BusinessLatestବଜାଜ ଫାଇନାନ୍ସ

ବିଦ୍ୟା କାନନ: ଆମାଜନରେ ପ୍ରାଇମ୍ ଡେ’ ପାଇଁ ଗ୍ରାହକଙ୍କ ଅନୁଭୂତିକୁ ଉନ୍ନତ କରୁଛନ୍ତି

ଆମାଜନ ଇଣ୍ଡିଆ ଆସନ୍ତା ଜୁଲାଇ ୨୦ ଓ ୨୧ ତାରିଖରେ ଏହାର ବହୁପ୍ରତିକ୍ଷୀତ ପ୍ରାଇମ ଡେ’ ସହ ପୁଣିଥରେ ଫେରିଛି, ଯାହା ଉନ୍ନତ ଡିଲ୍, ନୂଆ ଲଂଚ୍ ଓ ବ୍ଲକ୍ବଷ୍ଟର ମନୋରଞ୍ଜନ ସହିତ କେବଳ ଏହାର ଗ୍ରାହକଙ୍କ ପାଇଁ ଖୁସି ଆଣିନାହିଁ ବରଂ ଦେଶବ୍ୟାପୀ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉତ୍ସର୍ଗୀଗୃତ ଆମାଜନ କର୍ମଚାରୀମାନଙ୍କ ପାଇଁ ମଧ୍ୟ ଅପାର ଆନନ୍ଦ ଆଣିଛି । ଭେଟନ୍ତୁ ଆମାଜନରେ ଏମର୍ଜିଙ୍ଗ ମାର୍କେଟ୍ସ, ସପିଂ ଏକ୍ସପେରିଏନ୍ସ ବିଭାଗର ବରିଷ୍ଠ ସମ୍ପାଦକ ବିଦ୍ୟା କାନନଙ୍କୁ, ଯାହାଙ୍କର ଉତ୍ସର୍ଗୀକୃତତା ଓ ଅଭିନବ ଉତ୍ସାହ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସପିଂ ଅନୁଭୂତିକୁ ପରିବର୍ତନ କରୁଛି ।

ମୂଳତଃ ଚେନ୍ନାଇ ନିବାସୀ ବିଦ୍ୟାଙ୍କର ଆମାଜନ ସହିତ ଯାତ୍ରା ୨୦୦୬ରେ ସିଆଟେଲରେ ଜଣେ ସଫ୍ଟୱେୟାର ଡେଭ୍ଲପମେଂଟ୍ ଇଞ୍ଜିନିୟର ଭାବେ ଆରମ୍ଭ ହୋଇଥିଲା, ଯାହା ତାଙ୍କୁ ଆମାଜନର ବୈଷୟିକ ଦୃଷ୍ଟିକୋଣ ଓ ଡାଟା-ଚାଳିତ ନିଷ୍ପତି ଗ୍ରହଣର ମମହତ୍ୱକୁ ଭଲ ଭାବରେ ବୁଝିବା କ୍ଷେତ୍ରରେ ଏକ ମଜବୁତ ମୂଳଦୁଆ ପ୍ରଦାନ କରିଥିଲା । ୨୦୧୧ରେ ସେ ଟେକ୍ନିକାଲ ପ୍ରୋଗ୍ରାମ ମ୍ୟାନେଜର ପୋଜିସନକୁ ପଦୋନ୍ନତି ପାଇଥିଲେ । ବିଭିନ୍ନ ସଂଗଠନରେ ବିବିଧ ଅନୁଭୂତି ହାସଲ କରିବା ପରେ ସେ ୨୦୧୬ରେ ବେଙ୍ଗାଲୁରୁରେ ଆମାଜନରେ ଯୋଗ ଦେଇଥିଲେ । ଏସମ୍ପର୍କରେ ବିଦ୍ୟା କହିଛନ୍ତି, “ଆପଣ ଆମାଜନରୁ ଜଣେ ବ୍ୟକ୍ତିଙ୍କୁ ବାହାର କରିପାରିବେ, କିନ୍ତୁ ଜଣେ ବ୍ୟକ୍ତିଙ୍କ ମଧ୍ୟରୁ ଆମାଜନକୁ ବାହାର କରିପାରିବେ ନାହିଁ । ମୁଁ ମୋର ପୂର୍ବତନ ସହକର୍ମୀ, ସଂସ୍କୃତି ଓ ଉଦ୍ଭାବନର ବେଗକୁ ମିସ୍ କରୁଥିଲି-ଏସବୁ କିଛିକୁ ମୁଁ ଆମାଜନରେ ଗଭୀର ଭାବେ ଗୁରୁତ୍ୱ ଦେଉଥିଲି ।”

