Business

କେଆର୍‌ଏନ୍ ହିଟ୍ ଏକ୍ସଚେଂଜର ଆଣ୍ଡ ରେଫ୍ରିଜରେସନ୍ ଲିମିଟେଡ୍‌ର ୩୪୨ କୋଟି ଟଙ୍କା ପର୍ଯ୍ୟନ୍ତର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ସପ୍ଟେମ୍ବର ୨୫ରେ ଖୋଲିବ


ଭୁବନେଶ୍ୱର: କେଆରଏନ ହିଟ ଏକ୍ସଚେଂଜର ଆଣ୍ଡ ରେଫ୍ରିଜରେସନ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ)ର ବିଡ୍ ୨୦୨୪ ସେପ୍ଟେମ୍ବର ୨୫ରେ ଖୋଲିବ। ଆଙ୍କର ନିବେଶକମାନେ ବିଡ୍‌ର ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ଅର୍ଥାତ ୨୦୨୪ ସେପ୍ଟେମ୍ବର ୨୪ରେ ବିଡ୍ ଦାଖଲ କରିପାରିବେ ଏବଂ ଏହି ଇସ୍ୟୁର ବିଡ୍ ୨୦୨୪ ସେପ୍ଟେମ୍ବର ୨୭ରେ ବନ୍ଦ ହେବ।
ଏହି ଇସ୍ୟୁରେ ୧,୫୫,୪୩,୦୦୦ ଇକ୍ୱିଟି ସେୟାର ଜାରି କରାଯିବ। ଏହି ଅଫରର ପରିମାଣ ହେଉଛି ୩୪୧.୯୫ କୋଟି ଟଙ୍କା।
ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୨୦୯ ଟଙ୍କାରୁ ୨୨୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୬୫ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୬୫ଟି ଲେଖାଏଁ ଇକ୍ୱିଟି ସେୟାର ସେଥିରେ ଯୋଡ଼ିପାରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୨୪୨.୪୬ କୋଟି ଟଙ୍କାକୁ କମ୍ପାନିର ସହାୟକ ସଂସ୍ଥା କେଆର୍‌ଏନ୍ ଏଚ୍‌ଭିଏସି ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଏକ ନୂଆ କାରଖାନା ରାଜସ୍ଥାନର ଅଲୱରର ନିମରାନାରେ ସ୍ଥାନ କରିବା ଲାଗି ଇକ୍ୱିଟି ପାଣ୍ଠି ଆକାରରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ(ଡିଆରଏଚପି)ରେ ପ୍ରସ୍ତାବ ରହିଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛି ହୋଲାନି କନସଲଟାଂଟ୍‌ସ ପ୍ରାଇଭେଟ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

5 × 2 =