Business

ବିମାନ ଚଳାଚଳ ପେସାଦାରଙ୍କ ତାଲିମ ପାଇଁ ଏୟାର ଇଣ୍ଡିଆ ଏସ୍‌ଏଟିଏସ୍ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ


ଭୁବନେଶ୍ୱର: ବିମାନ ଚଳାଚଳ କ୍ଷେତ୍ର ପାଇଁ ରାଜ୍ୟର ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରିବା ନିମନ୍ତେ ଦେଶର ଅଗ୍ରଣୀ ବିମାନବନ୍ଦର ସେବା ପରିଚାଳନା କଂପାନି ଏୟାର ଇଣ୍ଡିଆ ଏସ୍‌ଏଟିଏସ୍ ଏୟାରପୋର୍ଟ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦକ୍ଷତା ବିକାଶ ଓ ନିୟୋଜନ ନିର୍ଦ୍ଦେଶାଳୟ ସହିତ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି ଯାହା ରାଜ୍ୟର ଅଭିଳାଷୀ ପେସାଦାରଙ୍କ ବିମାନ ଚଳାଚଳ କ୍ଷେତ୍ର ତାଲିମ ସୁଯୋଗରେ ଉନ୍ନତି ଆଣିବ।
ଆସନ୍ତା ଚାରି ବର୍ଷ ମଧ୍ୟରେ ଭାରତର ପ୍ରମୁଖ ବିମାନବନ୍ଦରଗୁଡ଼ିକର ଯାତ୍ରୀ ସଂଖ୍ୟା ଦ୍ୱିଗୁଣିତ ହୋଇ ୧୯୨ ନିୟୁତରୁ ବୃଦ୍ଧି ପାଇ ୪୨୦ ନିୟୁତ ହେବା ଆକଳନ କରାଯାଇଥିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତରେ ଏହି ସହଯୋଗିତା ସ୍ଥାପନ କରାଯାଇଛି। ଏହି ସମୟରେ ବିମାନ ଫ୍ଲିଟ୍ ସଂଖ୍ୟା ୭୦୦ରୁ ବୃଦ୍ଧି ପାଇ ୨୦୦୦ ହେବ ଯାହାର ପରିଚାଳନା ଲାଗି ଅଧିକରୁ ଅଧିକ ଦକ୍ଷ ବିମାନ ଚଳାଚଳ ପ୍ରଫେସନାଲଙ୍କ ଆବଶ୍ୟକତା ଦେଖାଦେବ।
ଏହି ବୁଝାମଣା ଅଧୀନରେ ଏଆଇଏସ୍‌ଏଟିଏସ୍ ପକ୍ଷରୁ ଏହାର ହାଇଦ୍ରାବାଦରେ ଥିବା ତାଲିମ ଏକାଡେମିରେ ଓଡ଼ିଶାର ପ୍ରାର୍ଥୀମାନଙ୍କୁ ୩୦ ଦିନିଆ କଠିନ ତାଲିମ ପ୍ରଦାନ କରାଯିବ। ବିମାନ ବନ୍ଦରରେ ରାମ୍ପ ପରିଚାଳନା ଓ ଗ୍ରାହକ ସେବା ଉପରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏହି ତାଲିମ ପାଇଁ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି।
ଏଆଇଏସ୍‌ଏଟିଏସ୍‌ର ସିଇଓ ଶ୍ରୀ ସଂଜୟ ଗୁପ୍ତା କହିଛନ୍ତି ଯେ, “ସ୍ୱଦେଶୀ ପ୍ରତିଭାଙ୍କୁ ସମୃ୍‌ଧ କରିବା ଏବଂ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଉନ୍ନତିରେ ଯୋଗଦାନ ଦେବା ଲାଗି ଆମର ରହିଥିବା ପ୍ରତିବଦ୍ଧତାରେ ଓଡ଼ିଶା ସରକାରଙ୍କ ସହ ଏହି ସହଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ହାଇଦ୍ରାବାଦରେ ଥିବା ଆମ ଅତ୍ୟାଧୁନିକ ତାଲିମ କେନ୍ଦ୍ରରେ ପହଂଚାଇବା ଏବଂ ତତ୍କାଳ ନିଯୁକ୍ତି ସୁଯୋଗ ପ୍ରଦାନ କରି ଆମେ ଏକ ଉଚ୍ଚ ଦକ୍ଷତା ସମ୍ପନ୍ନ ଶ୍ରମଶକ୍ତି ଗଠନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ସାରା ଭାରତରେ ବିମାନବନ୍ଦର ପରିଚାଳନାର ଭବିଷ୍ୟତକୁ ବଦଳାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭାରତରେ ବିମାନ ଚଳାଚଳ ଆଗକୁ ବଢ଼ିବା ନେଇ ଆକଳନ କରାଯାଇଛି, ଯେଉଁଥିପାଇଁ ସୁରକ୍ଷିତ ବିମାନବନ୍ଦର ପରିଚାଳନା ନିମନ୍ତେ ଗ୍ରାଉଣ୍ଡ ଷ୍ଟାଫଙ୍କ ଚାହିଦା ବଢ଼ିବ ଏବଂ ସେଥିରେ ଆମ ତାଲିମ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଏକ ଦକ୍ଷ, ଜ୍ଞାନ ସମ୍ପନ୍ନ ଓ ସ୍ଥାୟୀ ପ୍ରତିଭା ସୃଷ୍ଟି କରିବ ଯାହା ଦକ୍ଷତା ବିକାଶ ଅଭିଯାନ ପ୍ରତି ଶିଳ୍ପର ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି।’’
ତାଲିମ ଶେଷ ହେବା ପରେ ପ୍ରାର୍ଥୀମାନଙ୍କୁ “ଗ୍ରାଉଣ୍ଡ ହାଣ୍ଡଲିଂ ଆଣ୍ଡ ଏୟାର ପୋର୍ଟ ଅପରେସନ୍ସ’ ସାର୍ଟିଫିକେଟ୍ ପ୍ରଦାନ କରାଯିବ ଏବଂ ପରବର୍ତୀ ସମୟରେ ସାରା ଭାରତରେ ଏଆଇଏସ୍‌ଏଟିଏସ୍‌ର ଛଅ ଷ୍ଟେସନ୍‌ରେ ନିଯୁକ୍ତି ଦିଆଯିବ। ବିମାନ ଚଳାଚଳ କ୍ଷେତ୍ରକୁ ନେଇ ଉତ୍ସାହୀ ଥିବା ଲୋକମାନଙ୍କୁ ଏହି କ୍ଷେତ୍ରରେ ପ୍ରବେଶ କରିବା ଲାଗି ଏହା ଏକ ଢ଼ାଂଚା ପ୍ରଦାନ କରିବ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ବିମାନ ଚଳାଚଳ କ୍ଷେତ୍ରର ଆବଶ୍ୟକତା ପୂରଣ କରିବ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଆଧାରରେ ଏହି ସହଯୋଗିତା ସ୍ଥାପନ କରାଯାଇଛି। ରାମ୍ପ ଏଜେଂଟ, ବ୍ୟାଗେଜ ହାଣ୍ଡଲର, ଗ୍ରାହକ ସେବା ଏଜେଂଟ୍‌, ଲୋଡ କଂଟ୍ରୋଲ ଏଜେଂଟ ଆଦି ଗୁରୁ୍‌ତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଲିମ ପ୍ରଦାନ କରି ଶ୍ରମ ଶକ୍ତି ଓ ଦକ୍ଷତାରେ ରହିଥିବା ଅନ୍ତର ଦୂର କରିବା ଲାଗି ଏଆଇଏସଏଟିଏସ୍ ଉଦ୍ୟମ କରୁଛି।

Share

Leave a Reply

Your email address will not be published. Required fields are marked *

two × five =