Business

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଗ୍ରାହକ ଅନୁଭୂତି ଓ କର୍ମଚାରୀ ଦକ୍ଷତାରେ ଉନ୍ନତି ପାଇଁ ଜେନେରେଟିଭ୍ ଏଆଇର ବ୍ୟବହାର


ଭୁବନେଶ୍ୱର: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ଡାଟା ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବ୍ୟବହାର କରିବାରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିଛି। ବ୍ୟାଙ୍କ ପକ୍ଷରୁ ଉଭୟ ଗ୍ରାହକ ଓ କର୍ମଚାରୀମାନଙ୍କ ପାଇଁ ତିନି ପ୍ରକାର ଜେନେରେଟିଭ୍ ଏଆଇ ସମାଧାନ ଉପସ୍ଥାପନ କରାଯାଇଛି।
ଡିଜିଟାଲ୍ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଜେନେରେଟିଭ୍ ଏଆଇ ସଂଚାଳିତ ଭର୍ଚୁଆଲ ରିଲେସନ୍‌ସିପ୍ ମ୍ୟାନେଜର “ଅଦିତି’କୁ ଉନ୍ମୋଚନ କରାଯାଇଛି। ଏହି ମାନବ ଭଳି ଇଂଟରଫେସ ଡିଜିଟାଲ ଅବତାରରେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ସେବାକୁ ବାର୍ତ୍ତାଳପ ଜରିଆରେ ପ୍ରଦାନ କରୁଛି। ବ୍ୟାଙ୍କର ୱେବସାଇଟ୍‌ରେ ତାହା ଉପଲବ୍ଧ ହୋଇଥିବା ବେଳେ ଏହା ଅଡିଓ, ଭିଡିଓ ଓ ଚାଟ୍ ଭିତ୍ତିକ ସହାୟତାକୁ ସମର୍ଥନ କରି ବ୍ୟାଙ୍କିଙ୍ଗ ସେବାକୁ ୨୪ ଘଂଟା ଉପଲବ୍ଧ କରାଇଛି।
ଏହା ବ୍ୟତୀତ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଏକ ଜେନେରେଟିଭ୍ ଏଆଇ ଭିତ୍ତିକ ଜ୍ଞାନ ପରିଚାଳନା ପ୍ଲାଟଫର୍ମ “ଜ୍ଞାନସହାୟ. ଏଆଇ’କୁ ଏହାର କର୍ମଚାରୀମାନଙ୍କ ଲାଗି ଉନ୍ମୋଚନ କରାଯାଇଛି। ବ୍ୟାଙ୍କର ଉତ୍ପାଦ ନୀତି ଓ ପ୍ରକ୍ର୍ରି୍ରୟା ଉପରେ ଏହାକୁ ତାଲିମ ପ୍ରଦାନ କରାଯାଇଛି ଯାହା କର୍ମଚାରୀମାନଙ୍କୁ ତତ୍କାଳ ଓ ସଠିକ୍ ଉତ୍ତର ପ୍ରଦାନ କରିବ ଯାହା ଫଳରେ ସେମାନେ ଗ୍ରାହକ ମାନଙ୍କ ପ୍ରଶ୍ନର ତୁରନ୍ତ ସମାଧାନ ଦେଇପାରିବେ। ଏହା କର୍ମଚାରୀମାନଙ୍କୁ ଆହୁରି ଭଲ ଓ କୁଶଳତାର ସହିତ ବୁଦ୍ଧିମାନ ଓ ଦ୍ରୁତ ଗତିରେ କାର୍ଯ୍ୟ କରିବାରେ ସହାୟକ ହେବ।
ବ୍ୟାଙ୍କ ପକ୍ଷରୁ ଏଆଇ ଚାଟ୍‌ବଟ୍ “ଆଦି”କୁ ମଧ୍ୟ ଉନ୍ମୋଚନ କରାଯାଇଛି ଯାହା ଡିଜିଟାଲ୍ ଗ୍ରାହକ ସେବାରେ ଉନ୍ନତି ଆଣିବ ଏବଂ ଚାଟ୍‌ବଟ୍ ଜରିଆରେ ଗ୍ରାହକ ମାନଙ୍କ ପ୍ରଶ୍ନର ସମାଧାନ କରିବ।