ନିଜର ବର୍ତମାନର ଭୂମିକାରେ ବିଦ୍ୟା ଆମାଜନରେ ସପିଙ୍ଗ୍କୁ ଗ୍ରାହକଙ୍କ ପାଇଁ ଏକ ଆନନ୍ଦଦାୟକ ଓ ବାଧାହୀନ ଅନୁଭୂତିରେ ପରିଣତ କରୁଛନ୍ତି । ସେ ଆମାଜନକୁ ଏକ ନିରନ୍ତର ଶିକ୍ଷଣୀୟ ପରିବେଶ ଭାବେ ଦେଖୁଛନ୍ତି, ଏକ ସ୍ଥାନ ଯେଉଁଠାରେ ଢାଂଚାଗତ ବିଚାରଧାରା ଓ ଉଦ୍ଭାବନ ବିକଶିତ ହେଉଛି । ତାଙ୍କର ଯାତ୍ରା ଗତିଶୀଳ ଓ ଉଦ୍ୟୋଗିକ ରହିଆସିଛି, ଯାହା ଅନେକ ଅଗ୍ରଗାମୀ କାର୍ଯ୍ୟକ୍ରମଗୁଡିକର ଶୁଭାରମ୍ଭ ଦ୍ୱାରା ଚିହ୍ନିତ ହୋଇଛି ।

ପ୍ରାଇମ୍ ଡେ’ବିଦ୍ୟାଙ୍କ ନେତୃତ୍ୱ ଓ ସହଯୋଗୀ ଉତ୍ସାହ ପ୍ରତି ଏକ ପ୍ରମାଣ ଭାବେ କାର୍ଯ୍ୟ କରୁଛି । ସେ ଏହାକୁ ଏକ ଉତ୍ସାହଜନକ ଓ ଉଚ୍ଚ ଶକ୍ତିସମ୍ପନ୍ନ କାର୍ଯ୍ୟକ୍ରମ ଭାବେ ବ୍ୟାଖ୍ୟା କରିଛନ୍ତି ଯେଉଁଠାରେ ଟିମ୍ୱର୍କ ଓ ଯୋଗାଯୋଗ ପ୍ରାଥମିକତା ଅଟେ । ସେ କହିଛନ୍ତି, “ସମଗ୍ର ଆମାଜନ ଟିମ୍ ସୁଗମ ୱେବ୍ସାଇଟ୍ ପରିଚାଳନା ଓ ଦକ୍ଷ ଅର୍ଡର ପ୍ରୋସେସିଂ ସୁନିଶ୍ଚିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିଥାଏ । ଏଠାକାର ପରିବେଶ ଦ୍ରୁତ ଓ ଗତିଶୀଳ ହୋଇଥିବା ବେଳେ ଏକ ସଫଳ ପ୍ରାଇମ ଡେ’ର ମିଳିତ ଲକ୍ଷ୍ୟ ହେଉଛି ସହଯୋଗିତା ଓ ସାମୂହିକ ସଫତାର ଏକ ଗଭୀର ଭାବନାକୁ ବିକଶିତ କରିବା ।”

ପ୍ରାଇମ ଡେ’ ସମୟରେ ବିଦ୍ୟା ନିଜର ସହକର୍ମୀଙ୍କଠାରେ ନିଜର ସବୁଠାରୁ ବଡ ପ୍ରେରଣା ସନ୍ଧାନ କରିଛନ୍ତି । ପ୍ରଥମ ଥର ପାଇଁ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ସେ ନିଜ ଟିମ୍ର ମିଳିତ ପ୍ରୟାସ ଓ ଏକକ-ମନୋଭାବପୂର୍ଣ୍ଣ ଉତ୍ସର୍ଗୀକୃତତାରୁ ପ୍ରେରଣା ହାସଲ କରିଛନ୍ତି । ଗ୍ରାହକଙ୍କୁ ଆମାଜନରେ ଅତୁଳନୀୟ ମୂଲ୍ୟରେ ଉପଯୁକ୍ତ ସାମଗ୍ରୀ ଅନ୍ୱେଷଣ କରିବା ପାଇଁ ସକ୍ଷମ କରିବାର ଉତ୍ସାହ, ଏହି ସମୟରେ ତାଙ୍କ ଚାକିରିର ଏକ ଗଭୀର ଭାବେ ପୁରସ୍କୃତ ଦିଗ ଅଟେ ।

