Business

ବଜାଜ ହାଉସିଂ ଫାଇନାନ୍ସ ଲିମିଟେଡର ୬୫୬୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ ଅଫର ୨୦୨୪ ସେପ୍ଟେମ୍ବର ୯ରେ ଖୋଲିବ

ଭୁବନେଶ୍ୱର: ବଜାଜ ହାଉସିଂ ଫାଇନାନ୍ସ ଲିମିଟେଡ (ବିଏଚଏଫଏଲ)ର ଇନିସିଆଲ ପବ୍ଲିକ ଅଫର (ଆଇପିଓ)ର ବିଡ ୨୦୨୪ ସେପ୍େଟମ୍ବର ୯, ସୋମବାର ଖୋଲିବ। ଏହି ଅଫରର ପରିମାଣ ହେଉଛି ୬୫୬୦ କୋଟି ଟଙ୍କା। ଏଥିରେ ୩୫୬୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ନିବେଶକମାନେ ୩୦୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ।
ଆଙ୍କର ନିବେଶକମାନେ ୨୦୨୪ ସେପ୍ଟେମ୍ବର ୬ରେ ବିଡ ଦାଖଲ କରିପାରିବେ। ବିଡ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୪ ସେପ୍େଟମ୍ବର ୧୧। ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୬୬ ଟଙ୍କାରୁ ୭୦ ଟଙ୍କା ମଧ୍ୟରେ ରହିଛି। ନିବେଶକମାନେ ସର୍ବନିମ୍ନ ୨୧୪ ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ସେଥିରେ ୨୧୪ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
କର୍ମଚାରୀମାନଙ୍କ ସବସ୍କ୍ରିପସନ ଲାଗି ବଜାଜ ଫାଇନାନ୍ସ ଲିମିଟେଡ ପାଇଁ ୨୦୦ କୋଟି ଟଙ୍କାର ଏବଂ ବଜାଜ ଫିନସର୍ଭ ଲିମିଟେଡ ପାଇଁ ୫୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ସଂରକ୍ଷିତ ରଖାଯାଇଛି।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ଆଗାମୀ ଦିନରେ ଋଣ ପ୍ରଦାନ କରିବା ଲାଗି କଂପାନିର ଭବିଷ୍ୟତ ବ୍ୟବସାୟ ଆବଶ୍ୟକତା ପୂରଣ କରିବା ନିମନ୍ତେ ପୁଂଜି ଆଧାରରେ ଉନ୍ନତି ଆଣିବାକୁ ବ୍ୟବହାର କରାଯିବ। ଅଫର ଫର ସେଲରେ ବଜାଜ ଫାଇନାନ୍ସ ଲିମିଟେଡ ପକ୍ଷରୁ ୩୦୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରାଯିବ।
ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି। ଏନଏସଇ ହେଉଛି ଡେଜିଗନେଟେଡ ଷ୍ଟକ ବଜାର।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି କୋଟାକ ମହିନ୍ଦ୍ରା କ୍ୟାପିଟାଲ କଂପାନି ଲିମିଟେଡ, ବିଓଏଫଏ ସିକ୍ୟୁରିଟିଜ ଇଣ୍ଡିଆ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଗୋଲଡମ୍ୟାନ ସଚସ (ଇଣ୍ଡିଆ) ସିକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡ, ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ, ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ଆଇଆଇଏଫଏଲ ସିକ୍ୟୁରିଟିଜ ଲିମିଟେଡ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ। ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ। ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ। ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ। ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।

Share

Leave a Reply

Your email address will not be published. Required fields are marked *

19 − 7 =