Business

ଆକ୍ସିସ୍ ବ୍ୟାଙ୍କର ବରଗୁଣ୍ଡି ପ୍ରାଇଭେଟ୍ ପକ୍ଷରୁ ୧୫ଟି ନୂଆ ସହରରେ ଉପସ୍ଥିତିର ସମ୍ପ୍ରସାରଣ


ଭୁବନେଶ୍ୱର: ଆକ୍ସିସ୍ ବ୍ୟାଙ୍କର ଘରୋଇ ବ୍ୟାଙ୍କିଙ୍ଗ୍ ବ୍ୟବସାୟ ବରଗୁଣ୍ଡି ପ୍ରାଇଭେଟ ଏହାର ସଂପତି ପରିଚାଳନା ସେବାକୁ ୧୫ଟି ନୂତନ ସହରକୁ ସମ୍ପ୍ରସାରଣ କରିବା ଘୋଷଣା କରିଛି। ଫଳରେ ଏହା ସମଗ୍ର ଭାରତରେ ୪୨ଟି ସ୍ଥାନରେ ଏହାର ଉପସ୍ଥିତି ବୃଦ୍ଧି କରିପାରିଛି। ଏହି ପଦକ୍ଷେପ ସହିତ ବରଗୁଣ୍ଡି ପ୍ରାଇଭେଟ୍ ବର୍ତ୍ତମାନ ଭାରତର ଦ୍ରୁତ ବିକଶିତ ଦ୍ୱିତୀୟ ଶ୍ରେଣୀ ବଜାରରେ ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ନିଜର ସଂପତି ପରିଚାଳନା ସେବା ପ୍ରଦାନ କରିବ ।
ଭୁବନେଶ୍ୱର, ପାଟନା, ରାୟପୁର, ଆଗ୍ରା, ଗାଜିଆବାଦ, ଯୋଧପୁର, ଉଦୟପୁର, ଜଳନ୍ଧର, ମିରଟ, ବେଲଗାମ, କୋଝିକୋଡ଼, ଥିରୁଅନନ୍ତପୁରମ, ଔରଙ୍ଗାବାଦ, ନାଗପୁର ଏବଂ ଗାନ୍ଧୀଧାମ ଭଳି ନୂତନ ସହରରେ କମ୍ପାନୀ ଏହାର ସେବା ଆରମ୍ଭ କରୁଛି। ଏହି ବଜାରରେ ସଂଚୟ ଏବଂ ମିଆଦୀ ଜମା ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ବେଳେ ଏହି ବଜାରଗୁଡ଼ିକ ନିବେଶରେ ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରଦର୍ଶନ କରିଛନ୍ତି। ବରଗୁଣ୍ଡି ପ୍ରାଇଭେଟ୍ ଏହାର ଦକ୍ଷତା, ଜ୍ଞାନକୌଶଳ ଏବଂ ଡାଟା ଆନାଲିଟିକ୍ସର ଉପଯୋଗ କରି ଏହି ଭୌଗୋଳିକ କ୍ଷେତ୍ରରେ ଗ୍ରାହକଙ୍କ ଆଶା ପୂରଣ କରୁଥିବା ବ୍ୟକ୍ତିଗତ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
ଆକ୍ସିସ ବ୍ୟାଙ୍କର ଏଫ୍ଲୁଏଣ୍ଟ ବ୍ୟଙ୍କିଂ, ଏନଆରଆଇ, କାର୍ଡ/ ପେମେଣ୍ଟସ୍ ଆଣ୍ଡ ରିଟେଲ ଲେଣ୍ଡିଂର ଗ୍ରୁପ ଏକ୍ଜିକ୍ୟୁଟିଭ୍ ଅର୍ଜୁନ ଚୌଧୁରୀ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ବଢୁଥିବା ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ସଂପତି ପରିଚାଳନା ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଆମେ ଦ୍ୱିତୀୟ ଶ୍ରେଣୀ ସହରଗୁଡିକରେ ପ୍ରଚୁର ଅଭିବୃଦ୍ଧି ସମ୍ଭାବନାକୁ ସ୍ୱୀକାର କରୁଛୁ ଏବଂ ଏହି ବିକଶିତ ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ହେବାକୁ ଆଗ୍ରହୀ । ଏହି ବଜାର ଏବଂ ତାହାର ଆର୍ôଥକ, ସାଂସ୍କୃତିକ ଏବଂ ସାମାଜିକ ସୂକ୍ଷ୍ମତା ବିଷୟରେ ଆମର ଗଭୀର ବୁଝାମଣା ଆମକୁ ସଂପତି ସୃଷ୍ଟି ଏବଂ ସଂରକ୍ଷଣ ରଣନୀତି ପ୍ରସ୍ତୁତ କରିବାରେ ସହାୟକ ହେବ। ତାହା ଆମ ଗ୍ରାହକମାନଙ୍କୁ ସେମାନଙ୍କ ଲକ୍ଷ୍ୟ ଏବଂ ଆର୍ôଥକ ଆକାଂକ୍ଷା ହାସଲ କରିବାକୁ ସଶକ୍ତ କରିବ।”
ବରଗୁଣ୍ଡି ପ୍ରାଇଭେଟର ଏୟୁଏମ୍ ପ୍ରାୟ ୨.୦୭ ଲକ୍ଷ କୋଟି ଟଙ୍କା ରହିଛି ଯାହା ବାର୍ଷିକ ୩୩% ବୃଦ୍ଧି ପାଇଛି। ବର୍ତ୍ତମାନ ୨୭ଟି ସହରର ୧୩,୦୦୦ରୁ ଅଧିକ ପରିବାର ପାଇଁ ଏହା ସଂପତି ପରିଚାଳନା କରୁଛି। ଆକ୍ସିସ୍ ଗ୍ରୁପ୍ ଦ୍ୱାରା ପରିଚାଳିତ, ବରଗୁଣ୍ଡି ପ୍ରାଇଭେଟ୍ ଏହାର ସମୃଦ୍ଧ ଗ୍ରାହକମାନଙ୍କୁ ବ୍ୟାଙ୍କିଙ୍ଗ୍‌, ଋଣ, କାର୍ଡ, ନିବେଶ, ବୀମା, ବ୍ରୋକିଂ, ଟ୍ରଷ୍ଟି ସେବା, ନିବେଶ ବ୍ୟାଙ୍କିଙ୍ଗ୍ ଏବଂ ଏନବିଏଫସି ସମାଧାନ ସମେତ ଏକ ବିସ୍ତୃତ ଉତ୍ପାଦ ଏବଂ ସେବା ପ୍ରଦାନ କରୁଛି । ୱେଲଥ ମ୍ୟାନେଜରମାନଙ୍କ ବ୍ୟାପକ ନେଟୱାର୍କ ମାଧ୍ୟମରେ ବରଗୁଣ୍ଡି ପ୍ରାଇଭେଟ୍ ଏହାର ଗ୍ରାହକମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି।ସେମାନଙ୍କର ଆର୍ôଥକ ଲକ୍ଷ୍ୟ ଏବଂ ସାମଗ୍ରିକ ଏବଂ ବ୍ୟକ୍ତିଗତ ସଂପତି ସମାଧାନ ଆବଶ୍ୟକତାକୁ ବୁଝୁଛି। ବରଗୁଣ୍ଡି ପ୍ରାଇଭେଟ୍ କ୍ଲାଏଣ୍ଟମାନଙ୍କ ପାଇଁ କଳା, ସଂସ୍କୃତି, ଜୀବନଶୈଳୀ ଏବଂ ବୁଦ୍ଧିର ଏକ ସର୍ବୋତମ ଅନୁଭୂତି ପ୍ରଦାନ କରୁଛି। ନିକଟରେ ବରଗୁଣ୍ଡି ପ୍ରାଇଭେଟ୍ ଏସିଆ ସୋସାଇଟି ଇଣ୍ଡିଆ ସେଣ୍ଟର ସହ ସହଯୋଗିତା ସ୍ଥାପନ କରି ଭିସିର ପ୍ରଭାବକୁ ଦର୍ଶାଉଥିବା ଲିଡରସିପ୍ ଡାଏଲଗ୍ ଆୟୋଜନ କରିଥିଲା।

Share

Leave a Reply

Your email address will not be published. Required fields are marked *

4 × 1 =