Business

ଏୟାର ଇଣ୍ଡିଆ ପକ୍ଷରୁ ଓଡ଼ିଶାରୁ ଜୟପୁର, କୋଚି, ଲକ୍ଷ୍ନୌ, ପାଟନାକୁ ସିଧାସଳଖ ବିମାନ ସଂଯୋଗ

ଭୁବନେଶ୍ୱର: ଓଡ଼ିଶାର ଅଭିବୃଦ୍ଧିକୁ ସୁଦୃଢ଼ କରିବା ଲାଗି ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଭୁବନେଶ୍ୱରରୁ ଚାରିଟି ନୂଆ ରୁଟରେ ବିମାନ ସେବାର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରରୁ ରାଜସ୍ଥାନର ରାଜଧାନୀ ଜୟପୁର ସହର, ଉତରପ୍ରଦେଶର ସାଂସ୍କୃତିକ ପେଣ୍ଠସ୍ତଳ ଲକ୍ଷ୍ନୌ, କେରଳର ଶିଳ୍ପ ସହର କୋଚି ଓ ବିହାରର ରାଜଧାନୀ ପାଟନା ସହିତ ବିମାନ ସେବା ଆରମ୍ଭ ହେବ। ଏହା ଦ୍ୱାରା ଭାରତର ବିଭିନ୍ନ ପ୍ରମୁଖ ଓ ଆଂଚଳିକ କେନ୍ଦ୍ର ସହ ଭୁବନେଶ୍ୱରର ବିମାନ ସଂଯୋଗ ବୃଦ୍ଧି ପାଇବ।
୨୦୨୫ ଜାନୁଆରିରୁ ୩ ତାରିଖରୁ ଜୟପୁର ଓ କୋଚିଂକୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ସେବା ଆରମ୍ଭ ହେବ। ଏହା ପରେ ୨୦୨୫ ଜାନୁଆରି ୪ରେ ଲକ୍ଷ୍ନୌକୁ ଏବଂ ଜାନୁଆରି ୧୫ରେ ପାଟନାକୁ ବିମାନ ସେବାର ଶୁଭାରମ୍ଭ କରାଯିବ। କମ୍ପାନିର ୱେବସାଇଟ ଓ ପ୍ରମୁଖ ବୁକିଂ ପ୍ଲାଟଫର୍ମଗୁଡ଼ିକରେ ବୁକିଂ ଖୋଲା ରହିଛି।
ଭୁବନେଶ୍ୱରୁ ଜୟପୁରକୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ପୂର୍ବାହ୍ନ ୭ଟା ୫୫ ମିନିଟରେ ଛାଡ଼ିବ ଓ ପୂର୍ବାହ୍ନ ୧୦ଟା ୧୫ ମିନିଟରେ ପହଂଚିବ। ଏହି ବିମାନ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଯାତ୍ରା କରିବ। ସେହିପରି ଜୟପୁରରୁ ବିମାନଟି ପୂର୍ବାହ୍ନ ୧ହଟା ୪୫ ମିନିଟରେ ଛାଡ଼ିବ ଓ ଅପରାହ୍ନ ୧ଟା ୫ ମିନିଟରେ ପହଂଚିବ। ଏହି ବିମାନ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଯାତ୍ରା କରିବ। ଭୁବନେଶ୍ୱରରୁ କୋଚି ଅଭିମୁଖେ ଯିବାକୁ ଥିବା ବିମାନଟି ଭୁବନେଶ୍ୱରରୁ ଅପରାହ୍ନ ୩ଟା ୧୦ ମିନିଟରେ ଛାଡ଼ିବ ଓ କୋଚିରେ ଅପରାହ୍ନ ୫ଟା ୪୦ ମିନିଟରେ ପହଂଚିବ। ଏହି ବିମାନଟି ଦୈନିକ ଚାଲିବ। କୋଚିରୁ ବିମାନଟି ସନ୍ଧ୍ୟା ୬ଟା ୧୦ ମିନିଟରେ ଛାଡ଼ିବ ଓ ଭୁବନେଶ୍ୱରରେ ୮ଟା ୫୦ ମିନିଟରେ ପହଂଚିବ।
