Business

ବନ୍ଧନ ବ୍ୟାଙ୍କର ମୋଟ ବ୍ୟବସାୟ ୨୨% ବୃଦ୍ଧି ପାଇ ୨.୫୯ ଲକ୍ଷ କୋଟି ଟଙ୍କା

  • ମୋଟ ଜମା ରାଶି ବାର୍ଷିକ ୨୩% ବୃଦ୍ଧି ପାଇ ୧.୩୩ ଲକ୍ଷ କୋଟି ଟଙ୍କା
  • ମୋଟ ଜମାରେ ଖୁଚୁରାର ଅଂଶ ପ୍ରାୟ ୬୯%
  • କାସା ଅନୁପାତ ୩୩.୫%ରୁ ଅଧିକ
  • ମୋଟ ଋଣ ବୁକ ବାର୍ଷିକ ୨୨% ବୃଦ୍ଧି ପାଇ ୧.୨୬ ଲକ୍ଷ କୋଟି ଟଙ୍କା
    ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ôଥକ ଫଳାଫଳ ଘୋଷଣା କରିଛି । ବ୍ୟାଙ୍କର ମୋଟ ବ୍ୟବସାୟ ୨୨% ବୃଦ୍ଧି ପାଇ ୨.୫୯ ଲକ୍ଷ କୋଟି ଟଙ୍କାରେ ପହଂଚିଛି । ମୋଟ ଜମାରେ ବ୍ୟାଙ୍କର ଖୁଚୁରା ଅଂଶ ଏବେ ପ୍ରାୟ ୬୯% ରହିଛି । ବିତରଣ, ବ୍ୟବସାୟ ଦକ୍ଷତା ଏବଂ ଅନୁକୂଳ ପରିଚାଳନା ବାତାବରଣରେ ଏହାର ସମ୍ପ୍ରସାରଣ ଯୋଗୁଁ ଗତ ତ୍ରୟମାସରେ ଉତ୍ସାହଜନକ ଅଭିବୃଦ୍ଧି ଘଟିଛି ।
    ବ୍ୟାଙ୍କ ବର୍ତ୍ତମାନ ଭାରତରେ ୬,୩୦୦ ବ୍ୟାଙ୍କିଂ ଆଉଟଲେଟ ମାଧ୍ୟମରେ ୩.୪୪ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟରତ ମୋଟ କର୍ମଚାରୀଙ୍କ ସଂଖ୍ୟା ଏବେ ପ୍ରାୟ ୭୭,୫୦୦ ରହିଛି ।
    ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୟମାସରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ସମୟ ତୁଳନାରେ ୨୩% ବୃଦ୍ଧି ପାଇଛି । ବର୍ତ୍ତମାନ ମୋଟ ଜମା ୧.୩୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ମୋଟ ଅଗ୍ରୀମ ପରିମାଣ ୧.୨୬ ଲକ୍ଷ କୋଟି ଟଙ୍କା ରହିଛି । ଚଳନ୍ତି ଖାତା ଏବଂ ସଞ୍ଚୟ ଖାତା (କାସା) ଅନୁପାତ ସାମଗ୍ରିକ ଜମା ବୁକର ୩୩.୫%ରୁ ଅଧିକ ରହିଛି । ପୁଞ୍ଜି ସ୍ୱଚ୍ଛଳତା ଅନୁପାତ (ସିଏଆର) ଯାହା ବ୍ୟାଙ୍କର ସ୍ଥିରତାର ସୂଚକ ତାହା ନିୟାମକ ଆବଶ୍ୟକତା ଠାରୁ ୧୮.୩% ଅଧିକ ।
    ବ୍ୟାଙ୍କର ପ୍ରଦର୍ଶନ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମଡି ଓ ସିଇଓ ରତନ କୁମାର କେଶ କହିଛନ୍ତି ଯେ, “ବର୍ଷର ପ୍ରଥମ ତ୍ରୈମାସିକ ହେଉଛି ଆମେ ବର୍ଷସାରା ଯେଉଁ ବ୍ୟବସାୟିକ ପ୍ରଦର୍ଶନ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛୁ ତାହାର ପ୍ରମାଣ । ଆମେ ପ୍ରମୁଖ ମାନଦଣ୍ଡରେ ସ୍ଥିରତା ଏବଂ ଅଭିବୃଦ୍ଧି ପ୍ରଦର୍ଶନ କରିଛୁ । ଗ୍ରାହକଙ୍କ ବିଶ୍ୱାସ ଏବଂ କର୍ମଚାରୀଙ୍କ ଅତୁଟ ପ୍ରତିବଦ୍ଧତା ଉପରେ ବନ୍ଧନ ବ୍ୟାଙ୍କର ମୂଳଦୁଆ ଗଢି ଉଠିଛି । ବୈଷୟିକ ଜ୍ଞାନକୌଶଳ, ପ୍ରକ୍ରିୟା, ଉତ୍ପାଦ ଏବଂ ଲୋକଙ୍କ ଉପରେ ଗୁରୁତ୍ୱ ଦେବା ସହିତ ବନ୍ଧନ ବ୍ୟାଙ୍କ ୨.୦ର ଅଭିବୃଦ୍ଧି ପଥକୁ ଆଗକୁ ବଢ଼ାଇବ ।”
    ବ୍ୟାଙ୍କ ଏହାର ଖୁଚୁରା ବୁକ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସମ୍ପତ୍ତି ବିବିଧତା ଉପରେ ଧ୍ୟାନ ଜାରି ରଖିଛି । ଅଧିକ ଉତ୍ପାଦକତା ଏବଂ ଦକ୍ଷତା ପାଇଁ ଅଧିକ ଡିଜିଟାଇଜେସନ ଉପରେ ବ୍ୟାଙ୍କ ଧ୍ୟାନ ଦେବାକୁ ଚାହୁଁଛି । ଏହା ଦ୍ୱାରା ଗ୍ରାହକଙ୍କ ଅଭିଜ୍ଞତାରେ ସାମଗ୍ରିକ ବୃଦ୍ଧି ଘଟିବ ।
Share

Leave a Reply

Your email address will not be published. Required fields are marked *

five × five =