେଜ ପ୍ରଫେସନାଲର ଜାତୀୟ ବୈଷୟିକ ମୁଖ୍ୟ ଶୈଳେଶ ମୁଲ୍ୟା କହିଛନ୍ତି ଯେ, “ଷ୍ଟାଇଲିଂ ଉପକରଣ ସହିତ ସଂଘର୍ଷ କରିବା କରିବାର ଦିନ ଆଉ ନାହିଁ । ଆର୍ଗାନ ତେଲ, ଅଙ୍ଗୁର ମଞ୍ଜି ତେଲ, ନଡ଼ିଆ ତେଲ, ସୂର୍ଯ୍ୟମୁଖୀ ତେଲ ଭଳି ଶିଆ ବଟର ଏବଂ ନ୍ୟୁଟ୍ରି ତେଲରେ ଭରପୂର ବୋଟୋସ୍ମୁଥ ଏକ ପରିବର୍ତନକାରୀ ମିଶ୍ରଣ ପ୍ରଦାନ କରିଛି ଯାହା ସମସ୍ତ ପ୍ରକାର କେଶ ପାଇଁ ଉପଯୁକ୍ତ । ଏହି ଫର୍ମାଲଡିହାଇଡ୍ ଫ୍ରି ଫର୍ମୁଲା ଦ୍ୱାରା ଆପଣ ବାରମ୍ବାର ଧୋଇବା ଆବଶ୍ୟକ କରୁଥିବା ଫ୍ରିଜ୍‌, ଶୁଖିଲା କେଶକୁ ବିଦାୟ ଦେଇପାରିବେ ଏବଂ ଫ୍ରିଜ୍ ମୁକ୍ତ, କୋମଳ, ଚମକଦାର, ସିଧା କେଶକୁ ସ୍ୱାଗତ କରିପାରିବେ । ଫଳାଫଳ ବଜାୟ ରଖିବା ଓ ଘରୋଇ ଯତ୍ନ ପାଇଁ ଆମେ ଆମର ଗୋଦରେଜ ପ୍ରଫେସନାଲ କେରାକେୟାର ହେୟାର କେୟାର ପ୍ରଡକ୍ଟ ଯଥା ସାମ୍ପୁ, କଣ୍ଡିସନର, ହେୟାର ମାସ୍କ ଏବଂ ତେଲକୁ ପ୍ରଥମିକତା ଦେବା ପାଇଁ ସୁପାରିସ କରୁଛୁ ।”

Share

Leave a Reply

Your email address will not be published. Required fields are marked *

19 + five =