Business

ବନ୍ଧନ ବ୍ୟାଙ୍କ ପକ୍ଷରୁ ଦ୍ରବ୍ୟ ଓ ସେବା ଟିକସ ସହଜ ପୈଠ ଲାଗି ସେବା ଶୁଭାରମ୍ଭ


ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଗ୍ରାହକ ଓ ଅଣ-ଗ୍ରାହକମାନଙ୍କଠାରୁ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରିବା ଲାଗି ଏକ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ବ୍ୟାଙ୍କର ଗ୍ରାହକ ଓ ଅନ୍ୟ ଟିକସଦାତାମାନଙ୍କ ଲାଗି ଜିଏସ୍‌ଟି ପ୍ରଦାନ କରିବା ସହଜ ହେବ।
ଏହି ସୁବିଧା ଫଳରେ ବ୍ୟାଙ୍କର ଖୁଚୁରା ଇଂଟରନେଟ୍ ବ୍ୟାଙ୍କିଙ୍ଗ ଓ କର୍ପୋରେଟ୍ ଇଂଟରନେଟ୍ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମରେ ବ୍ୟାଙ୍କର ଗ୍ରାହକ ଓ ଅନ୍ୟମାନେ ଶୀଘ୍ର, ନିରବଚ୍ଛିନ୍ନ ଓ ସୁବିଧାରେ ସେମାନଙ୍କ ଦ୍ରବ୍ୟ ଓ ସେବା ଟିକସ ପ୍ରଦାନ କରିପାରିବେ। ନଗଦ ରାଶି, ଚେକ୍ କିମ୍ବା ଡିମାଣ୍ଡ ଡ୍ରାଫ୍‌ଟ ଜରିଆରେ ସେମାନେ ବ୍ୟାଙ୍କର ଯେକୌଣସି ଶାଖାରେ ମଧ୍ୟ ଟିକସ ପଇଠ କରିପାରିବେ।
ଦେଶର ୩୬ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ବନ୍ଧନ ବ୍ୟାଙ୍କ ୩୫ ଟିରେ ଉପସ୍ଥିତ ଥିବା ବେଳେ ଏହାର ୬୩୦୦ରୁ ଅଧିକ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍ ଜରିଆରେ ୩.୪୪ କୋଟି ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି।
ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ମୁଖ୍ୟ ବ୍ୟବସାୟ ଅଧିକାରୀ ରାଜିନ୍ଦର ବବର୍ କହିଛନ୍ତି ଯେ, “ସରକାରୀ ସେବାକୁ ଗ୍ରାହକଙ୍କ ନିକଟତର କରିବା ଲାଗି ଆମର ରହିଥିବା ଉଦ୍ୟମ ଦିଗରେ ଜିଏସ୍‌ଟି ରାଜସ୍ୱ ସଂଗ୍ରହର ଶୁଭାରମ୍ଭ ହେଉଛି ଆଉ ଏକ ମାଇଲଖୁଂଟ। ନାଗରିକମାନଙ୍କ ଲାଗି ବ୍ୟବସାୟକୁ ସହଜ କରିବା ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ବନ୍ଧନ ବ୍ୟାଙ୍କରେ ଆମେ ଆମର ଉତ୍କୃଷ୍ଟ ଡିଜିଟାଲ୍ ଓ ପ୍ରଯୁକ୍ତି ଦକ୍ଷତା ଜରିଆରେ ସକାରାତ୍ମକ ପ୍ରଭାବ ଆଣିବାକୁ ପ୍ରତିବଦ୍ଧ ରହିଛୁ। ବନ୍ଧନ ବ୍ୟାଙ୍କରେ ଆମେ ଯାହା କରୁ ତାହାର କେନ୍ଦ୍ରରେ ଗ୍ରାହକ କୈନ୍ଦ୍ରୀକତାକୁ ରଖିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ଆମର ବିଶ୍ୱାସ ରହିଛି ଯେ ଉଲ୍ଲେଖନୀୟ ସେବା ପ୍ରଦାନ କରିବା ଲାଗି ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିବା ଓ ଆକଳନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ।”

Share

Leave a Reply

Your email address will not be published. Required fields are marked *

17 + fifteen =