Business

ଓଡିଶାରେ ୪ଟି ନୂତନ ଶାଖା ଉଦ୍‌ଘାଟନ କରିଛି ଆକ୍ସିସ୍ ବ୍ୟାଙ୍କ, ରାଜ୍ୟରେ ସମ୍ପ୍ରସାରଣ ଯୋଜନାକୁ ବ୍ୟାପକ କରିଛି

ଭୁବନେଶ୍ବର/କଟକ : ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଓଡିଶାରେ ୪ଟି ନୂତନ ଶାଖାର ଉଦ୍‌ଘାଟନ କରାଯାଇଛି। ଏହି ରଣନୈତିକ ସମ୍ପ୍ରସାରଣ ନିଜର ଉପସ୍ଥିତି ବିସ୍ତାର କରିବା ଏବଂ ଗ୍ରାହକଙ୍କୁ ଏକ ବିସ୍ତୃତ ଶୃଙ୍ଖଳାର ବ୍ୟାଙ୍କିଙ୍ଗ୍ ଉତ୍ପାଦ ଓ ସେବା ପାଇଁ ଅଧିକ ପହଂଚ ପ୍ରଦାନ କରିବା ନେଇ ବ୍ୟାଙ୍କର ବିଦ୍ୟମାନ ପ୍ରୟାସର ଅଂଶ ଅଟେ। ଏହି ନୂତନ ଶାଖାଗୁଡିକ କଟକ ଜିଲ୍ଲାର ଚୌଦ୍ୱାର ଓ ନିଶ୍ଚିନ୍ତକୋଇଲି, କେନ୍ଦ୍‌ୁଝର ଜିଲ୍ଲାର ଚମ୍ପୁଆ ଓ ମୟୁରଭଞ୍ଜ ଜିଲ୍ଲାର ବାହାଲ୍‌ଦାଠାରେ ଅବସ୍ଥାପିତ ରହିଛି।
ଆକ୍ସିସ୍ ବ୍ୟାଙ୍କ, ଭୁବନେଶ୍ୱରର ସର୍କଲ ହେଡ୍ ବିପ୍ଳବୀ ପଟ୍ଟନାୟକ, ଆକ୍ସିସ୍ ବ୍ୟାଙ୍କର କ୍ଲଷ୍ଟର ହେଡ୍ ବିଭୂଦତ ମିଶ୍ର, ବ୍ୟାଙ୍କର ଲାୟବିଲିଟି ସେଲ୍‌ସ ବିଭାଗର କ୍ଲଷ୍ଟର ହେଡ୍ ଦେବାଶିଷ ଜେନା ଏବଂ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କଟକ ଜିଲ୍ଲାର ଚୌଦ୍ୱାରଠାରେ ବ୍ୟାଙ୍କର ୨୧୮ତମ ଶାଖାକୁ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର ଏମ୍‌ଏଲ୍‌ଏ ସୌଭିକ ବିଶ୍ୱାଳ ଓ ଚୌଦ୍ୱାର କଲେଜର ପ୍ରିନ୍ସିପାଲ ଶ୍ରୀମତି ରଶ୍ମୀ ରାଉତରାୟ ଉଦ୍‌ଘାଟନ କରିଛନ୍ତି।
କେନ୍ଦୁଝର ଓ ମୟୂରଭଞ୍ଜ ଶାଖାର ଠିକଣା:
ଚମ୍ପୁଆ ଶାଖା, ଗ୍ରାଉଣ୍ଡ ଫ୍ଲୋର, ଗୌଡ ସାହି ରୋଡ୍‌, ପିତ୍ତ୍ୱତ୍ତ୍ୱଓ / ପିଏସ୍‌- ଚମ୍ପୁଆ, ଜିଲ୍ଲା କେନ୍ଦୁଝର, ଓଡିଶା-୭୫୮୦୪୧।
ଇାହାଲଦା ଶାଖା, ଗ୍ରାଉଣ୍ଡ ଫ୍ଲୋର, କୁଲ୍‌ଗି ରୋଡ୍‌, ଶିଶୁ ମନ୍ଦିର ସାମ୍‌ନା, ବାହାଲ୍‌ଦା, ଜିଲ୍ଲା-ମୟୁରଭଞ୍ଜ, ଓଡିଶା- ୭୫୭୦୪୬।
ଏହି ନୂତନ ଶାଖାଗୁଡିକ ବୃହତ୍ ଓ ମଧ୍ୟମ ଆକାରର ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, କୃଷି ଓ ଖୁଚୁରା ବ୍ୟବସାୟକୁ କଭର କରୁଥିବା ଏହାର ଗ୍ରାହକ ବର୍ଗଗୁଡିକର ବିବିଧ ବ୍ୟାଙ୍କିଙ୍ଗ୍ ଆବଶ୍ୟକତା ପୂରଣ କରିବା ପାଇଁ ଏକ ବିସ୍ତୃତ ଶୃଙ୍ଖଳାର ଆସେଟ୍ ପ୍ରଡକ୍ଟ ଓ ବ୍ୟାଙ୍କିଙ୍ଗ୍ ସେବା ଯେପରିକି ପର୍ସନାଲ ବ୍ୟାଙ୍କିଙ୍ଗ୍‌, ଡିଜିଟାଲ ବ୍ୟାଙ୍କିଙ୍ଗ୍‌, ଋଣ ଉତ୍ପାଦ (ପର୍ସନାଲ, ଗୋଲ୍ଡ, ହୋମ୍‌, ଭେଇକିଲ, ୱର୍କିଂ କ୍ୟାପିଟାଲ, ଟର୍ମ ଇତ୍ୟାଦି), ବୀମା ସୁବିଧା ଆଦି ପ୍ରଦାନ କରିବ ।
