Business

ଓଡ଼ିଶାରେ ବେଦାନ୍ତ ବିନିଯୋଗ କରିବ ୧ଲକ୍ଷ କୋଟି, ସୃଷ୍ଟି ହେବ ୨ଲକ୍ଷ ନିଯୁକ୍ତି ସୁଯୋଗ


ଭୁବନେଶ୍ୱର: ବେଦାନ୍ତ ଗତ ୨ ଦଶନ୍ଧି ଧରି ଓଡ଼ିଶା ସହ ସହଭାଗୀ ହୋଇ ରାଜ୍ୟରେ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରିଛି, ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ବକ୍ସାଇଟରେ ଭରପୁର ସିଜିମାଲି ଖଣିକୁ ନିଲାମ ପ୍ରକ୍ରିୟାରେ ହାସଲ କରିଛି ବେଦାନ୍ତ।
ଆଜି ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୨୫ ରୋଡ୍ ସୋ ‘ଉତ୍କର୍ଷ ଓଡ଼ିଶା’ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ ସହ କଥାବାର୍ତ୍ତା ସମୟରେ ଓଡ଼ିଶାରେ ଆଉ ୧ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ କରିବାକୁ ବେଦାନ୍ତ ଲିମିଟେଡ୍ ଘୋଷଣା କରିଛି। ବାର୍ଷିକ ୬ନିୟୁତ ଟନ୍ ଆଲୁମିନା ରିଫାଇନାରୀ ଏବଂ ୩ ମିଲିୟନ୍ ଟନ୍ ଆଲୁମିନିୟମ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହା ଖର୍ଚ୍ଚ ହେବ। ଡାଉନଷ୍ଟ୍ରିମ ଶିଳ୍ପଗୁଡିକ ପାଇଁ ଏହା ଇଣ୍ଡଷ୍ଟ୍ରିଆଲ କମ୍ପେ୍ଲକ୍ସ ସୃଷ୍ଟି କରିବ, ଆଲୁମିଲିୟମ ଶତାଧିକ କ୍ଷେତ୍ରରେ ଯଥା, ଅଟୋ, ଶକ୍ତି, ନିର୍ମାଣ ଏବଂ ରେଳ ବିଭାଗରେ ବ୍ୟବହୃତ ହୁଏ।
୨୦୩୦ ସୁଦ୍ଧା ଅର୍ଦ୍ଧ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରି ଏକ ବିକଶିତ ରାଜ୍ୟ ହେବା ଲକ୍ଷ୍ୟରେ ଓଡ଼ିଶା ଅଗ୍ରଗତି କରୁଥିବା ବେଳେ, ବେଦାନ୍ତ ରାୟାଗଡାକୁ ଏକ ବିକଶିତ ଅଞ୍ଚଳ ଭାବେ ଗଢିବାକୁ ଲକ୍ଷ୍ୟ ରଖିଛି, ଯାହା ନୂତନ ଝାରସୁଗୁଡା ପରି ହେବ। ଓଡ଼ିଶା ସରକାରଙ୍କ ସହଯୋଗରେ ବେଦାନ୍ତ ଶିକ୍ଷା ସଂସ୍ଥାନ, ସ୍ୱାସ୍ଥ୍ୟକେନ୍ଦ୍ର, ଦକ୍ଷତା ବିକାଶ କେନ୍ଦ୍ର ଏବଂ ନନ୍ଦଘର ପ୍ରତିଷ୍ଠା କରିବ। ଏହା ଓଡ଼ିଶାରେ ସର୍ବ ବୃହତ ପୁଞ୍ଜି ବିନିଯୋଗ ହେବ, ଯାହା ୨ ଲକ୍ଷ ନିଯୁକ୍ତି ସହ ୧୦୦୦ ଏମଏସଏମଇ ପାଇଁ ଏକ ନୂତନ ସୁଯୋଗ ଆଣିବ। ଆଲୁମିନିୟମ ଭବିଷ୍ୟତ ନିର୍ମାଣର ଧାତୁ ହୋଇଥିବା ବେଳେ ୨୦୩୦ ସୁଦ୍ଧା ଆଲୁମିନିୟମର ଚାହିଦା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝି କହିଛନ୍ତି, “୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାର ଡବଲ ଇଞ୍ଜିନ ସରକାର