Business

ବଜାଜ ଆଲିଆଞ୍ଜ ଲାଇଫ ପକ୍ଷରୁ ୨୦୨୪-୨୫ର ପ୍ରଥମ ତ୍ରୈମାସିକରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନ୍ସ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଏହି ସମୟରେ କମ୍ପାନିର ବ୍ୟକ୍ତିଗତ ରେଟେଡ ନୂଆ ବ୍ୟବସାୟ ୨୬ ପ୍ରତିଶତ ବୃଦ୍ଧି ପାଇ ୧,୨୯୪ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ଏହି ସମୟରେତାହା ୧,୦୨୮ କୋଟି ଟଙ୍କା ଥିଲା।
ସାରା ଦେଶରେ ଥିବା ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ବଜାଜ ଆଲିଆଂଜ ଲାଇଫ ଏହାର ବଂଟନ ନେଟୱର୍କରେ ନିବେଶ ଜାରି ରଖିବ ଏବଂ ନିରବଚ୍ଛିନ୍ନ ଭାବେ ଲୋକଙ୍କ ଜୀବନ ଲକ୍ଷ ପୂରଣ କରିବ। ଆଲୋଚ୍ୟ ତ୍ରୈମାସିକରେ କମ୍ପାନିର ଏଜେନ୍ସି ଚ୍ୟାନେଲରେ ଅଭିବୃଦ୍ଧି ୧୫ ପ୍ରତିଶତ, ସଂସ୍ଥାଗତ ବ୍ୟବସାୟରେ ୨୭ ପ୍ରତିଶତ ଓ ପ୍ରୋପାଇଟରି ସେଲସ ଫୋର୍ସରେ ୭୫ ପ୍ରତିଶତ ରହିଛି।
ଏହି ଅବସରରେ ବଜାଜ ଆଲିଆଞ୍ଜ ଲାଇଫର ଏମଡି ଓ ସିଇଓ ତରୁଣ ଚୁଗ କହିଛନ୍ତି ଯେ, “ସାରା ଦେଶରେ ଥିବା ସମସ୍ତ ଗ୍ରାହକଙ୍କ ପାଖରେ ପହଂଚିବା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆମେ ଆମ ଉପସ୍ଥିତିକୁ ବଢ଼ାଇବା ଲାଗି ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ଶୁଭାରମ୍ଭ କରିଥିଲୁ। ବର୍ତମାନ ୫୪୫ରୁ ଅଧିକ ଶାଖା, ୧.୫୩ ଲକ୍ଷ ଏଜେଂଟ, ୩୫ ବିଶ୍ୱସନୀୟ ବ୍ୟାଙ୍କ ସହଯୋଗୀ, ୨୫ ହଜାର କର୍ମଚାରୀ ଓ ଏକ ଦୃଢ଼ ଡିଜିଟାଲ ଉପସ୍ଥିତି ଜରିଆରେ ଆମେ ପ୍ରଭାବଶାଳୀ ଢଙ୍ଗରେ ପୁରୁଣା ଓ ନୂଆ ଗ୍ରାହକଙ୍କ ନିକଟରେ ପହଂଚିପାରିଛୁ। ଆମ ଉପସ୍ଥିତି ଦ୍ୱାରା କେବଳ ଭାରତୀୟ ଗ୍ରାହକ ନୁହେଁ, ପ୍ରବାସୀ ଭାରତୀୟମାନେ ମଧ୍ୟ ଉପକୃତ ହୋଇଛନ୍ତି। ଚଳିତ ବର୍ଷ ହୋଇଥିବା ନିୟାମକ ପରିବର୍ତନ ଓ ସୁସ୍ଥକର ଅରର୍ଥନୈତିକ ପରିବେଶକୁ ନେଇ ଆମେ ଗ୍ରାହକଙ୍କ ସହ ଆମ ଉପସ୍ଥିତି ଦୃଢ଼ କରିବା ଏବଂ ସବୁ ଅଂଶୀଦାରଙ୍କୁ ଉଲ୍ଲସିତ କରିବା ଜାରି ରଖିବୁ।”
୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକରେ ବଜାଜ ଆଲିଆଞ୍ଜ ଲାଇଫର ଗ୍ରସ ରିଟେନ ପ୍ରିମିୟମ ୨୪ ପ୍ରତିଶତ ବୃଦ୍ଧି ପାଇ ୫୦୧୮ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ଏହି ସମୟରେ ୪୦୫୮ କୋଟି ଟଙ୍କା ଥିଲା। କମ୍ପାନିର ଟିକସ ପରବର୍ତୀ ଲାଭ ୯୭ କୋଟି ଟଙ୍କା ହୋଇଛି। ନୂଆ ବ୍ୟବସାୟ ମୂଲ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇ ୧୦୪ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୯୪ କୋଟି ଟଙ୍କା ଥିଲା। କମ୍ପାନିର ମୋଟ ପରିଚାଳନା ଅଧୀନ ସଂପତି ୨୩ ପ୍ରତିଶତ ବୃଦ୍ଧି ପାଇ ୧,୧୬,୯୬୬ କୋଟି ଟଙ୍କା ହୋଇଛି। ଏହାର ଘରୋଇ ବଜା ଅଂଶ ୯ ପ୍ରତିଶତ ରହିଛି।
ବଜାଜ ଆଲିଆଞ୍ଜ ଲାଇଫ ଏହାର ଉତ୍ପାଦ ନବସୃଜନ, ଡିଜିଟାଲ ରୂପାନ୍ତରଣ ଓ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଉପରେ ଏହାର ଗୁରୁତ୍ୱ ଜାରି ରଖିବ ଏବଂ ଏହାର ବ୍ୟବସାୟ ମାନଦଣ୍ଡଗୁଡ଼ିକରେ ନିବେଶ ଜାରି ରଖିବ।

Share

Leave a Reply

Your email address will not be published. Required fields are marked *

14 + 3 =