ଭୁବନେଶ୍ୱରରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନଟି ଭୁବନେଶ୍ୱରରୁ ପୂର୍ବାହ୍ନ ୭ଟା ୫୫ ମିନିଟରେ ଛାଡ଼ିବ ଓ ଲକ୍ଷ୍ନୌରେ ପୂର୍ବାହ୍ନ ୯ଟା ୪୦ ମିନିଟରେ ପହଂଚିବ। ସେହିପରି ଲକ୍ଷେ୍ନୀରୁ ତାହା ପୂର୍ବାହ୍ନ ୧୧ଟା ୧୫ ମିନିଟରେ ଛାଡ଼ିବ ଓ ଭୁବନେଶ୍ୱରରେ ଅପରାହ୍ନ ୧ଟା ୦୫ ମିନିଟରେ ପହଂଚିବ। ଏହି ବିମାନ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଯାତ୍ରା କରିବ। ଭୁବନେଶ୍ୱରରୁ ପାଟନା ଅଭିମୁଖେ ଯିବାକୁ ଥିବା ବିମାନଟି ଭୁବନେଶ୍ୱରରୁ ଅପରାହ୍ନ ୨ଟା ୫୫ ମିନିଟରେ ଛାଡ଼ିବ ଓ ପାଟନାରେ ୪ଟା ୨୦ ମିନିଟରେ ପହଂଚିବ। ପାଟନାରୁ ତାହା ଅପରାହ୍ନ ୫ଟାନରେ ଛାଡ଼ିବ ଓ ଭୁବନେଶ୍ୱରରେ ୬ଟା ୩୦ ମିନିଟରେ ପହଂଚିବ। ଏହି ବିମାନ ଦୈନିକ ଯାତ୍ରା କରିବ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବେ ଭୁବନେଶ୍ୱରରୁ ସାପ୍ତାହିକ ୧୦୪ଟି ବିମାନ ଚଳାଚଳ କରୁଛି ଯାହା ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ପାଟନା ଏବଂ ପୁଣେ ସମେତ ପ୍ରମୁଖ ଗନ୍ତବ୍ୟସ୍ଥଳକୁ ସିଧାସଳଖ ସଂଯୋଗ କରୁଛି। ଏହି ଏୟାରଲାଇନ୍ସ ଅନେକ ଘରୋଇ ଏବଂ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସୁବିଧାଜନକ ୱାନ୍ ଷ୍ଟପ୍ ସଂଯୋଗ ପ୍ରଦାନ କରୁଛି ଯାହା ବ୍ୟବସାୟୀ ଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ସମୁଦାୟର ଆବଶ୍ୟକତାକୁ ପୂରଣ କରୁଛି।
ଏହାବ୍ୟତୀତ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ଏକ ନୂତନ ବିମାନରେ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଥିବା ଇକତରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି। ତାହା ରାଜ୍ୟର ସମୃଦ୍ଧ ସଂସ୍କୃତି ପ୍ରତି ସମ୍ମାନ ଭାବେ କାର୍ଯ୍ୟ କରିବ।
ଭୁବନେଶ୍ୱରରୁ ବିମାନ ଚଳାଚଳ ସମ୍ପ୍ରସାରଣ କେବଳ ଆଂଚଳିକ ଏକତାକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଚିଲିକା ନୌସେନା ଘାଟିର କର୍ମଚାରୀ, ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ଏବଂ ଓଡ଼ିଶାର ବିବିଧ ଶିଳ୍ପରେ ପେସାଦାରଙ୍କ ସମେତ ପ୍ରମୁଖ ଅଂଶୀଦାରମାନଙ୍କୁ ମଧ୍ୟ ସହାୟତା କରିବ। ସଶସ୍ତ୍ର ବାହିନୀର ସଦସ୍ୟ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଡାକ୍ତର ଏବଂ ନର୍ସମାନଙ୍କ ପାଇଁ ଏୟାରଲାଇନ୍ସ ଏହାର ୱେବସାଇଟରେ ସ୍ୱତନ୍ତ୍ର ରିହାତି ଭଡ଼ା ଏବଂ ସୁବିଧା ପ୍ରଦାନ କରୁଛି ଯାହା ବିଭିନ୍ନ ଯାତ୍ରୀ ଗୋଷ୍ଠୀପାଇଁ ବ୍ୟାପକ ସୁବିଧା ସୁନିଶ୍ଚିତ କରିବ।

Share

Leave a Reply

Your email address will not be published. Required fields are marked *

19 − nine =