ମଧ୍ୟ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ। ୨୦୩୦ ସୁଦ୍ଧା ଓଡ଼ିଶାକୁ ଅର୍ଦ୍ଧ ଟ୍ରିଲିୟନ ଡଲାର ଅର୍ଥନୀତିରେ ସାମିଲ କରିବାକୁ ଆମେ ଲକ୍ଷ୍ୟ ରଖିଛୁ, ତେଣୁ ନୂଆ ଓଡ଼ିଶାରେ ନିବେଶ କରିବା ପାଇଁ ଆମେ ସାରା ବିଶ୍ୱକୁ ନିମନ୍ତ୍ରଣ କରୁଛୁ। ଆମେ ଜାନୁୟାରୀ ୨୦୨୫ ରେ ମେକ୍ ଇନ୍ ଓଡିଶା ଇଭେଣ୍ଟ ‘ଉତ୍କର୍ଷ ଓଡିଶା’ ଆୟୋଜନ କରୁଛୁ ଏବଂ ଆଜି ଇଭେଣ୍ଟ ପୂର୍ବ ରୋଡ୍ ସୋ ସମୟରେ ବେଦାନ୍ତ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି। ଓଡ଼ିଶାରେ ନିବେଶକୁ ଦ୍ୱିଗୁଣିତ କରିବାକୁ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ବେଳେ ଏବଂ ୧ ଲକ୍ଷ କୋଟି ବିନିଯୋଗ ସହ ନୂତନ ୬ ନିୟୁତ ଟନ ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା ଓ ୩ ନିୟୁତ ଟନ ସ୍ମେଲଟର ପ୍ରତିଷ୍ଠା କରି ରାଜ୍ୟରେ ରୋଜଗାର ସୃଷ୍ଟି ଦିଗରେ ଆଲୋଚନା ହୋଇଛି।” ଏହି ନୂତନ ପୁଞ୍ଜି ବିନିଯୋଗ ପାଇଁ ଶ୍ରୀ ଅଗ୍ରୱାଲଙ୍କୁ ଧନ୍ୟବାଦ ଦେବା ସହ ଏବଂ ଏହି ପ୍ରକଳ୍ପଗୁଡିକର ବିକାଶ ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବେଦାନ୍ତ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ କହିଛନ୍ତି, “ବେଦାନ୍ତର ଅଭିବୃଦ୍ଧିରେ ଓଡ଼ିଶା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସିଛି। ଆମର ପୁଞ୍ଜି ବିନିଯୋଗ ରାଜ୍ୟର ଅଭିବୃଦ୍ଧି ଏବଂ ବୃହତ ଶିଳ୍ପାୟନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝିଙ୍କ ତତ୍ୱାବଧାନରେ ଆମେ ରାଜ୍ୟର ଆର୍ôଥକ ପ୍ରଗତିରେ ସହଯୋଗ କରିବା, ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ଲକ୍ଷ ଲକ୍ଷ ଓଡିଶାବାସୀଙ୍କ ଜୀବନଶୈଳୀକୁ ସୁଧାରିବା ଦିଗରେ କାର୍ଯ୍ୟ କରିବା।”
ଏହି ଘୋଷଣା କେବଳ ଓଡ଼ିଶା ବିକାଶରେ ବେଦାନ୍ତର ସ୍ଥିତିକୁ ପ୍ରମାଣିତ କରେ ନାହିଁ ବରଂ ଆଲୁମିନିୟମ ଏବଂ ଉଦ୍ୟୋଗିକ ନିବେଶ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ହେବାକୁ ରାଜ୍ୟର ସାମର୍ଥ୍ୟକୁ ଆହୁରି ଦୃଢ କରିବ।

Share

Leave a Reply

Your email address will not be published. Required fields are marked *

two × 4 =