Businessଜାତୀୟଫେଶନ

ଲୋନାଭ୍ଲାଠରେ ବିଶାଳ କାର୍ଯ୍ୟକ୍ରମ ସହ ୧୯ତମ ବାର୍ଷିକୀ ପାଳନ କରିଛି କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ

ଜୁଏଲାରୀ ଶିଳ୍ପରେ ଏକ ଅଗ୍ରଣୀ ନାମ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଲୋନାଭ୍ଲାଠାରେ ଆୟୋଜିତ ଏକ ବିଶାଳ ସମାରୋହରେ ଏହାର ୧୯ତମ ବାର୍ଷିକୀ ପାଳନ କରିଛି। ଏହି ସେଲିବ୍ରେଶନ ଶୀର୍ଷ ପ୍ରଦର୍ଶନକାରୀ ରିଟେଲର, ଫ୍ରାଂଚାଇଜି ଓ କର୍ମଚାରୀମାନଙ୍କ ପ୍ରଶଂସା ଓ ସମ୍ମାନ ଦ୍ୱାରା ଚିହ୍ନିତ ହୋଇଥିଲା ଯିଏକି ବିଗତ ବର୍ଷଗୁଡିକରେ ବ୍ରାଣ୍ଡର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କମ୍ପାନୀର ପରିଚାଳନା ନିଦେ୍ର୍ଦଶକ ଘନଶ୍ୟାମ ଢୋଲକିଆ, ନିଦେ୍ର୍ଦଶକ ପରାଗ ଶାହ ଏବଂ ଢୋଲକିଆ ପରିବାରର ପରବର୍ତୀ ପିଢି ହିତାର୍ଥ ଢୋଲକିଆ ଓ ରୁବିନ ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ । ସେମାନେ ଉଦ୍ଭାବନ, ଗ୍ରାହକ ସନ୍ତୁଷ୍ଟିକରଣ ଓ ସ୍ଥାୟୀ ଅଭିବୃଦ୍ଧିକୁ ମହତ୍ୱ ଦେବା ସହିତ ଭବିଷ୍ୟତ ପାଇଁ ନିଜର ଦୃଷ୍ଟିକୋଣ ବାଂଟିଥିଲେ।

ନିଜ ସମ୍ବୋଧନରେ ପରିଚାଳନା ନିଦେ୍ର୍ଦଶକ ଘନଶ୍ୟାମ ଢୋଲକିଆ କହିଛନ୍ତି, “୧୯ ବର୍ଷର ଉକ୍ରର୍ଷତାକୁ ପାଳନ କରୁଥିବାରୁ, ଆମେ ଆମର ସହଯୋଗୀ ଓ କର୍ମଚାରୀମାନଙ୍କର ଦୃଢ ସମର୍ଥନ ଓ ସମର୍ପଣଭାବ ପାଇଁ କୃତଜ୍ଞ ଅଟୁ । ମିଳିତ ଭାବେ ଆମେ ଏକ ବ୍ରାଣ୍ଡ ନିର୍ମାଣ କରିଛୁ ଯାହା ବିଶ୍ୱାସ ଓ ଗୁଣବତାକୁ ମହତ୍ୱ ଦେଉଛି । ଭବିଷ୍ୟତ ପାଇଁ ଆମର ଲକ୍ଷ୍ୟ ହେଉଛି ଏହି ବିରାସତକୁ ଜାରି ରଖିବା ସହିତ ଆମର ଗ୍ରାହକଙ୍କୁ ସର୍ବୋତମ ଭାବେ ସେବା ପ୍ରଦାନ କରିବା ପାଇଁ ନୂଆ ଧାରା ଓ ଟେକ୍ନୋଲୋଜିକୁ ଗ୍ରହଣ କରିବା।”

ସେହିପରି ନିଦେ୍ର୍ଦଶକ ପରାଗ ଶାହ କହିଛନ୍ତି, “ଆମର ଯାତ୍ରା ଉଲ୍ଲେଖନୀୟ ରହିଆସିଛି ଏବଂ ଏହାର ଆମର ଟିମ୍ର କଠିନ ପରିଶ୍ରମ ଓ ଆମ ଗ୍ରାହକଙ୍କ ବିଶ୍ୱାସନୀୟତା ଅଷଯ ଯାହା ଆମକୁ ଏଠାରେ ପହଂଚାଇଛି ।ଆମେ ସର୍ବୋଚ୍ଚ ମାନକ ବଜାୟ ରଖିବା ପାଇଁ ପ୍ରତିବଦ୍ଧ ରହିଛୁ ଯାହା ପାଇଁ କିସ୍ନା ପରିଚିତ ଅଟେ ଏବଂ ଆମେ ଅଭିବୃଦ୍ଧି ପାଇଁ ନୂଆ ମାର୍ଗର ଅନ୍ୱେଷଣ କରୁଛୁ।”

ଏହି କାର୍ଯ୍ୟକ୍ରମରେ ଏକାଧିକ ନିୟୋଜିତ କାର୍ଯ୍ୟକଳାପ ଯେପରିକି ଆଗାମୀ ଉତ୍ପାଦ ଶୃଙ୍ଖଳାଗୁଡିକ ଉପରେ ଉପସ୍ଥାପନା, ଢୋଲକିଆ ପରିବାର ସହ ଇଂଟରାକ୍ଟିଭ ସେଶନ ଓ ଏକ ଗାଲା ଡିନର ସାମିଲ ଥିଲା। ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପୁରସ୍କାର ବିତରଣ ଉତ୍ସବ ଯେଉଁଠାରେ ଶୀର୍ଷ ପ୍ରଦର୍ଶନକାରୀମାନଙ୍କୁ ସେମାନଙ୍କର ଚମକ୍ରାର ଯୋଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଥିଲା।

କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଏହାର ସମସ୍ତ ସହଯୋଗୀ, କର୍ମଚାରୀ ଓ ଗ୍ରାହକଙ୍କୁ ସେମାନଙ୍କର ନିରନ୍ତର ସହଯୋଗ ପାଇଁ ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ଆହୁରି ଅନେକ ବର୍ଷର ସଫଳତା ଓ ସମୃଦ୍ଧତାକୁ ଅପେକ୍ଷା କରିଛି।

Share

Leave a Reply

Your email address will not be published. Required fields are marked *

eleven + 15 =