ଏହି ଶାଖାଗୁଡିକର ଉଦ୍‌ଘାଟନ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର ଅଧ୍ୟକ୍ଷ ଓ ବ୍ରାଂଚ୍ ବ୍ୟାଙ୍କିଙ୍ଗ୍ ବିଭାଗର ମୁଖ୍ୟ ଅର୍‌ନିକା ଦିକ୍ଷିତ୍ କହିଛନ୍ତି, “ଓଡିଶାରେ ଏହି ନୂତନ ଶାଖାଗୁଡିକର ଉଦ୍‌ଘାଟନ ସହିତ ଆକ୍ସିସ୍ ବ୍ୟାଙ୍କ ବିବିଧ ଗ୍ରାହକ ବର୍ଗଗୁଡିକ ସହ ନିଜର ସମ୍ପର୍କକୁ ସୁଦୃଢ କରିବା ଜାରି ରଖିବ ଏବଂ ସେମାନଙ୍କୁ ଏକାଧିକ ସ୍ମାର୍ଟ ଓ କଷ୍ଟମାଇଜ୍‌ଡ ଫାଇନାନ୍ସିଆଲ ସଲ୍ୟୁଶନ ପାଇଁ ସହଜ ପହଂଚ ପ୍ରଦାନ କରିବ। ଆମର ସ୍ୱତନ୍ତ୍ର ସମାଧାନଗୁଡିକ ମନୁଷ୍ୟର ସ୍ପର୍ଶ ସହ ଡିଜିଟାଲ କ୍ଷମତାଗୁଡିକୁ ମିଶ୍ରଣ କରିବା ପାଇଁ ଆମର କ୍ଷମତାକୁ ପ୍ରତିଫଳନ କରୁଛି ଯାହା ଆମେ ଆମର ଗ୍ରାହକଙ୍କୁ ଉଭୟ ଦୁନିଆର ସର୍ବୋତମତା ପ୍ରଦାନ କରୁଛୁ ବୋଲି ସୁନିଶ୍ଚିତ କରୁଛି। ଆମେ ଏହି ଅଂଚଳରେ ବିକାଶର ଅପାର ସମ୍ଭାବନା ପରିଲକ୍ଷିତ କରୁଛୁ ଏବଂ ଦେଶର ଅନ୍ୟତମ ସର୍ବବୃହତ୍ ବ୍ୟାଙ୍କ ଭାବେ ଆମେ ସେମାନଙ୍କର ଅଭିବୃଦ୍ଧି ଯାତ୍ରାର ଅଂଶ ହେବା ପାଇଁ ଚାହୁଁଛୁ।”
ଏହି ଶାଖାଗୁଡିକ ମାଧ୍ୟମରେ ଆକ୍ସିସ୍ ବ୍ୟାଙ୍କ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ପାଇଁ ବଢୁଥିବା ଚାହିଦାକୁ ପୂରଣ କରିବା ଏବଂ ଏଭଳି ଅଂଚଳଗୁଡିକର ଆର୍ଥିକ ବିକାଶରେ ଯୋଗଦାନ ଦେବା ପାଇଁ ଲକ୍ଷ୍ୟ ରଖିଛି। ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜିରେ ସୁସଜ୍ଜିତ କରିବ ଏବଂ ସେମାନଙ୍କୁ ନିଜର ଦୈନନ୍ଦିନ ଟ୍ରାଞ୍ଜାକ୍ସନଗୁଡିକେରେ ସହଜରେ ଡିଜିଟାଲ ପେମେଂଟ୍ ସମାଧାନକୁ ଗ୍ରହଣ କରିବା ପାଇଁ ସଶକ୍ତ କରିବ। ଆକ୍ସିସ ବ୍ୟାଙ୍କ କ୍ୟାଶଲେସ ଟ୍ରାଞ୍ଜାକ୍ସନ ଇକୋସିଷ୍ଟମକୁ ସୁଗମ କରିବା ପାଇଁ ଦେଶବ୍ୟାପୀ ଜରୁରୀ ଭିତିଭୂମି ପ୍ରଦାନ କରିଆସୁଛି।
ଏହି ନୂତନ ଶାଖାଗୁଡକ ସହିତ ଆକ୍ସିସ୍ ବ୍ୟାଙ୍କର ଓଡିଶାରେ ବର୍ତମାନ ମୋଟ ୨୧୮ଟି ଶାଖା ଓ ୫୨୫ଟି ଏଟିଏମ୍ ରହିଛି।

Share

Leave a Reply

Your email address will not be published. Required fields are marked *

two + five =