Business

ବନ୍ଧନ ବ୍ୟାଙ୍କ ପକ୍ଷରୁ ଗାଡ଼ି ଫାଇନାନ୍ସ ସୁବିଧା ପାଇଁ ଅଶୋକ ଲେଲ୍ୟାଣ୍ଡ ସହ ସହଯୋଗିତା


ଭୁବନେଶ୍ୱର: ଗ୍ରାହକମାନଙ୍କୁ ଗାଡ଼ି ପାଇଁ ଫାଇନାନ୍ସ ସୁବିଧା ପ୍ରଦାନ କରିବା ଲାଗି ବନ୍ଧନ ବ୍ୟାଙ୍କ ପକ୍ଷରୁ ଦେଶର ଅଗ୍ରଣୀ ବାଣିଜ୍ୟିକ ଯାନ ନିର୍ମାତା ଅଶୋକ ଲେଲ୍ୟାଣ୍ଡ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି। ଏହି ଏମ୍‌ଓୟୁ ଉଭୟ ବନ୍ଧନ ବ୍ୟାଙ୍କ ଓ ଅଶୋକ ଲେଲ୍ୟାଣ୍ଡକୁ ନିଜ ଗ୍ରାହକମାନଙ୍କୁ ସୁହାଇବା ଭଳି ଆର୍ଥିକ ସମାଧାନ ପ୍ରଦାନ କରିବାରେ ସକ୍ଷମ କରିବ।
ଏହି ବୁଝାମଣାପତ୍ରରେ ବନ୍ଧନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ମୁଖ୍ୟ ବ୍ୟବସାୟ ଅଧିକାରୀ ରାଜିନ୍ଦର ବବର ଓ ଅଶୋକ ଲେଲ୍ୟାଣ୍ଡର ସିଏଫ୍‌ଓ ଶ୍ରୀ କେ ଏମ୍ ବାଲାଜୀ ସ୍ୱାକ୍ଷର କରିଥିବା ବେଳେ ଅଶୋକ ଲେଲ୍ୟାଣ୍ଡର ସଭାପତି ଓ ଏମଏଚସିଭି ମୁଖ୍ୟ ଶ୍ରୀ ସଂଜୀବ କୁମାର ଉପସ୍ଥିତ ଥିଲେ। ଏହି ସହଯୋଗିତାରେ ବନ୍ଧନ ବ୍ୟାଙ୍କ ପକ୍ଷରୁ ଅଶୋକ ଲେଲ୍ୟାଣ୍ଡର ଗ୍ରାହକମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆର୍ଥିକ ସମାଧାନ ପ୍ରଦାନ କରାଯିବ। ଗ୍ରାହକଙ୍କ ଅଗ୍ରାଧିକାର ଅନୁସାରେ ମାସିକ ପରିଶୋଧ ଯୋଜନା ଅନୁସାରେ ଗାଡ଼ି ଋଣ ପ୍ରଦାନ କରି ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାରେ ଏହି ସହଯୋଗିତାରେ ଗୁରୁତ୍ୱାରୋପ କରାଯିବ।
ବନ୍ଧନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ମୁଖ୍ୟ ବ୍ୟବସାୟ ଅଧିକାରୀ ଶ୍ରୀ ରାଜିନ୍ଦର ବବର କହିଛନ୍ତି ଯେ, “ନିରବଚ୍ଛିନ୍ନ ଗାଡ଼ି ଫାଇନାନ୍ସ ସମାଧାନ ପଦାନ କରିବା ଲାଗି ଅଶୋକ ଲେଲ୍ୟାଣ୍ଡ ସହ ସହଯୋଗିତା ସ୍ଥାପନ କରି ବନ୍ଧନ ବ୍ୟାଙ୍କରେ ଆମେ ଉଲ୍ଲସିତ। ବାଣିଜ୍ୟିକ ଯାନ ଗ୍ରାହକଙ୍କ ବିବିଧ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ଆମ ସମର୍ପଣ ଭାବକୁ ଏହି ସହଯୋଗିତା ଦର୍ଶାଉଛି। ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ଆମ ଉପସ୍ଥିତି ବଢ଼ାଇବ ଏବଂ ବାଣିଜ୍ୟିକ ଯାନ କ୍ଷେତ୍ରରେ ବ୍ୟବସାୟ ବୃଦ୍ଧିରେ ସହାୟତା ପାଇଁ ଆର୍ଥିକ ବିକଳ୍ପ ପ୍ରଦାନ କରିବ।”
ଅଶୋକ ଲେଲ୍ୟାଣ୍ଡର ମୁଖ୍ୟ ଆର୍ଥିକ ଅଧିକାରୀ ଶ୍ରୀ କେ ଏମ୍ ବାଲାଜୀ କହିଛନ୍ତି ଯେ, “ଆମ ଗ୍ରାହକଙ୍କୁ ଆକର୍ଷଣୀୟ ଆର୍ଥିକ ସମାଧାନ ପ୍ରଦାନ କରିବା ପାଇଁ ବନ୍ଧନ ବ୍ୟାଙ୍କ ସହ ସହଯୋଗିତାକୁ ନେଇ ଆମେ ଉଲ୍ଲସିତ। ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଅଶୋକ ଲେଲ୍ୟାଣ୍ଡର ବଜାର ଉପସ୍ଥିତି ବଢ଼ାଇବ। ଆମ ଉତ୍ପାଦ ଶିଳ୍ପର ଅଗ୍ରଣଈ ମୋଟ ମାଲିକାନା ଖର୍ଚ ପ୍ରଦାନ କରି ଗ୍ରାହକଙ୍କ ପାଇଁ ସର୍ବାଧିକ ଲାଭ ସୁନିଶ୍ଚିତ କରୁଛି। ଉଲ୍ଲେଖନୀୟ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ।”
ଅଶୋକ ଲେଲ୍ୟାଣ୍ଡର ସଭାପତି-ଏମଆଣ୍ଡଏଚସିଭି ସଞ୍ଜୀବ କୁମାର କହିଛନ୍ତି ଯେ, “ଗ୍ରାହକ ଅନୁଭୂତିରେ ନିରନ୍ତର ଉନ୍ନତି ଆଣିବା ଓ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବା ଲାଗି ଅଶୋକ ଲେଲ୍ୟାଣ୍ଡରେ ଆମେ ଉତ୍ସର୍ଗୀକୃତ ରହିଛୁ। ବନ୍ଧନ ବ୍ୟାଙ୍କ ଓ ଅଶୋକ ଲେଲ୍ୟାଣ୍ଡର ମିଳିତ ଦୃଢ଼ତାକୁ ନେଇ ଆମ ଗ୍ରାହକମାନେ ସହଜ ପରିଶୋଧ ଯୋଜନା ସହ ବ୍ୟାପକ ଆର୍ଥିକ ସମାଧାନ ପାଇପାରିବେ।”

Share

Leave a Reply

Your email address will not be published. Required fields are marked *

one × 4 =