Business

୫୪% ଅଭିଭାବକଙ୍କ ମତରେ ପିଲାଙ୍କ ପ୍ରଶ୍ନର ହଠାତ ଉତର ତାଙ୍କ ପାଖରେ ନାହିଁ: ଆମାଜନ ଆଲେକ୍ସା ସର୍ବେକ୍ଷଣ

ଭୁବନେଶ୍ୱର: ଶିଶୁମାନେ ସବୁ କିଛି ଜାଣିବାକୁ ଉତ୍ସୁକ ଥିବା ବେଳେ ସେମାନଙ୍କ ଉତ୍ସୁକତା ପୂରଣ ହେବା ଭଳି ଉତର ଦେବାକୁ ଅଭିଭାବକମାନେ ସର୍ବଦା ଉଦ୍ୟମ କରୁଛନ୍ତି । ଆମାଜନ ଆଲେକ୍ସା ଓ କଣ୍ଟାର ସହଯୋଗରେ ୨୦୨୪ ଜୁନରେ ଛଅଟି ସହରର ୭୫୦ରୁ ଅଧିକ ଅଭିଭାବକଙ୍କୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ୫୪ ପ୍ରତିଶତ ଅଭିଭାବକ ଭାବୁଛନ୍ତି ପିଲାଙ୍କ ପ୍ରଶ୍ନର ହଠାତ ଉତର ସେମାନଙ୍କ ପାଖରେ ନାହି । ତେବେ ୫୨ ପ୍ରତିଶତ ଅଭିଭାବକ ଜାଣିନଥିବା ଉତରକୁ ସଙ୍ଗେ ସଙ୍ଗେ ସର୍ଚ କରୁଛନ୍ତି । ୪୪ ପ୍ରତିଶତ ଅଭିଭାବକ କହିଛନ୍ତି ଯେ ସେମାନେ ତତ୍କାଳ ଉତର ଦେଉଛନ୍ତି । ମାତ୍ର ୩ ପ୍ରତିଶତ ଅଭିଭାବକ ପ୍ରଶ୍ନକୁ ଏଡ଼ାଇ ଯାଉଥିବା ବେଳେ ପ୍ରସଙ୍ଗକୁ ବଦଳାଇ ଦେଇଥାନ୍ତି ଯାହା ଫଳରେ ପିଲା ଆଉ ପ୍ରଶ୍ନ କରିବ ନାହିଁ ।
ପିଲାମାନେ ସାଧାରଣରେ ପଚାରୁଥିବା ପ୍ରଶ୍ନଗୁଡ଼ିକ ହେଉଛି କିଭଳି ତିଆରି ହୁଏ? ବ୍ରହ୍ମାଣ୍ଡ କେତେ ବଡ଼? ବିମାନ କିଭଳି ଆକାଶରେ ଉଡ଼ୁଛି? ୬୦ ପ୍ରତିଶତ ଅଭିଭାବକ କହିଛନ୍ତି ଯେ ପିଲାଙ୍କ ଅତି ସହଜିଆ ପ୍ରଶ୍ନ ବେଳେ ବେଳେ ସେମାନଙ୍କୁ ଅଡ଼ୁଆରେ ପକାଇ ଦିଏ । ଯେଭଳି ଶୀତ ଓ ଗ୍ରୀଷ୍ଣ ଋତୁ ମଝିରେ କେଉଁ ଋତୁ ଆସୁଛି । ପିତାମାତା କାହିଁକି କାମ କରୁଛନ୍ତି? ଆମେ ପନିପରିବାକୁ କାହିଁକି ଧୋଉଛନ୍ତି? ୩୭ ପ୍ରତିଶତ ଅଭିଭାବକ ମାନିଛନ୍ତି ଯେ ପ୍ରଶ୍ନର ଉତର ପାଇବା ଲାଗି ନିଜ ସାଥୀଙ୍କ ପାଖକୁ ଯିବାକୁ ସେମାନେ ପିଲାମାନଙ୍କୁ କହିଥାନ୍ତି ।
୬୩ ପ୍ରତିଶତ ଅଭିଭାବକ କହିଛନ୍ତି ଯେ ପିଲାମାୁନେ ଟିଭି ଦେଖିବା ବେଳେ ଅଧିକ ପ୍ରଶ୍ନ କରୁଛନ୍ତି । ଯାତାୟାତ (୫୭ ପ୍ରତିଶତ୦, ପଢ଼ିବା ବେଳେ (୫୬ ପ୍ରତିଶତ), ବାହାରେ ବୁଲୁଥିବା ବେଳେ (୫୫ ପ୍ରତିଶତ), ହାତରେ ଧରି ହେଉଥିବା ଡିଭାଇସରେ କଂଟେଂଟ ଦେଖିବା ବେଳେ ୫୨ ପ୍ରତିଶତ ଏବଂ ପ୍ରାପ୍ତବୟସ୍କଙ୍କ ଭିତରେ ବାର୍ତାଳାପ ବେଳେ ୫୦ ପ୍ରତିଶତ ପିଲା ପ୍ରଶ୍ନ କରିତାନ୍ତି । ପିଲାମାନେ ଭୋଜନ, ପଶୁ, ପ୍ରକୃତି, ସାଧାରଣ ଜ୍ଞାନ, ଛୁଟିଦିନ, ପ୍ରଯୁକ୍ତି ଓ ସିନେମା ଆଦି ବିଷୟ ଉପରେ ପ୍ରଶ୍ନ କରନ୍ତି । ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପିଲାଙ୍କ ପ୍ରଶ୍ନର ଉତର ଖୋଜିବାକୁ ୮୦ ପ୍ରତିଶତରୁ ଅଧିକ ଅଭିଭାବକ ଆଲେକ୍ସା ଭଳି ଭଏସ ଏଆଇ ସେବା ବ୍ୟବହାର କରୁଛନ୍ତି ।
