Business

ଜିଏନ୍‌ଜି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଭାରତର ସର୍ବବୃହତ ଡେସ୍କଟପ୍ ଓ ଲାପ୍‌ଟପ୍ ରିଫରବିସର ଜିଏନ୍‌ଜି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆରଏଚ୍‌ପି) ଦାଖଲ କରାଯାିଛି।
କମ୍ପାନିର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପି)ରେ ୮୨୫ କୋଟି ଟଙ୍କାର ନୂତନ ଇକ୍ୱିଟି ସେୟାର କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୯,୭୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିାବେ। ଅଫର ଫର୍ ସେଲ୍‌ରେ ଶରଦ ଖଣ୍ଡେଲୱାଲ୍ ୩୫,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ବିଧି ଶରଦ ଖଣ୍ଡେଲୱାଲ୍ ୩୫,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ ଆମିଏବଲ୍ ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ ୯,୬୩୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଜିନ୍‌ଜି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ “ଇଲେକ୍ଟ୍ରୋନିକ୍ସ ବଜାର” ବ୍ରାଣ୍ଡ୍ ଅଧୀନରେ କାରବାର କରୁଥିବା ବେଳେ ସୋର୍ସିଂଠାରୁ ରିଫରବିସ୍ , ବିକ୍ରି, ବିକ୍ରି ପରବର୍ତୀ ସେବା ଓ ୱାରେଂଟି ଦେବା ପର୍ଯ୍ୟନ୍ତ କମ୍ପାନିର ସମ୍ପୂର୍ଣ୍ଣ ରିଫରବିସ୍‌ମେଂଟ୍ ମୂଲ୍ୟ ଶୃଙ୍ଖଳାରେ ରହିଛି। ଲାପଟପ୍‌, ଡେସ୍କଟପ୍‌, ଟାବଲେଟ୍‌, ସର୍ଭର, ପ୍ରିମିୟମ ସ୍ମାର୍ଟଫୋନ୍‌, ମୋବାଇଲ୍ ୱାର୍କଷ୍ଟେସନ୍ ଓ ଆସେସୋରିଜ୍‌କୁ କମ୍ପାନି ବ୍ୟାପକ ଭାବେ ରିଫରବିସ୍ କରୁଥିବାରୁ ତାହା ପ୍ରଦର୍ଶନ ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ନୂଆ ଦେଖାଯାଉଛି ଏବଂ ନୂଆ ଡିଭାଇସ୍ ତୁଳନାରେ ଏକ ତୃତୀୟାଂଶ କମ୍ ମୂଲ୍ୟରେ ତାହା ଉପଲବ୍ଧ ହେଉଛି। ଡିଭାଇସ୍‌କୁ ବଦଳାଇବା ବଦଳରେ ତାହାକୁ ମରାମତି କରିବା ଦର୍ଶନ ଉପରେ କମ୍ପାନି ବିଶ୍ୱାସ କରୁଛି।
ଏହା ହେଉଛି କିଛି ହାତଗଣତି କମ୍ପାନି ମଧ୍ୟରୁ ଅନ୍ୟତମ ଯାହା ରିଫରବିସ୍‌ଡ ଡିଜାଇସ୍ ଉପରେ ୱାରେଂଟି ପ୍ରଦାନ କରୁଛି। କମ୍ପାନି ହେଉଛି ଭାରତର ସର୍ବବୃହତ ମାଇକ୍ରୋସଫ୍ଟ ସ୍ୱୀକୃତିପ୍ରାପ୍ତ ରିଫରବିସର୍‌। ଭାରତର ଦ୍ୱିତୀୟ ବୃହତ ସପ୍ଟୱେର କମ୍ପାନିର ସଂପତି ନିଷ୍କାସନ ପାର୍ଟନର। ଏହା ଲିନୋଭୋ ଓ ଏଚ୍‌ପିର ସାର୍ଟିଫାଏଡ୍ ରିଫରମିସ୍‌ମେଂଟ୍ ପାର୍ଟନର।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍ ଓ ଜେମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

three × 4 =