ଏହି ଅବସରରେ ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, “ବ୍ୟାଙ୍କ ଅଫ୍ ବରୋଦାରେ ଆମେ ଜେନେରେଟିଭ୍ ଏଆଇର ଦ୍ରୁତ ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ବିଶ୍ୱାସ କରୁଛୁ ଯେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ପରିବର୍ତ୍ତନ ଆଣିବାର କ୍ଷମତା ଏହା ପାଖରେ ଅଛି। ଆମର ଡିଜିଟାଲ ଜେନେରେଟିଭ ଏଆଇ ଆଧାରିତ ବାର୍ତ୍ତାଳାପ ଇଂଟରଫେସ୍ ବ୍ୟାଙ୍କର ଡିଜିଟାଲ ଗ୍ରାହକ ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବ। ବ୍ୟାଙ୍କ ଏହି ଜେନଏଆଇ ବ୍ୟବହାର ମାମଲାକୁ ବଢ଼ାଇବା ଜାରି ରଖିବ। ଏଥିରେ ଗ୍ରାହକଙ୍କୁ ତ୍ୱରିତ ସେବା ଏବଂ ସ୍ୱୟଂସେବା ଭଳି ସୁବିଧା ରହିଛି। ଏହାବ୍ୟତୀତ ଆମର ଜେନଏଆଇ ସକ୍ଷମ ଜ୍ଞାନ ପରିଚାଳନା ପ୍ଲାଟଫର୍ମ ବ୍ୟାଙ୍କର କର୍ମଚାରୀମାନଙ୍କୁ ଉତ୍ପାଦ, ନୀତି ଏବଂ ପ୍ରକ୍ରିୟା ଉପରେ ସଠିକ୍ ସୂଚନା ସହିତ ସଶକ୍ତ କରିବାକୁ ଏକ ପ୍ରୟାସ ଯାହା ଦ୍ୱାରା ଆହୁରି ଉନ୍ନତ ସେବା ପ୍ରଦାନ କରାଯାଇ ପାରିବ । ବ୍ୟାଙ୍କିଂ ପରିଚାଳନା ଏବଂ ସେବାରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ ରେ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ଏବଂ ଦକ୍ଷ ମାନବ ସମ୍ବଳ ନିଯୁକ୍ତ କରିବାକୁ ବ୍ୟାଙ୍କ ଯୋଜନା କରିଛି।”
ବ୍ୟାଙ୍କ ଅଫ ବରୋଦା ଏହି ନୂଆ ପ୍ରଯୁକ୍ତିର ସୁରକ୍ଷା, ନୈତିକ ବ୍ୟବହାର ଏବଂ ପ୍ରଦର୍ଶନକୁ ନଜର ରଖିବା ପାଇଁ ଏକ ମଜବୁତ ନିରିକ୍ଷଣାତ୍ମକ ପ୍ରଶାସନିକ ଢାଞ୍ଚା ପ୍ରସ୍ତୁତ କରିଛି। ଡିଜିଟାଲ ରୂପାନ୍ତର ଉପରେ ଗୁରୁତ୍ୱ ଦେବାର ଦୃଷ୍ଟିକୋଣ ଅନୁସାରେ ବ୍ୟାଙ୍କ ଜେନ-ଏଆଇ ତଥା ଅନ୍ୟ କୃତ୍ରିମ ଗୁଣମତ୍ତାକୁ ବ୍ୟବହାର କରିବା ସହିତ ସେବା ସଂଚାଳନା ଏବଂ ଅନ୍ୟ ପ୍ରକ୍ରିୟା ଉପପେ ମଧ୍ୟ ଲକ୍ଷ୍ୟ ଦେଉଛି।
ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ ମୁଦଲିୟାର କହିଛନ୍ତି ଯେ, “ଗତ କିଛି ବର୍ଷ ଧରି ବ୍ୟାଙ୍କ ଡାଟା ନେତୃତ୍ୱାଧୀନ ପରିବର୍ତନ ଉପରେ ନିବେଶ କରୁଛି ଏବଂ ପରିବର୍ତିତ ଗ୍ରାହକ ଆଚରଣ ସହିତ ଡିଜିଟାଲ ବ୍ୟାଙ୍କିଂ ବ୍ୟାଙ୍କର ଏକ ମୁଖ୍ୟ ଗୁରୁତ୍ୱ ହୋଇଛି। ଯେକୌଣସି ସମୟରେ ବ୍ୟାଙ୍କିଂ ମାଧ୍ୟମରେ ଗ୍ରାହକମାନଙ୍କୁ ଅଧିକ ନିୟନ୍ତ୍ରଣ ପ୍ରଦାନ କରିବାର ପ୍ରୟାସରେ ଜେନଏଆଇ ସହାୟକ ହେବ। ଜେନଏଆଇ ବ୍ୟବହାର ମାମଲାର ପ୍ରଥମ ସେଟ୍ ବ୍ୟାପକ କାର୍ଯ୍ୟକାରିତାରେ ଅଗ୍ରଣୀ ହୋଇଥିବା ବେଳେ ସୁରକ୍ଷା ଏବଂ ନୈତିକ ଏଆଇ ସୁନିଶ୍ଚିତ କରିବା ପାଇଁ ବ୍ୟାଙ୍କ ଆବଶ୍ୟକ ଟେକ୍ନୋଲୋଜି ଆର୍କିଟେକ୍ଚର ଏବଂ ଗାର୍ଡରେଲ୍ ମଧ୍ୟ ସ୍ଥାପନ କରିଛି। ଗ୍ରାହକଙ୍କ ଆତ୍ମବିଶ୍ୱାସ ଓ ବିଶ୍ୱାସ ସୁନିଶ୍ଚିତ କରିବା ପାଇଁ ଏହା ସର୍ବୋଚ୍ଚ ହେବ।”

Share

Leave a Reply

Your email address will not be published. Required fields are marked *

6 + ten =