“ନିଜ ବୟସ ଅନୁଯାୟୀ ଅଧିକ ଜ୍ଞାନ ଭିତ୍ତିକ କିମ୍ବା ଅଣପାରମ୍ପରିକ ପ୍ରଶ୍ନ ପଚାରିବାଠାରୁ ଆରମ୍ଭ କରି ପିଲାମାନେ ନିଜ ଆଖପାଖରେ ଥିବା ଦୁନିଆ ବିଷୟରେ ଉତ୍ତର ଖୋଜିବାରେ ନିରନ୍ତର ଉତ୍ସୁକ ରହିଥାନ୍ତି । ଅଭିଭାବକମାନେ ସେମାନଙ୍କ ପ୍ରଶ୍ନର ଉତ୍ତର ସୂଚନାପ୍ରଦ, ବୁଝିବାରେ ସହଜ, ଗଠନମୂଳକ ଏବଂ ବୟସ ଅନୁକୂଳ ଉପାୟରେ ଦେବା ଜରୁରୀ ବୋଲି ଆମାଜନ ଇଣ୍ଡିଆର ଆଲେକ୍ସାର କଣ୍ଟ୍ରି ମ୍ୟାନେଜର ଦିଲ୍ଲୀପ ଆର.ଏସ୍ କହିଛନ୍ତି ।” ଆଜି ସମଗ୍ର ବିଶ୍ୱରେ ଛୋଟ ପିଲାଥିବା ପରିବାର ମାନେ ଆଲେକ୍ସାଙ୍କୁ ମାସକୁ ୨୫ ନିୟୁତ ପ୍ରଶ୍ନ ପଚାରୁଛନ୍ତି – ଯାହା କି ଆଲେକ୍ସା ପିତାମାତାଙ୍କ ପାଇଁ ଏକ ସୂଚନା ଏବଂ ଶିକ୍ଷଣ କେନ୍ଦ୍ର ପାଲଟିବାର ପ୍ରମାଣ । ଛୋଟ ପିଲାଥିବା ପରିବାରମାନେ ଆଲେକ୍ସାକୁ ପ୍ରାସଙ୍ଗିକ କୌଶଳ ସହିତ ପ୍ୟାକିଂ କରି କିପରି ଅନୁଭବ କରନ୍ତି ସେଥିରେ ଉନ୍ନତି ଆଣିବା ଉପରେ ଆମର ଧ୍ୟାନ ରହିଛି ଯାହା ସେମାନଙ୍କୁ ପ୍ରତିଦିନ ନୂଆ ଜିନିଷ ଶିଖିବାରେ ସାହାଯ୍ୟ କରିପାରିବ ଏବଂ ମଜା ମଧ୍ୟ କରେ ବୋଲି ସେ କହିଛନ୍ତି ।
୯୦ ପ୍ରତିଶତ ଅଭିଭାରବକ ପିଲାମାନଙ୍କୁ ଅଧିକ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି । ୯୨ ପ୍ରତିଶତ ଅଭିଭାବକ କହିଛନ୍ତି ଯେ ପିଲାଙ୍କ ପ୍ରଶ୍ନର ଉତର ଦେବା ବେଳେ ସେମାନେ ଅନେକ କିଛି ଶିଖିବାକୁ ପାଆନ୍ତି ।
କଣ୍ଟାରର ଇନସାଇଟ୍ସ ଡିଭିଜନର ଦକ୍ଷିଣ ଏସିଆ କାର୍ଯ୍ୟନିର୍ବାହୀ ପରିଚାଳନା ନିର୍ଦ୍ଦେଶକ ଦୀପେନ୍ଦ୍ର ରାଣା କହିଛନ୍ତି ଯେ, “ଆଜିକାଲି ପିଲାମାନେ ପୂର୍ବାପେକ୍ଷା ଅଧିକ ଉତ୍ସୁକ ଏବଂ ଅଭିଭାବକମାନେ ସର୍ବଦା ସେମାନଙ୍କ ଉତ୍କଣ୍ଠାକୁ ସନ୍ତୁଷ୍ଟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି । ଟିଭି ଦେଖିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଥାଏ ଏବଂ ଅନେକ ସମୟରେ ସେମାନେ ଯେଉଁ ଜିନିଷ ଦେଖନ୍ତି ଏବଂ ଶୁଣନ୍ତି ସେ ବିଷୟରେ ଅଧିକ ପ୍ରଶ୍ନ ପଚାରନ୍ତି । ସର୍ଭେରେ ଅଂଶଗ୍ରହଣ କରିଥିବା ଅଧିକାଂଶ ପିତାମାତା ସେମାନଙ୍କ ପିଲାମାନଙ୍କ ପାଇଁ ସ୍କ୍ରିନ୍ ଫ୍ରି ଶିକ୍ଷାକୁ ପସନ୍ଦ କରନ୍ତି । ଏବଂ ଏଠାରେ ପିତାମାତା କିମ୍ବା ସେମାନଙ୍କ ଉପସ୍ଥିତିରେ ପିଲାମାନଙ୍କ ଦ୍ୱାରା କରାଯାଇଥିବା ଭଏସ୍‌-ଫର୍ଷ୍ଟ ସର୍ଚ୍ଚ, ଉତ୍ତର ଖୋଜିବା ଏବଂ ଦୁନିଆ ବିଷୟରେ ଜାଣିବା ପାଇଁ ଏକ ଉତ୍ତମ ସ୍କ୍ରିନ୍ ମୁକ୍ତ ସମାଧାନ ସାବ୍ୟସ୍ତ ହୋଇଛି ।”

Share

Leave a Reply

Your email address will not be published. Required fields are marked *

3 × 3 =