ପ୍ରାଇମ ଡେ’ ସମୟରେ ଗ୍ରାହକମାନେ ଆନନ୍ଦର ଅନ୍ୱେଷଣ କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ସେମାନେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ/ଡେବିଟ କାର୍ଡ, ଏସ୍ବିଆଇ କ୍ରେଡିଟ କାର୍ଡ ଏବଂ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଉପରେ ଇଏମଆଇ ଟ୍ରାଞ୍ଜାକ୍ସନ ଓ ଏସ୍ବିଆଇ କ୍ରେଡିଟ କାର୍ଡର ବ୍ୟବହାର କରି ପେମେଂଟ୍ ଉପରେ ୧୦% ସଂଚୟ ସହିତ ଅଧିକ ଅର୍ଥ ସଂଚୟ କରିପାରିବେ । ଆମାଜନ ପ୍ରାଇମକୁ ପ୍ରତ୍ୟେକ ଦିନ ଜୀବନକୁ ଉତମ କରିବା ପାଇଁ ଡିଜାଇନ କରାଯାଇଛି କାରଣ ଏହା ଗୋଟିଏ ସିଙ୍ଗଲ୍ ମେମ୍ବରସିପ୍ରେ ସପିଙ୍ଗ୍, ସେଭିଙ୍ଗ୍ ଓ ମନୋରଞ୍ଜନର ସର୍ବୋତମତା, ନିଜର କୋ-ବ୍ରାଣ୍ଡେଡ ଆଇସିଆଇସିଆଇ କ୍ରେଡିଟ କାର୍ଡର ବ୍ୟବହାର କରି ସମସ୍ତ କ୍ରୟ ଉପରେ ଅନ୍ଲିମିଟେଡ ୫% କ୍ୟାଶବ୍ୟାକ, ଏକ୍ସକ୍ଲୁସିଭ ଡିଲ୍ ପାଇଁ ପହଂଚ, ପ୍ରାଇମ ଡେ’ ସମେତ ଆମର ସପିଙ୍ଗ ଇଭେଂଟ୍ଗୁଡିକ ପାଇ ପ୍ରାରମ୍ଭିକ ଓ ସ୍ୱତନ୍ତ୍ର ପହଂଚ ପ୍ରଦାନ କରୁଛି । ଜଣେ ବ୍ୟକ୍ତି ମାଗଣା ଓ ଫାଷ୍ଟ ଡେଲିଭରି, ପ୍ରାଇମ ଭିଡିଓ ସହ ଆୱାର୍ଡ-ୱିନିଙ୍ଗ୍ ମୁଭି ଓ ଟିଭି ଶୋ ପାଇଁ ଅସୀମିତ ପହଂଚ, ୧୦୦ ମିଲିୟନରୁ ଅଧିକ ଗୀତ ପାଇଁ ଅସୀମିତ ପହଂଚ, ଆମାଜନ ମ୍ୟୁଜିକ ସହିତ ଆଡ୍-ଫ୍ରି ଓ ଓଭର ପଡ୍କାଷ୍ଟ ଏପିସୋଡ୍ , ପ୍ରାଇମ ରିଡିଂ ସହିତ ୩୦୦୦ରୁ ଅଧିକ ଇ-ବୁକ୍ସ, ମାଗାଜିନ୍, କମିକ୍ସର ଏକ ମାଗଣା ରୋଟେଟିଂ ସିଲେକ୍ସନ ଏବଂ ପ୍ରାଇମ ଗେମିଂ ସହିତ ମାସିକ ଫ୍ରି-ଇନ୍ ଗେମ୍ କଂଟେଂଟ ଓ ଲାଭଗୁଡିକ ପାଇଁ ପହଂଚ ଭଳି ପ୍ରାଇମ ଲାଭଗୁଡିକୁ ଉପଭୋଗ କରିବା ପାଇଁ ବଜ୍ଞବଚ୍ଛକ୍ଟଦ୍ଭ.ସଦ୍ଭ /ପ୍ରାଇମରେ ଏକ ବର୍ଷ ପାଇଁ ୧୪୯୯ ଟଙ୍କାରେ ପ୍ରାଇମ ଆନୁଆଲ, ଏକ ବର୍ଷ ପାଇଁ ୭୯୯ ଟଙ୍କାରେ ପ୍ରାଇମ ଲାଇଟ୍ ଓ ଏକ ବର୍ଷ ପାଇଁ ୩୯୯ ଟଙ୍କାରେ ପ୍ରାଇମ ସପିଂ ଏଡିସନରେ ଯୋଗ ଦେଇପାରିବେ ।

Share

Leave a Reply

Your email address will not be published. Required fields are marked *

four × four =